ଜାନୁଆରୀରେ ବାଜିବ ନାଗିନ୍‌ ଫେମ୍‌ ମୌନିଙ୍କ ଶାହାନାଇ, ବୟଫ୍ରେଣ୍ଡ ସୂରଜଙ୍କୁ କରିବେ ବିବାହ

ନାଗିନ୍‌ ଫେମ୍‌ ମୌନି ରୟ ଖୁବ୍‌ ଶୀଘ୍ର ହେବେ ହାତକୁ ଦି ହାତ । ସେ ତାଙ୍କ ଦୀର୍ଘ ଦିନର ବୟଫ୍ରେଣ୍ଡଙ୍କୁ ବିବାହ କରିବେ । ଆସନ୍ତା ବର୍ଷ ଜାନୁଆରୀରେ ବାଜିବ ସୂରଜ ନାମ୍ବିଆର ଏବଂ ମୌନିଙ୍କ ଶାହାନାଇ । ଦୁହେଁ ଦୁବାଇ କିମ୍ବା ଇଟାଲୀରେ ବିବାହ କରିବେ । ଏନେଇ ମୌନିଙ୍କ ଜଣେ ସମ୍ପର୍କୀୟ ଭାଇ ସୂଚନା ଦେଇଛନ୍ତି ।

 

 

View this post on Instagram

 

A post shared by mon (@imouniroy)

ମୌନିଙ୍କ ଭାଇ ବିଦ୍ୟୁତ ରୟ ସରକାର କହିଛନ୍ତି,୨୦୨୨ ଜାନୁଆରୀରେ ମୌନି ତାଙ୍କ ବୟଫ୍ରେଣ୍ଡ ସୂରଜଙ୍କୁ ବିବାହ କରିବେ । ଦୁବାଇ କିମ୍ବା ଇଟାଲିରେ ବିବାହ ହେବାକୁ ଥିବା ବେଳେ ପଶ୍ଚିମବଙ୍ଗ କୁଚ ବିହାରରେ ଏକ ଛୋଟ ଫଙ୍କସନ୍‌ ହେବ । ଏହି ବିବାହରେ ତାଙ୍କର ପରିବାର ସଦସ୍ୟ ଏବଂ କିଛି ଘନିଷ୍ଠ ବନ୍ଧୁବାନ୍ଧବ ଓ ସାଙ୍ଗସାଥୀ ଯୋଗ ଦେବେ । ତେବେ ମୌନିଙ୍କ ସମ୍ପର୍କିୟ ଭାଇଙ୍କ ଏହି କଥା କେତେ ସତ ହେଉଛି ତାହା କେବଳ ଆସନ୍ତ ବର୍ଷ ଅପେକ୍ଷା । ସେ ବିବାହ କରୁଛନ୍ତି ନା ତାଙ୍କ ବିବାହ ତାରିଖ ଘୁଞ୍ଚୁଛି ତାହା ୨୦୨୨ରେ ହିଁ ଜଣାପଡିବ ।

 

 

View this post on Instagram

 

A post shared by Suraj Nambiar (@nambiar13)

ସୂଚନା ମୁତାବକ, ଟଲିଉଡ୍‌ରୁ ବଲିଉଡକୁ ଡିଆଁ ମାରିଥିବା ମୌନି ଦୀର୍ଘ ଦିନ ହେବ ସୂରଜ ନାମ୍ବିଆରଙ୍କୁ ଡେଟ୍‌ କରୁଛନ୍ତି । ସୂରଜ ହେଉଛନ୍ତି ଦୁବାଇର ଜଣେ ବ୍ୟାଙ୍କର ଏବଂ ବ୍ୟବସାୟୀ । ସେ ବେଙ୍ଗାଲୁରୁ ବାସିନ୍ଦା । ଗତ କିଛି ଦିନ ତଳେ ମୌନିଙ୍କ ମା’ ସୂରଜଙ୍କ ପରିବାର ସହ ସାକ୍ଷାତ କରିଥିଲେ ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.