ଟ୍ରେଲର ପୂର୍ବରୁ ସାମ୍ନାକୁ ଆସିଲା ହାଉସ୍ଫୁଲ୍ ୪ର ଦମ୍ଦାର ପୋଷ୍ଟର
ଆକ୍ସନ ଷ୍ଟାର ଅକ୍ଷୟ କୁମାରଙ୍କ ଆଗାମୀ ଫିଲ୍ମ ‘ହାଉସ୍ଫୁଲ ୪’ର ପୋଷ୍ଟର ରିଲିଜ୍ ହୋଇଛି। ବୁଧବାର ହାଉସ୍ଫୁଲ ୪ର ନିର୍ମାତା ଗୋଟିଏ ପରେ ଗୋଟିଏ ପୋଷ୍ଟର ସେୟାର କରି ଫିଲ୍ମ ବିଷୟରେ ସୂଚନା ଦେଇଛନ୍ତି। ପୋଷ୍ଟରରେ ଅକ୍ଷୟ କୁମାରଙ୍କ ସମେତ ଅନ୍ୟ କଳାକାରଙ୍କୁ ମଧ୍ୟ ଦେଖିବାକୁ ମିଳିଛି। ନିର୍ମାତାଙ୍କ ଦ୍ୱାରା ଜାରି କରାଯାଇଥିବା ପ୍ରଥମ ପୋଷ୍ଟରରେ ରିତେଶ ଦେଶମୁଖ, ବବି ଦେଓଲ, କ୍ରିତି ସେନନ୍, କ୍ରିତି ଖରବନ୍ଧା ଏବଂ ପୂଜା ହେଗଡ଼େ ରହିଛନ୍ତି। ଏହି ପୋଷ୍ଟର ପରେ ଫିଲ୍ମ ନିର୍ମାତା ହାଉସଫୁଲ୍ ୪ର ଆଉ ଏକ ପୋଷ୍ଟର ରିଲିଜ୍ କରିଛନ୍ତି।
ସେପ୍ଟେମ୍ବର ୨୭ ତାରିଖ ଅର୍ଥାତ୍ ଆସନ୍ତାକାଲି ହାଉସ୍ଫୁଲ୍ ୪ର ଟ୍ରେଲର ରିଲିଜ୍ ହେବ। ଏଣୁ ଟ୍ରେଲର ପୂର୍ବରୁ ଫିଲ୍ମ ନିର୍ମାତା ପୋଷ୍ଟର ରିଲିଜ୍ କରି ଦର୍ଶକଙ୍କୁ ଫିଲ୍ମର ଅଭିନେତା ଓ ଅଭିନେତ୍ରୀଙ୍କ ସମ୍ପର୍କରେ ଜଣାଇଛନ୍ତି।
Trailer drops tomorrow… New poster of #HouseFull4… Directed by Farhad Samji… Produced by Sajid Nadiadwala… Co-produced by Fox Star Studios… #Diwali2019 release. pic.twitter.com/nD52Izq4sj
— taran adarsh (@taran_adarsh) September 26, 2019
ହାଉସ୍ଫୁଲ୍ ୪ ହେଉଛି ଏକ କମେଡି ଫିଲ୍ମ। ଏହା ହାଉସ୍ଫୁଲ ଫ୍ରାଞ୍ଚାଇଜ୍ର ଚତୁର୍ଥ ଫିଲ୍ମ। ବର୍ତ୍ତମାନ ପର୍ଯ୍ୟନ୍ତ ଏହି ସିରିଜ୍ର ରିଲିଜ୍ ହୋଇଥିବା ସମସ୍ତ ଫିଲ୍ମ ସୁପରଡୁପର ହିଟ୍ ସାବ୍ୟସ୍ତ ହୋଇଛି।
ସୂଚନାଯୋଗ୍ୟ ଯେ ଅକ୍ଟୋବର ୨୬ ତାରିଖରେ ଏହି କମେଡ଼ି ଫିଲ୍ମ ହଲ୍କୁ ଆସିବ। ଏହି ଫିଲ୍ମରେ ନବାଜୁଦ୍ଦିନ୍ ସିଦ୍ଧିକି, ଚଙ୍କୀ ପାଣ୍ଡେ ଓ ଜନି ଲିଭରଙ୍କ ଭଳି କଳାକାରଙ୍କୁ ମଧ୍ୟ ଦେଖିବାକୁ ମିଳିବ। ଏହି ଫିଲ୍ମକୁ ସାଜିଦ ନାଡିୟାଡବାଲା ନିର୍ମାଣ କରୁଛନ୍ତି।
ଏହାସହ ପଢ଼ନ୍ତୁ: ୨୦୨୦ରେ ଆରମ୍ଭ ହେବ‘‘ବଚ୍ଚନ ପାଣ୍ଡେ’’ର ସୁଟିଂ, ସୋସିଆଲ ମିଡ଼ିଆରେ ପୋଷ୍ଟର ସେୟାର କଲେ ଅକ୍ଷୟ