୨୨୦ କିଲୋରୁ ୭୫ କିଲୋ କେମିତି ହେଲେ ଅଦନାନ ସାମୀ, ଜାଣନ୍ତୁ କଣ ଥିଲା ଏହା ପଛର ରହସ୍ୟ

ଲୋକପ୍ରିୟ ଗାୟକ ଅଦନାନ ସାମୀଙ୍କ ଲିଫ୍ଟ କରା ଦେ, ଭିଗି ଭିଗି ରା଼ତୋଂ ମେଁ ପରି ହିଟ ଗୀତ ସମସ୍ତେ ଶୁଣିଥିବେ ନିଶ୍ଚୟ । ଅଦନାନ ସାମୀ ଜଣେ ସଫଳ ମ୍ୟୁଜିସିଆନ ତଥା ସିଙ୍ଗର ମଧ୍ୟ । ତାଙ୍କ ମାତ୍ରାଧିକ ଓଜନକୁ ନେଇ ଅନେକ ଥର ଟ୍ରଲ ମଧ୍ୟ ହୋଇଛନ୍ତି । ଅତ୍ୟଧିକ ଓଜନ କାରଣରୁ ଅନେକ ଥର ଥଟା ମଜାର ଶିକାର ମଧ୍ୟ ହୋଇଛନ୍ତି । ଆପଣ ଶୁଣି ତାଯୁବ ହେବେ କିଛି ବର୍ଷ ତଳେ ଅଦନାନଙ୍କ ଓଜନ ପାଖାପାଖି ୨୨୦ କିଲୋ ଥିଲା । କିନ୍ତୁ ଏବେ ତାଙ୍କ ଓଜନ ମାତ୍ର ୭୫ କିଲୋ ରହିଛି । ଅଦନାନଙ୍କ ଏହି ଟ୍ରାନ୍ସଫରମେସନ ପଛରେ ତାଙ୍କ ପରିଶ୍ରମ, କଡା ଡାଏଟ ପ୍ଲାନ, ଫିଜିକାଲ ଏକ୍ସସରସାଇଜ ଆଦି ରହିଛି । କେଉଁ ଉପାୟରେ ଅଦନାନ ନିଜ ଟ୍ରାନ୍ସଫରମେସନ କରିଛନ୍ତି ସେ ବାବଦରେ ଜାଣିବାକୁ ଅନେକ ଲୋକ ଚାହିଁ ବସିଛନ୍ତି । ସୂଚନା ମୁତାବକ ଅଦନାନ ୨୦୦୫ ମସିହାରେ ହଟାତ ଇଣ୍ଡଷ୍ଟ୍ରିରୁ କୁଆଡେ ଗାୟବ ହୋଇଯାଇଥିଲେ । ଆଉ କିଛି ଦିନ ପରେ ଯେବେ ସେ ଦୁନିଆ ନଜରକୁ ଆସିଥିଲେ ସେତେବେଳେ ତାଙ୍କୁ ଚିହିଁବା ବି ମୁସ୍କିଲ ହୋଇପଡ଼ିଥିଲା । କାରଣ ଅଦନାନଙ୍କ ସେହି ମୋଟାପଣ ଆଉ ନଥିଲା । ତାଙ୍କ ଚେହେରା ଖୁବ ଝଡ଼ି ଯାଇଥିଲା । ମୋଟାରୁ ପତଳା ହୋଇଯାଇଥିଲେ ଆଦନାନ । ତାଙ୍କ ଓଜନ ବି ଖୁବ କମି ଯାଇଥିଲା ।

 

View this post on Instagram

 

A post shared by Adnan Sami (@adnansamiworld)

୨୦୦୫ରେ ଲିମ୍ଫେଡମା ପାଇଁ ସର୍ଜରୀ କରାଇ ଥିଲେ ଅଦନାନ । ଆଉ ଏଥିପାଇଁ ଡାକ୍ତର ତାଙ୍କୁ ୩ ମାସ ପାଇଁ ବେଡ଼ରେ ରେଷ୍ଟ ନେବାକୁ ପରାମର୍ଶ ଦେଇଥିଲେ । ଏହି କାରଣରୁ ତାଙ୍କ ମୋଟାପଣ ଏତେ ବଢିଯାଇଥିଲାଯେ ତାଙ୍କ ମାଂଶପେଶି ତଳର ଚର୍ବି ଫୁସଫୁସ ପର୍ଯ୍ୟନ୍ତ ପହଞ୍ଚି ଯାଇଥିଲା । ନିଶ୍ଵାସ ପ୍ରଶ୍ଵାସ ନେବାରେ ବି ତାଙ୍କୁ ଖୁବ କଷ୍ଟ ହେଉଥିଲା । ଡାକ୍ତରକୁ ଦେଖାଇବା ପରେ ଡାକ୍ତର ତାଙ୍କୁ ପରାମର୍ଶ ଦେଇଥିଲେକି ଯଦି ତାଙ୍କ ଓଜନ ନିୟନ୍ତ୍ରଣ ନ ଅଣାଯାଏ ସେ ୬ ମାସରୁ ଅଧିକ ଦିନ ଜୀବିତ ରହିବେ ନାହିଁ । ଏହା ପରେ ଫ୍ୟାମିଲି ତଥା ସାଙ୍ଗ ସାଥିଙ୍କ ସହାୟତାରେ ସେ ହ୍ୟୁଷ୍ଟନ ସ୍ଥିତ ଜଣେ ନ୍ୟୁଟ୍ରିସନିଷ୍ଟଙ୍କ ଅଧୀନରେ ରହି ଓଜନ ନିୟନ୍ତ୍ରଣ ପ୍ରକ୍ରିୟା ଆରମ୍ଭ କରିଥିଲେ । ନିଜ ଧର୍ଯ୍ୟ ତଥା ପରିଶ୍ରମ କାରଣରୁ ମାତ୍ର ୧୬ ମାସ ଭିତରେ ୧୫୦ରୁ ୧୫୫ କିଲୋ ପର୍ଯ୍ୟନ୍ତ ଓଜନ କମ କରିଦେଇଥିଲେ ଅଦନାନ ।

ଜାଣି ଆଶ୍ଚର୍ଯ୍ୟ ହେବେ ଓଜନ କମ କରାଇବା ପାଇଁ କୌଣସି ପ୍ରକାର ସର୍ଜରୀ କରାଇନଥିଲେ ସେ । ସାଧାରଣତଃ ଲୋକେ ଓଜନ କମାଇବା ପାଇଁ ଲିପୋସକ୍ସନ ସର୍ଜରୀ କରନ୍ତି ଯେଉଁଥିରେ ଅତ୍ୟଧିକ ଚର୍ବିକୁ ହଟାଇ ଦିଆଯାଏ । କିନ୍ତୁ ଦୁଇ କ୍ୱିଣ୍ଟାଲରୁ ଅଧିକ ଓଜନର ମଣିଷ ପାଇଁ ଅପରେସନରେ ଓଜନ କମାଇବା ସହଜ ନୁହେଁ । ନିଜ ଡାଏଟରେ ହିଁ ସେ ନିଜ ଓଜନ କମ କରିଥିଲେ । ନିଜ ଡାଏଟ ପ୍ଲାନ ଆରମ୍ଭ କରିବାର ଠିକ ଆଗ ଦିନ ସେ ଆଳୁ, ଅଧିକ ଲହୁଣୀ ସହ ଆମିଷ ଓ ଏକ ବଡ଼ କେକ ଖାଇଥିଲେ । ଆଉ ଠିକ ତାହା ପରେ ସେ ଲୋ କାର୍ବ ତଥା ହାଇ ପ୍ରୋଟିନ ଖାଦ୍ୟ ଖାଇବା ଅରମ୍ଭ କରିଦେଇଥିଲେ । ଆଉ ଏହା ଜରିଆରେ ତାଙ୍କ ଓଜନ ଧୀରେ ଧୀରେ କମିବାକୁ ଲାଗିଥିଲା ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.