ପ୍ରଥମ ଥର ଏକାଠି ସ୍କ୍ରିନ ସେୟାର କରିବେ ହ୍ରିତିକ ଓ ଦୀପିକା, ଖୁବଶୀଘ୍ର ଆରମ୍ଭ ହେବ ଅପ୍କମିଂ ଫିଲ୍ମ ‘ଫାଇଟର’ର ସୁଟିଂ

ହ୍ରିତିକ ରୋଶନ ଓ ଦୀପିକା ପାଦୁକୋନ ପ୍ରଥମ ଥର ପାଇଁ ସ୍କ୍ରିନ ସେୟାର କରିବାକୁ ଯାଉଛନ୍ତି। ଦୁହେଁ ଫିଲ୍ମ ‘ଫାଇଟର’ରେ ପ୍ରଥମ ଥର ପାଇଁ ଏକାଠି କାମ କରିବେ। ରିପୋର୍ଟ ମୁତାବକ, ଦୀପିକା ଏବଂ ହ୍ରିତିକ ଚଳିତବର୍ଷ ଜୁନ୍ ମାସରେ ହିଁ ଫିଲ୍ମର ସୁଟିଂ ଆରମ୍ଭ କରିବେ। ଖାସ୍ ଏଥିପାଇଁ ଦୀପିକା ଏବଂ ହ୍ରିତିକ ନିଜକୁ ନେଇ ପରିଶ୍ରମ କରିବାରେ ଲାଗିପଡିଛନ୍ତି।
ରିପୋର୍ଟ ଅନୁଯାୟୀ, ହ୍ରିତିକି ଏବଂ ଦୀପିକାଙ୍କ ଏହି ଫିଲ୍ମ ଆକ୍ସନରେ ଭରପୁର ରହିବ। ପୂର୍ବରୁ ଫିଲ୍ମ ପାଇଁ ସବୁକିଛି ସେଟିଂ ସରିଥିଲା କିନ୍ତୁ ଲକଡାଉନ ଯୋଗୁଁ ବନ୍ଦ ରହିଥିଲା। ଲକ୍ଡାଉନ ଖୋଲିବା ପରେ ଏବେ ଫିଲ୍ମକୁ ନେଇ ପ୍ଲାନ୍ ସହିତ ଦୁନିଆର ଶ୍ରେଷ୍ଠ ଲୋକେସନରେ ସୁଟିଂ କରାଯିବ। ଆଉ ଖାସ୍ ଏଥିପାଇଁ ପ୍ଲାନିଂ ମଧ୍ୟ ଜୋରଦାର ଚାଲିଛି।
ଏହି ଫିଲ୍ମରେ ହ୍ରିତିକ ଏବଂ ଦୀପିକାଙ୍କ ଛଡା ଅନିଲ କପୁର ମଧ୍ୟ ନଜର ଆସିବେ। ଫିଲ୍ମ ଆସନ୍ତାବର୍ଷ ଜାନୁଆରୀ ରିଲିଜ ହୋଇପାରେ। ହ୍ରିତିକଙ୍କ ଫିଲ୍ମ ଜନ ଆବ୍ରାହମଙ୍କ ଅପକମିଂ ଫିଲ୍ମ ସହିତ ଟକ୍କର ହେବ। ଫାଇଟର ବିଷୟରେ ଘୋଷଣା ହେବା ପରେ ହ୍ରିତିକ ଏବଂ ଦୀପିକାଙ୍କ ଯୋଡିକୁ ଟମ୍ କ୍ରୁସ ଏବଂ ଆଞ୍ଜୋଲିନା ଜୋଲି ସହିତ ହୋଇଥିଲା। ଫିଲ୍ମର ଷ୍ଟାରକାଷ୍ଟ ଦେଖି ଫ୍ୟାନ୍ସଙ୍କ ମଧ୍ୟରେ ଉତ୍ସୁକତା ବଢିଯାଇଛି। ଆଉ ଏହି ଫିଲ୍ମର ରିଲିଜକୁ ଚାହିଁ ରହିଛନ୍ତି ଫ୍ୟାନ୍ସ।
Also Read : ପ୍ରଥମ ଥର ସବା ଆଜାଦଙ୍କ ଫଟୋ ପୋଷ୍ଟ କଲେ ହ୍ରିତିକ୍, କହିଲେ ଏମିତି କଥା…