ଜାପାନରେ ଆଜି ରିଲିଜ ହେଲା ରିତିକ୍‌ ରୋଶନଙ୍କ ଫିଲ୍ମ‘ସୁପର ୩୦’ ସମୀକ୍ଷକ କହିଳେ ଜୀବନ ବଦଳାଇ ଦେବ ଏହି ଫିଲ୍ମ’

ନୂଆଦିଲ୍ଲୀ : ରିତିକ୍‌ ରୋଶନଙ୍କ ହିଟ୍‌ ଫିଲ୍ମ ‘ ସୁପର ୩୦’ ର ଆଜି ଅର୍ଥାତ ରବିବାର ଜାପାନରେ ପ୍ରିମିୟର ଶୋ ହୋଇଛି । ଗଣିତଜ୍ଞ ଆନନ୍ଦ କୁମାରଙ୍କ ବାୟୋପିକ୍‌ ଭାରତରେ ୧୨ ଜୁଲାଇ ୨୦୧୯ ରେ ରିଲିଜ ହୋଇଥିଲା । ଜାପାନର ରାଜଧାନୀ ଟୋକିଓରେ ଫିଲ୍ମର ପ୍ରିମିୟର ପାଇଁ ପ୍ରଫେସର ଆନନ୍ଦ କୁମାରଙ୍କୁ ମଧ୍ୟ ଆମନ୍ତ୍ରିତ କରାଯାଇଛି । ଏହି ଫିଲ୍ମ ଉପରେ ଜାପାନୀ ସମୀକ୍ଷକ ଜବରଦସ୍ତ ପ୍ରତିକ୍ରିୟା ଦେଇଛନ୍ତି ।

ଏହି ଫିଲ୍ମ ବିହାର ର ପ୍ରଫେସର ଆନନ୍ଦ କୁମାରଙ୍କ ଜୀବନ ଓ ସଂଘର୍ଷ ଉପରେ ଆଧାରିତ । ଏହି ଫିଲ୍ମରେ ଦେଖାଯାଇଛି ଯେ କିପରି ସମାଜର ବଂଚିତ ବର୍ଗର ପିଲାଙ୍କୁ ଆଇଆଇଟି ଭଳି ସମ୍ମାନଜନକ ଶିକ୍ଷାନୁଷ୍ଠାନରେ ପ୍ରବେଶ କରାଇବା ପାଇଁ କୋଚିଂ ଦିଆଯାଉଛି । ପଢ଼ା ସହ ଏହି ପିଲାଙ୍କ ଖାଦ୍ୟ ଓ ପାନୀୟ ବ୍ୟବସ୍ଥା ମଧ୍ୟ କରାଯାଉଛି । ୨୦୧୯ ରେ ଏହା ରିଲିଜ ହେବା ପରେ ଦେଶର ୮ଟି ରାଜ୍ୟରେ ଏହାକୁ ଟ୍ୟାକ୍ସ ଫ୍ରି କରିଦିଆଯାଇଥିଲା ।

ରିତିକ ରୋଶନ ଏଥିରେ ମୁଖ୍ୟ ଭୂମିକାରେ

ସେ ସମୟରେ ଜାପାନ ଟିଭି ଚ୍ୟାନେଲରେ ଏନଏଚକେ ର ଡକ୍ୟୁମେଣ୍ଟ୍ରିରେ ବହୁତ ପ୍ରତିକ୍ରିୟା ମିଳିଥିଲା । ୨୦୦୯ରେ ପ୍ରଥମେ ଜାପାନର ଏନ୍‌ଏଚକେ ଚ୍ୟାନେଲ ପାଟନାର ସୁପର ୩୦ କୁ ନେଇ ଏକ ଡକ୍ୟୁମେଣ୍ଟ୍ରି ତିଆରି କରିଥିଲେ । ସେତେବେଳେ ଜାପାନର ଅଭିନେତ୍ରୀ ମଧ୍ୟ ପାଟନା ଟୁରରେ ଆସିଥିଲେ ।

ଜଣେ ଜାପାନୀ ସମୀକ୍ଷକ ଏହାକୁ ବହୁତ ପ୍ରଶଂସା କରିଛନ୍ତି । ଏଥିରେ ଦେଖାଯାଇଛି ଯେ ଜଣେ ଭଲ ଶିକ୍ଷକ ଚାହିଁଲେ କିଛି ବି କରିପାରିବେ । ଏହି ଫିଲ୍ମ ଶିକ୍ଷାକୁ ନେଇ ଏକ ଜବରଦସ୍ତ ନୀତିଶିକ୍ଷା ଦେଇଛି ଯାହା ଜଣଙ୍କର ଜୀବନକୁ ବଦଳାଇ ଦେଇପାରେ ବୋଲି ସମୀକ୍ଷଖ ଜୋ ଶି ଇଗାବୁ କହିଛନ୍ତି ।

 

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.