ହ୍ରିତିକ ରୋଶନଙ୍କ ପୂର୍ବତନ ସ୍ତ୍ରୀ ସୁଜୈନ ଖାନଙ୍କୁ ହେଲା ଓମିକ୍ରନ; କହିଲେ, ୨ ବର୍ଷ ଧରି କରୋନାକୁ ଚକ୍‌ମା ଦେଇ ଚାଲିଥିଲି…

ହ୍ରିତିକ ରୋଶନଙ୍କ ପୂର୍ବତନ ସ୍ତ୍ରୀ ସୁଜୈନ ଖାନ କୋଭିଡ ୧୯ର ନୂଆ ଭାରିଆଣ୍ଟ ଓମିକ୍ରନରେ ସଂକ୍ରମିତ ହୋଇଛନ୍ତି। ଏ ନେଇ ନିଜେ ସୁଜୈନ ଖାନ ସୋସିଆଲ ମିଡିଆରେ ଏକ ଫଟୋ ସେୟାର କରି ସୂଚନା ଦେଇଛନ୍ତି। ସୁଜୈନ ନିଜ ଅଫିସିଆଲ ଇନଷ୍ଟାଗ୍ରାମ ଆକାଉଣ୍ଟରୁ ଏକ ଫଟୋ ସେୟାର କରି ଏହି ଭାଇରସ ଦ୍ୱାରା ସଂକ୍ରମିତ ହୋଇଥିବା ବିଷୟରେ ଜଣାଇଛନ୍ତି। ସେ କ୍ୟାପସନରେ ଲେଖିଛନ୍ତି, ‘୨ ବର୍ଷ ଧରି କରୋନା ଭାଇରସକୁ ଚକ୍‌ମା ଦେବା ପରେ ତୃତୀୟ ବର୍ଷ ୨୦୨୨ରେ ଶେଷରେ ଓମିକ୍ରନ୍ ଭାରିଆଣ୍ଟ ମୋ ଇମ୍ୟୁନିଟି ସିଷ୍ଟମ ଭିତରେ ପଶି ଯାଇଛି। ମୁଁ ଗତ ରାତିରେ କୋଭିଡ୍ ପଜିଟିଭ୍ ମିଳିଛି। ଦୟାକରି ସୁରକ୍ଷିତ ରୁହନ୍ତୁ ଏବଂ ସମ୍ପୂର୍ଣ୍ଣ ଭାବେ ନିଜର ଯତ୍ନ ନିଅନ୍ତୁ। ଏହା ବହୁତ ସଂକ୍ରାମକ’।

ସୁଜୈନ ଖାନଙ୍କ ସ୍ୱାସ୍ଥ୍ୟ ସମ୍ବନ୍ଧୀୟ ସୂଚନା ମିଳିବା ମାତ୍ରେ ହିଁ ତାଙ୍କ ପ୍ରଶଂସକ ଏବଂ ସେଲିବ୍ରିଟିମାନେ ଲଗାତାର ପୋଷ୍ଟ କରି ତାଙ୍କର ଆଶୁ ଆରୋଗ୍ୟ କାମନା କରୁଛନ୍ତି। ଅଲି ଗୋନି କ୍ୟାପସନରେ ଲେଖିଛନ୍ତି, ‘ଶୀଘ୍ର ସୁସ୍ଥ ହୋଇଯାଅ’। ବିପାଶା ବସୁ ମଧ୍ୟ ଲେଖିଛନ୍ତି, ‘ଜଲ୍‌ଦି ସୁସ୍ଥ ହୁଅ’। ଏଥି ସହିତ ଅଭିନେତ୍ରୀ ନୀଲମ କୋଠାରୀ କମେଣ୍ଟରେ ଲେଖିଛନ୍ତି, ‘ଟେକ୍‌ କେୟାର ସୁଜି’। ସେହିପରି ପ୍ରସିଦ୍ଧ ଫଟୋଗ୍ରାଫର ଡବୁ ରତ୍‌ନାନୀ କ୍ୟାପସନରେ ଲେଖିଛନ୍ତି, ‘ଯତ୍ନ ନିଅ ସୁଜୈନ’।

ଅର୍ସଲାନଙ୍କୁ ଡେଟ କରୁଛନ୍ତି କି ସୁଜୈନ

କିଛି ଦିନ ପୂର୍ବେ ଅନୁଷ୍କା ରଞ୍ଜନ ଅର୍ସଲାନ ଗୋନିଙ୍କ ଜନ୍ମଦିନ ଉତ୍ସବର କିଛି ଫଟୋ ଏବଂ ଭିଡିଓ ସୋସିଆଲ ମିଡିଆରେ ସେୟାର କରିଥିଲେ, ଯେଉଁଥିରେ ସୁଜୈନ ଖାନ ଅର୍ସଲାନ ଗୋନିଙ୍କ ସହିତ ନଜର ଆସିଥିଲେ। ସୁଜୈନ ନିଜେ ମଧ୍ୟ ଅର୍ସଲାନ ଗୋନିଙ୍କ ସହିତ ଏକ ଫଟୋ ସେୟାର କରିଥିଲେ, ଯେଉଁଥିରେ ସେ ବ୍ଲାକ ଟପ୍ ଓ ଗୋଲ୍ଡେନ ମିନି ସ୍କର୍ଟରେ ପୋଜ୍ ଦେଉଥିବାର ଦେଖା ଯାଇଥିଲେ। ଏହି ଫଟୋ ସେୟାର କରି ସୁଜୈନ ଅର୍ସଲାନଙ୍କ ଜନ୍ମଦିନରେ ଏକ ଭାବପ୍ରବଣ ପୋଷ୍ଟ ମଧ୍ୟ ଲେଖିଥିଲେ।

ଫଟୋ ସେୟାର କରିବା ବେଳେ ସୁଜୈନ ଲେଖିଥିଲେ, ‘ଜନ୍ମଦିନର ଶୁଭେଚ୍ଛା ଓ ଶୁଭକାମନା। ମୁଁ ଆପଣଙ୍କ ପାଇଁ ଏମିତି ଏକ ଦୁନିଆ ଚାହୁଁଛି, ଯାହା ସବୁ ଜିନିଷରେ ପରିପୂର୍ଣ୍ଣ ଥିବ ଏବଂ ଆପଣ ସେଥିପାଇଁ ଯୋଗ୍ୟ ଥିବେ। ଆପଣ ସବୁଠୁ ସୁନ୍ଦର ଶକ୍ତି, ଯାହା ମୁଁ ଏ ପର୍ଯ୍ୟନ୍ତ ଦେଖି ଆସିଛି। ଆପଣ ସବୁବେଳେ ଏମିତି ହିଁ ଚମକୁ ଥାଆନ୍ତୁ ଏବଂ ହସୁ ଥାଆନ୍ତୁ’। ସୁଜୈନଙ୍କର ଏହି ପୋଷ୍ଟ ଉପରେ ସୋନାଲ ଚୌହାନ, ଗାୟିତ୍ରୀ ଓବରାୟ ଓ ଅନୁଷ୍କା ରଞ୍ଜନଙ୍କ ସମେତ ଅନେକ ସେଲିବ୍ରିଟି ତାଙ୍କୁ ଜନ୍ମଦିନର ଶୁଭେଚ୍ଛା ଜଣାଇଥିଲେ।

 

View this post on Instagram

 

A post shared by Sussanne Khan (@suzkr)