“ବିକ୍ରମ ବେଧା” ଲୁକରେ ସୋସିଆଲ ମିଡିଆରେ ହ୍ରିତିକ୍‌ ସେୟାର କଲେ ଫଟୋ, ଫ୍ୟାନ୍ସ ମାନେ ପଚାରିଲେ ଏମିତି କିଛି ପ୍ରଶ୍ନ

ହ୍ରିତିକ୍‌ ରୋଶନଙ୍କ ଗଣନା ବଲିଉଡର ସବୁଠୁ ହ୍ୟାଣ୍ଡସମ ଅଭିନେତା ମାନଙ୍କ ମଧ୍ୟରେ କରାଯାଏ । ନିଜ ଲୁକ ଜରିଆରେ ଫ୍ୟାନ୍ସ ମାନଙ୍କୁ ଆକୃଷ୍ଟ କରିବା ପାଇଁ କିଛି ବି ସୁଯୋଗ ହାତଛଡା କରନ୍ତି ନାହିଁ ଏହି ହ୍ୟାଣ୍ଡସମ ଅଭିନେତା ଜଣଙ୍କ । ୪୮ ବର୍ଷ ବୟସରେ ବି ଏହି ଅଭିନେତା ନିଜ ଫିଟ୍ନେସ ଓ ଚାର୍ମକୁ ନେଇ ପ୍ରଶଂସା ସାଉଁଟିବାରେ ଲାଗିଛନ୍ତି । ବୁଧବାର କରଣ ଜୋହରଙ୍କ ଜନ୍ମଦିନ ପାର୍ଟିରେ ହ୍ରିତିକ୍‌ ରୋଶନ ନିଜ ବାନ୍ଧବୀ ସବା ଆଜାଦଙ୍କ ସହିତ ନଜର ଆସିଥିଲେ । ପାର୍ଟିରେ ଦୁହିଁଙ୍କ ଲୁକକୁ ନେଇ ଚର୍ଚ୍ଚା ବେଶ ଜୋର ଧରିଥିଲା । ଆଉ ଦୁହେଁ ପରସ୍ପର ସହିତ ଖୁବ ଖୁସିଥିବା ନଜର ଆସିଥିଲେ । ପାର୍ଟି ପୂର୍ବର କେତେ ଗୁଡିଏ ଫଟୋକୁ ହ୍ରିତିକ୍‌ ଆଜି ସକାଳ ସମୟରେ ନିଜ ସୋସିଆଲ ମିଡିଆରେ ସେୟାର କରିଛନ୍ତି ।

 

 

View this post on Instagram

 

A post shared by Hrithik Roshan (@hrithikroshan)

ନିଜ ଇନ୍ଷ୍ଟଗ୍ରାମ ଆକାଉଣ୍ଟରେ ହ୍ରିତିକ୍‌ ଏହି ଫଟୋ ଗୁଡିକୁ ପୋଷ୍ଟ କରିଛନ୍ତି । ଏହି ପୋଷ୍ଟରେ ହ୍ରିତିକ୍‌ଙ୍କର କରଣ ଜୋହରଙ୍କର ପାର୍ଟି ସମୟର ଲୁକ ଦେଖାଦେଇଛି । ଅଭିନେତା ମିରର ସେଲ୍ଫି ନେଉଥିବା ଦେଖାଦେଇଛି । ଏହି ଫଟୋରେ ଅଭିନେତା କଳା ରଙ୍ଗର ସୁଟରେ ଖୁବ ହ୍ୟାଣ୍ଡସମ ଦେଖାଦେଇଛନ୍ତି । ଆଉ ଫଟୋ ସେୟାର କରି ଏହାର କ୍ୟାପ୍ସନରେ ଲେଖିଛନ୍ତିକି – “କାଲି ରାତିରେ…..ଦାଢ଼ି ସହିତ ମୋର ଶେଷ ପୋଷ୍ଟ” । ତାଙ୍କ ପୋଷ୍ଟ ଗୁଡିକୁ ଦେଖି ଏବେ ଲାଗୁଛି ଯେମିତିକି ଅଭିନେତାଙ୍କ ଏହି ଲୁକ ବୋଧ ହୁଏ ଆଉ ଦେଖିବାକୁ ମିଳିବ ନାହିଁ ।

ହ୍ରିତିକ୍‌ଙ୍କ ଏହି ଲୁକ ଦେଖିବା ପରେ ଫ୍ୟାନ୍ସ ମାନେ ତାଙ୍କ ଫଟୋ ଉପରେ ଲାଇକ୍ସ, କମେଣ୍ଟସ କରିବାରେ ଲାଗିଛନ୍ତି । ମାତ୍ର କିଛି ମିନିଟ ଭିତରେ ତାଙ୍କ ଫଟୋରେ ପ୍ରାୟ ୧୫ ଲକ୍ଷରୁ ଅଧିକ ଲାଇକ୍ସ ମିଳିସାରିଛି । ଜଣେ ଫ୍ୟାନ ତାଙ୍କୁ ଇଣ୍ଟରନ୍ୟାସନାଲ ହ୍ୟାଣ୍ଡସମ କହିବା ସହିତ ଗ୍ରୀକ ଗଡ଼ ଭାବରେ ସମ୍ବୋଧନ କରିଛନ୍ତି । ଯେବେକି ଜଣେ ୟୁଜର ଲେଖିଛନ୍ତିକି – ଦାଢ଼ି ସହିତ ଶେଷ ପୋଷ୍ଟ କୋଉଥି ପାଇଁ ? କଣ କ୍ରିସ ୪ ପାଇଁ ସୁଟିଙ୍ଗ କରିବାକୁ ଯାଉଛନ୍ତି କି ?

କାମ ଦୃଷ୍ଟିରୁ ଦେଖିଲେ ଅଭିନେତା ଖୁବ ଶୀଘ୍ର “ବିକ୍ରମ ବେଧା”ରେ ନଜର ଆସିବାକୁ ଆସିବାକୁ ଯାଉଛନ୍ତି । କିନ୍ତୁ ଏଥିରେ ହ୍ରିତିକ୍‌ଙ୍କ ଲୁକ ତାଙ୍କ ପୂର୍ବ ଲୁକ ଅପେକ୍ଷା କିଛିଟା ଭିନ୍ନ ରହିଛି ।

 

 

 

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.