ଆର୍ଯ୍ୟନଙ୍କ ଉଦ୍ଦେଶ୍ୟରେ ଇନ୍ଷ୍ଟଗ୍ରାମରେ ଚିଠି ପୋଷ୍ଟ କଲେ ହ୍ରିତିକ୍‌, ସାନ୍ତ୍ୱନା ଦେଇ ଲେଖିଲେ ଏମିତି କିଛି

ବଲିଉଡର କିଙ୍ଗ ଖାଁ ବା ଶାହରୁଖ ଖାଁଙ୍କ ପୁଅ ଆର୍ଯ୍ୟନ ଖାଁଙ୍କୁ ଡ୍ରଗ୍ସ ଲିଙ୍କ ନେଇ ଗିରଫ କରିଛି ଏନସିବି ।  କୄଜରେ ଚାଲିଥିବା ରେଭ ପାର୍ଟି ରୁ ହିଁ ଆର୍ଯ୍ୟନଙ୍କୁ ଗିରଫ କରାଯାଇଥିଲା । ପ୍ରଥମେ ତିନି ଦିନ ପାଇଁ ତାଙ୍କୁ ରିମାଣ୍ଡରେ ରଖାଯାଇଥିବା ବେଳେ ପରେ ଏହି ଅବଧିକୁ ୧୧ ତାରିଖ ଯାଏଁ ବଢ଼ାଇ ଦିଆଯାଇଛି । ଏହି ଘଟଣା ପରେ ଅନେକ ବଲିଉଡ କଳାକାର ଆର୍ଯ୍ୟନଙ୍କ ସମର୍ଥନରେ ଆସିଛନ୍ତି । ସୂଚନା ଦେବା ଯୋଗ୍ୟକି ଆର୍ଯ୍ୟନଙ୍କ ସମେତ ଅନ୍ୟ ୭ ଅଭିଯୁକ୍ତଙ୍କୁ ୧୧ ଯାଏ ରିମାଣ୍ଡ ଅନୁମତି ଲୋଡିଥିଲା । ସେପଟେ ଆର୍ଯ୍ୟନଙ୍କ ଓକିଲ ସତୀଶ ମନେସିନ୍ଧେ ଯୁକ୍ତି ରଖିଥିଲେ ଯେ, ଗତ ଦୁଇ ରାତି ହେବ ଏନସିବି ଆର୍ଯ୍ୟନଙ୍କୁ ଜେରା କରିନି । ଅଧିକ କଷ୍ଟୋଡିର କଣ ଆବଶ୍ୟକତା ଅଛି ? ଏଯାଏ ଜାହାଜରେ ରେଭ୍‌ ପାର୍ଟି ମାମଲାରେ ୧୭ ଜଣଙ୍କୁ ଗିରଫ କରାଯାଇଛି । ଏହି ନିକଟରେ ଆକ୍ଟର ହୃତ୍ଵିକ ରୋଶନ ଆର୍ଯ୍ୟନଙ୍କୁ ସମର୍ଥନ କରି ଇନ୍ଷ୍ଟଗ୍ରାମରେ ପୋଷ୍ଟ କରିଛନ୍ତି । ଆର୍ଯ୍ୟନଙ୍କ ଏକ ଫଟୋ ସେୟାର କରି କ୍ୟାପ୍ସନରେ ଲେଖିଛନ୍ତିଯେ, ମୋ ପ୍ରିୟ ଆର୍ଯ୍ୟନ, ଜୀବନ ଏକ ଅଜବ ଯାତ୍ରା । ଏହା ଖୁବ ଭଲ, କାହିଁକି ନା ଏହା ଅନିଶ୍ଚିତ, କ୍ଷଣ ସ୍ଥାୟୀ । ଜୀବନରେ ଆମକୁ ଅନେକ ଉଚ୍ଚ ନୀଚା, ଖାଲ ଢିପର ସାମ୍ନା କରିବାକୁ ପଡିଥାଏ । କିନ୍ତୁ ଭଗବାନ ଖୁବ ଦୟାଳୁ । ସେ ତାଙ୍କ ପ୍ରିୟ ବ୍ୟକ୍ତି ମାନଙ୍କର ପରୀକ୍ଷା ନିଅନ୍ତି । ଆଉ ସମୟାନୁଯାୟୀ ଫଳ ଦିଅନ୍ତି । ଆପଣ ଭଗବାନଙ୍କ ପ୍ରିୟ ହୋଇଥିବାରୁ ଆପଣଙ୍କୁ ଏଥିପାଇଁ ବଛାଯାଇଛି ।

 

 

View this post on Instagram

 

A post shared by Hrithik Roshan (@hrithikroshan)

ଖାଲି ସେତିକି ନୁହେଁ ହୃତ୍ଵିକ ଏହା ମଧ୍ୟ ଲେଖିଛନ୍ତିଯେ, “ମୁଁ ଜାଣିଛିଯେ ଆପଣଙ୍କୁ ଏସବୁ ନିଶ୍ଚିତ ରୂପେ ଅନୁଭବ ହେଉଥିବ । ବର୍ତ୍ତମାନ ସ୍ଥିତିରେ ଆପଣଙ୍କୁ ଅନ୍ୟ ଉପରେ ରାଗ ଲାଗୁଥିବ, ଅସହଜ ଅନୁଭବ ହେଉଥିବ, ଅସହାୟ ବି ଲାଗୁଥିବ । ଆଉ ମୋର ପୁରା ବିଶ୍ୱାସ ଅଛି ଏହି ଗୁଡିକ ହିଁ ଆପଣଙ୍କ ଭିତରେ ଥିବା ହୀରାକୁ ଜାଗୃତ କରିବ । କିନ୍ତୁ ସାବଧାନ ଏସବୁ ଆପଣଙ୍କ ଭିତରେ ଥିବା ସୁଗୁଣ ଗୁଡିକୁ ବି ନଷ୍ଟ କରିଦେଇ ପାରେ । ଅନିଶ୍ଚିତ ଭିତରେ ନିଜକୁ ହଜାଅ ନାହିଁ । ଯାହା ଅନୁଭବ କରୁଛ ତାକୁ ଗ୍ରହଣ କର । ଆଗକୁ ଆଶାର କିରଣ ରହିଛି । ଆର୍ଯ୍ୟନ ଖାନକୁ ଏହି ପରାମର୍ଶ ଦେଇଛନ୍ତି ଋତିକ ରୋଶନ। ଏଥି ପାଇଁ ଏହା ଏକ ମହାନଯାତ୍ରା, କାରଣ ଏଥିରେ କିଛି ବି ନିଶ୍ଚିତ ନାହିଁ । ଏହା ମହାନ କାରଣ ଆପଣଙ୍କ ଆଗରେ କଠିନ ପରିସ୍ଥିତ ସୃଷ୍ଟି କରେ ।  ତୁମେ ଜାଣିଛ ଏବେ ତୁମକୁ ବଛାଯାଇଛି । ବର୍ତ୍ତମାନର ଅସ୍ଥିର ପରିସ୍ଥିତିରେ ତୁମେ ନିଜକୁ ସମ୍ଭାଳି ପାରିବ । କ୍ରୋଧ, ଭ୍ରମ, ଅସହାୟତା ଆଦି ଆପଣଙ୍କ ଭିତରେ ଥିବା ନାୟକକୁ ବାହାରକୁ ଆଣିବା ଲାଗି ଆବଶ୍ୟକ ସାମଗ୍ରୀ । କିନ୍ତୁ ସାବଧାନ ରୁହ, ଏହି ତତ୍ୱ ଆପଣଙ୍କ ଭିତରେ ଥିବା ଦୟା, କରୁଣା, ପ୍ରେମ ଭଳି ମହତପଣିଆକୁ ମାରିଦେବ। ଯେତିକି ଆବଶ୍ୟକ ସେତିକି ନିଜକୁ ଜଳିବାକୁ ଦିଅ ।

ଯଦି ତୁମେ ଜାଣିଛ ତ୍ରୁଟି, ଅସଫଳତା, ସଫଳତା, ବିଜୟ ଭିତରକୁ କାହାକୁ ପାଖରେ ରଖିବ କାହାକୁ ଦୂରେଇ ରଖିବେ ତେବେ ତୁମେ ଏ ସବୁ ସହ ଭଲରେ ବିକଶିତ ହୋଇ ପାରିବ। ମୁଁ ତୁମକୁ ଛୁଆ ବେଳୁ ଜାଣିଛି, ପୁରୁଷ ଭାବେ ଜାଣିଛି । ଏହାକୁ ଗ୍ରହଣ କର । ଯାହା ଅନୁଭବ କରୁଛ ତାକୁ ଗ୍ରହଣ କର। ଏହା ଆପଣଙ୍କ ଉପହାର। ଆଗକୁ ଯେତେବେଳେ ଏ ସବୁ ଉପରେ ଧ୍ୟାନଦେବ ତେବେ ତୁମେ ସବୁ କିଛି ବୁଝିପାରିବ। ଯଦି ତୁମେ ଶୈତାନ ଆଖିରେ ଆଖି ମିଶାଇ ଶାନ୍ତ ରହିଛ, ଶାନ୍ତ ରୁହ…ଏ ସବୁ ତୁମର କାଲିର ନିର୍ମାଣ କରିବ । ଆଗାମୀ ଦିନ ଆଶାର କିରଣରେ ଭରି ରହିଛି । କିନ୍ତୁ ଏଥିପାଇଁ ତୁମକୁ ଅନ୍ଧାର ଭିତର ଦେଇ ଯିବାକୁ ପଡିବ । ଶାନ୍ତ ରୁହ ନିଜକୁ ହଜାଅ ନାହିଁ।…ସେପଟେ ଏ ସମୟରେ ସାମ୍ନାକୁ ଆସିଛି ୧୯୯୦ ଦଶକର ଏକ ଫଟୋ । ଯାହାକୁ ସୋସିଆଲ ମିଡିଆରେ ସେୟାର କରିଛନ୍ତି ବିଲଉଡ୍‌ ପ୍ରଯୋଜକ ତଥା ନିର୍ଦ୍ଦେଶକ ସୁବାସ ଘାଇ। ଯେଉଁଥିରେ ସେ ସମୟର ବହୁ ଷ୍ଟାର ଓ ସୁପରଷ୍ଟାର ଡ୍ରଗ୍‌ସ ବ୍ୟବହାର ବିରୋଧରେ ଏକାଠି ହୋଇଥିଲେ। ଫଟୋରେ ଅମିତାଭ ବଚ୍ଚନ, ଅମିର ଖାନ, ବିନୋଦ ଖାନ୍ନା, ମିଥୁନ, ଜ୍ୟାକି ଶ୍ରଫ, ଡିମ୍ପଲ, ଶବନା ଆଜମୀ ପ୍ରମୁଖ ଅଭିନେତା ଓ ଅଭିନେତ୍ରୀ ଅଛନ୍ତି। ଅର୍ଥାତ ସେ ସମୟରେ ମଧ୍ୟ ଡ୍ରଗ୍‌ସ ବ୍ୟବହାର ଚିନ୍ତାଜନକ ସ୍ଥିତି ସୃଷ୍ଟି କରିଥିଲା। ତେଣୁ WE LOVE LIFE, WE HATE DRUGS କ୍ୟାମ୍ପେନ ଚାଲିଥିଲା।

 

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.