ମନୋରଂଜନ

କନ୍ଧମାଳରେ ସିନେମା ସୁଟିଂର ଅପାର ସମ୍ଭାବନା, ଆଗାମୀ ଦିନରେ କନ୍ଧମାଳକୁ ନେଇ ନିର୍ମାଣ ହେବ ଚଳଚିତ୍ର

କେନ୍ୟୁଜ୍‌(ବ୍ୟୁରୋ): ଘଞ୍ଚ ବାନାନୀ ସାଙ୍ଗକୁ ପର୍ବତମାଳା । ଝରଣା ଓ ଜଳପ୍ରପାତରେ ପରିପୂର୍ଣ୍ଣ । ସେହିପରି ଜାତୀୟ ରାଜପଥ କଡ଼େ କଡ଼େ ପାହାଡ଼ ସାଙ୍ଗକୁ ଶାଳବଣ । ଏହାସହ ପାଇନ ବଣର ପ୍ରାକୃତିକ ସୌନ୍ଦର୍ଯ୍ୟ । ଏପରି ସୌନ୍ଦର୍ଯ୍ୟତା ରହିଛି ପ୍ରାକୃତିକ ପରିବେଶରେ ପରିବେଷ୍ଟିତ କନ୍ଧମାଳ ଜିଲ୍ଲାରେ । ଆଖିକୁ ଝଲସେଇ ଦେଲା ଭଳି ଲୋକେସନ ରହିଛି ଏହି ଜିଲ୍ଲାରେ । ଏହି ଜିଲ୍ଲାରେ ଥିବା ଦାରିଙ୍ଗିବାଡ଼ିକୁ କୁହାଯାଏ ଓଡ଼ିଶାର କାଶ୍ମୀର । କେବଳ ସେତିକି ନୁହେଁ ଏଠିକାର ଗାଁ ମାନଙ୍କର ଆଦିବାସୀ ଅଧିବାସୀଙ୍କ ନିଚ୍ଛକ ପରମ୍ପରା ବାନ୍ଧିରଖେ ପର୍ଯ୍ୟଟକଙ୍କୁ । କହିବାକୁ ଗଲେ ସମୟ ଅନୁସାରେ ସବୁକିଛି ବଦଳିଛି । ବିକାଶ ଧାରାରେ ବଢିଛି ଜିଲ୍ଲା । ହେଲେ ବଦଳିନି କନ୍ଧମାଳ । ତାର ସେହି ପ୍ରାକୃତିକ ଶୋଭାରାଜି ଓ ପରମ୍ପରା ଆଜିବି ଦେଖିବାକୁ ମିଳେ । ଏପରି ଲୋକେସନରେ ଭରା ଥିବା କନ୍ଧମାଳ ନିଜ ପାଖକୁ ଟାଣି ଆଣିଛି ସିନେମା ପ୍ରଜୋଜକ ତଥା ନିର୍ଦ୍ଦେଶକଙ୍କୁ । ଏହାରି ଭିତରେ କନ୍ଧମାଳର ବିଭିନ୍ନ ଲୋକେସନରେ ସୁଟିଂଙ୍ଗ ଚାଲିଛି ଓଡ଼ିଆ ସିନେମା ବିଗୁଲ ।

କନ୍ଧମାଳକୁ ନେଇ ନିର୍ମିତି ହୋଇଛି ସିନେମାର କାହାଣୀ । ନିଆରା କାହାଣୀ ସହ ରହିଛି କନ୍ଧମାଳର ଚିତ୍ର ଓ ଚରିତ୍ର । ନିଛକ ଆଦିବାସୀ ପରମ୍ପରାକୁ ନେଇ ତିଆରି ହୋଇଛି ସିନେମା । ଏହାସହ ରହିଛି ଜୀବନ ଜୀବିକାର କାହାଣୀ । କନ୍ଧମାଳର ବିଭିନ୍ନ ଆଦିବାସୀ ବହୁଳ ଗାଁରେ ସୁଟିଂ ହୋଇଛି ଏହି ସିନେମା । ଏପରିକି ଗାଁର ଛୋଟ ଛୋଟ ଛୁଆଙ୍କୁ ସିନେମାରେ ଅଭିନୟ କରୁଥିବାର ଦେଖିବାକୁ ମିଳିବ । ଏହାସହ କନ୍ଧମାଳରେ ଥିବା ବିଭିନ୍ନ ସମସ୍ୟାକୁ ମଧ୍ୟ ଦର୍ଶାଯାଇଛି ଏହି ସିନେମାରେ । କନ୍ଧମାଳର ହଳଦୀଠୁ ଜାତୀୟ ରାଜପଥରେ ଘଟୁଥିବା ଅପରାଧକୁ ଦର୍ଶାଯାଇଛି । ପିଲା ସାଲୁଙ୍କି ନଦୀ ଅବବାହିକା, ବିଶିପଡ଼ା ଫରେଷ୍ଟ ରେଞ୍ଜ, ପାଇନ ବଣ, ସାଇଲେଟିଂ ଭ୍ୟାଲି, ଲଭର୍ସ ପଏଣ୍ଟ, କାଶିନି ପଦର, ସଲପ ସାହି, ମାଝୀପଡା, ବନ୍ଧଗଡ ଓ ଉର୍ମାଗଡ ଜଳପ୍ରପାତରେ ବିଗୁଲର ସୁଟିଂ କରାଯାଇଛି ।

ସମ୍ପୂର୍ଣ୍ଣ ନୂଆ ଟେକ୍ନୋଲୋଜିରେ ନିର୍ମାଣ ହେଉଛି ଏହି ସିନେମା । ବଲିଉଡରେ ବ୍ୟବହାର ହେଉଥିବା ଟେକ୍ନୋଲୋଜିକୁ ବ୍ୟବହାର କରିଛନ୍ତି ସିନେମାର ପ୍ରଯୋଜକ । ସୁଟିଂକୁ ଦେଖିବାକୁ ଲୋକଙ୍କ ଭିଡ଼ ଲାଗିଥିଲା । ଏହାସହ ନିଜ ଅଞ୍ଚଳରେ ସିନେମା ସୁଟିଂ ହେଉଥିବାରୁ ଲୋକେ ଖିସି ହୋଇଥିଲେ । ସେହିପରି କନ୍ଧମାଳକୁ ନେଇ ସିନେମା ତିଆରି ହେଉଥିବାରୁ କନ୍ଧମାଳ ସାଂସଦ ଡ. ଅଚ୍ୟୁତ ସାମନ୍ତ ଖୁସିବ୍ୟକ୍ତ କରିବା ସହ ଟିମ୍‌କୁ ଶୁଭେଚ୍ଛା ଜଣାଇଥିଲେ । ସିନେମାରେ ଅଶ୍ରୁମୋଚନ, ଇଲୁ ବାନାର୍ଜୀ, ବ୍ରଜ ସିଂ ଭଳି ପ୍ରମୁଖ କଳାକାର ମାନଙ୍କୁ ଦେଖିବାକୁ ମିଳିଥିଲା । ମାଲକାନଗିରିରେ ପୁଷ୍ପା ୨ର ସୁଟିଂ ପରେ ଓଡ଼ିଶାର ବିଭିନ୍ନ ଲୋକେସନ ରହିଛି ଯେଉଁଠି ସିନେମା ସୁଟିଂ ହୋଇପାରିବ । କନ୍ଧମାଳରେ ସିନେମା ସୁଟିଂ ହେବାର ଅପାର ସମ୍ଭାବନା ରହିଥିବା ନିର୍ଦ୍ଦେଶକ କହିଛନ୍ତି । ଏହାସହ ବିଗୁଲ ୨ ମଧ୍ୟ କନ୍ଧମାଳକୁ ନେଇ ତିଆରି କରାଯିବ ବୋଲି ସୂଚନା ଦେଇଥିଲେ ।

 

KNews Bureau

Recent Posts

ଆଜିର ରାଶିଫଳ: ବିଦ୍ୟାର୍ଥୀଙ୍କ ପାଇଁ ଦିନଟି ଶୁଭ, ଛାତ୍ରଛାତ୍ରୀ ପାଠପଢ଼ାରେ ପରିବର୍ତ୍ତନ ଆଣିବେ

ମେଷ: ଶୁଭ ସମାଚାର ମିଳିପାରେ । ଛାତ୍ରଛାତ୍ରୀମାନେ ପଢାପଢିରେ ପରିବର୍ତ୍ତନ ଆଣିବେ । ଅଫିସ୍ କାର୍ଯ୍ୟରେ ବିଳମ୍ବ ହେବ ।…

6 hours ago

ନାବାଳିକା ବଧୂ ହତ୍ୟା ମାମଲାରେ ପାଞ୍ଚ ଜଣଙ୍କୁ ଗିରଫ କଲା ପୋଲିସ

ବ୍ରହ୍ମପୁର : ଦିଗପହଣ୍ଡି ଥାନା ଭୀଷ୍ମଗିରୀରେ ନାବାଳିକା ବଧୂ ହତ୍ୟା ମାମଲାରେ ପାଞ୍ଚ ଜଣଙ୍କୁ ଗିରଫ କଲା ପୋଲିସ ।…

8 hours ago

ରୋଗୀଙ୍କୁ ଉତ୍ତମ ବ୍ୟବହାର ସହ ମାନବିକାତ ଦେଖାଅ, ମୁନ୍ନା ଭାଇ ଏମବିବିଏସ ସିନେମାର ଉପାଖ୍ୟାନ ଦେଲେ ସ୍ବାସ୍ଥ୍ୟମନ୍ତ୍ରୀ

ରୋଗୀଙ୍କୁ ଉତ୍ତମ ବ୍ୟବହାର ସହ ମାନବିକାତ ଦେଖାଅ। ମୁନ୍ନା ଭାଇ ଏମବିବିଏସ ସିନେମାର ଉପାଖ୍ୟାନ କହି, ଡାକ୍ତରମାନଙ୍କୁ ଏହି ଉପଦେଶ…

8 hours ago

ଓଡ଼ିଶା ଫେରିବେ କେନ୍ଦ୍ର କୃଷି ସଚିବ ମନୋଜ ଆହୁଜା, ହେବେ କି ରାଜ୍ୟରେ ନୂଆ ମୁଖ୍ୟ ସଚିବ !

ଭୁବନେଶ୍ୱର: ରାଜ୍ୟରେ ନୂଆ ମୁଖ୍ୟ ସଚିବ ହେବେ କି ମନୋଜ ଆହୁଜା? ଏହାକୁ ନେଇ ଜୋର ଧରିଛି ଚର୍ଚ୍ଚା ।…

8 hours ago

‘ଡ. ସାମନ୍ତଙ୍କ ଭଳି ସମର୍ପିତ ହୋଇ କାର୍ଯ୍ୟ କଲେ ଆର୍ଟ ଅଫ ଗିଭିଂର ଯଥାର୍ଥତା ପ୍ରତିପାଦିତ ହୋଇ ପାରିବ’

ଭଦ୍ରକ (କେନ୍ୟୁଜ୍‌) : ଭଦ୍ରକରେ ଜିଲ୍ଲା ସ୍ତରୀୟ ଆର୍ଟ ଅଫ ଗିଭିଂ ଦିବସ ସମାରୋହରେ ପାଳିତ ହୋଇଯାଇଛି । ଜିଲ୍ଲା…

9 hours ago

ସରୋଗେସି ମାଧ୍ୟମରେ ମା’ ହେଲେ ବି ମିଳିବ ୬ ମାସ ଛୁଟି

ମାତୃତ୍ୱ ଛୁଟି ଉପରେ ସରକାରଙ୍କର ବଡ଼ ନିଷ୍ପତ୍ତି । ସରୋଗେସି ମାଧ୍ୟମରେ ମାଆ ହେବାକୁ ଥିବା ମହିଳାମାନଙ୍କ ପାଇଁ ଖୁସି…

9 hours ago