ଜୟାଙ୍କ ଘରେ ଲଞ୍ଚ କଲେ, ହେଲେ ଅମିତାଭଙ୍କୁ କେବେ ଛାଡିପାରିବେନି ବୋଲି କହିଲେ ରେଖା

ବଲିଉଡରେ ଅମିତାଭ ବଚ୍ଚନ ଏବଂ ରେଖାଙ୍କର ଯୋଡି ବହୁ ଚର୍ଚ୍ଚିତ । ଏବେ ବି ସେମାନେ ପର୍ସନାଲ ଏବଂ ପ୍ରଫେସ୍ନାଲ ଲାଇଫ୍ ପାଇଁ ବହୁ ଚର୍ଚ୍ଚାରେ ରହିଛନ୍ତି । ଏହି ଦୁଇ ତାରକାଙ୍କର ପ୍ରେମ କାହାଣୀ ବିଷୟରେ ସମସ୍ତେ ଜାଣିଛନ୍ତି । ଗୋଟେ ସମୟରେ ସେମାନଙ୍କ ପ୍ରେମ କାହାଣୀ ବହୁ ଚର୍ଚ୍ଚିତ ହୋଇଥିଲା । ଅମିତାଭ ବଚ୍ଚନ ଏବଂ ରେଖାଙ୍କର ପ୍ରେମ କାହାଣୀ ୧୯୭୬ ମସିହା ଫିଲ୍ମ ‘‘ଦୋ ଅଞ୍ଜାନେ’’ ସେଟରୁ ଆରମ୍ଭ ହୋଇଥିଲା । ଫିଲ୍ମ ସେଟରେ ରେଖାଙ୍କ ସହ ଜଣେ ବ୍ୟକ୍ତି ଖରାପ ବ୍ୟବହାର କରିଥିବାରୁ ତାଙ୍କୁ ଅମିତାଭ ବଚ୍ଚନ ମାଡ଼ ମଧ୍ୟ ମାରିଥିଲେ । ଏହି ଖବର ବ୍ୟାପିଥିବାରୁ ଜୟା ବଚ୍ଚନଙ୍କ କାନରେ ପଡିଥିଲା । ଏହା ମଧ୍ୟ ଦାବି କରାଯାଏ କି ସେମାନେ ଦୁହେଁ ପ୍ରେମ ସମ୍ପର୍କରେ ଥିଲେ । ରେଖା ଓ ଅମିତାଭଙ୍କ ପ୍ରେମ ସମ୍ପର୍କ ଖବର ଶିରୋନାମାରେ ପ୍ରକାଶ ପାଇବା ମାତ୍ରେ, ଜୟା ରେଖାଙ୍କୁ ତାଙ୍କ ଘରକୁ ରାତ୍ରୀଭୋଜନ ପାଇଁ ନିମନ୍ତ୍ରଣ କରିଥିଲେ ।

ରେଖା ଏହା ମଧ୍ୟ ଜାଣିଥିଲେ କି, ଜୟା ତାଙ୍କର ଓ ଅମିତାଭଙ୍କର ପ୍ରେମ ସମ୍ପର୍କରେ ଅବଗତ ଅଛନ୍ତି । ତେଣୁ ତାଙ୍କ ଘରକୁ ରାତ୍ରୀଭୋଜନ ପାଇଁ ଯିବା ଟିକେ ଅଜବ ଥିଲା। ରେଖା ଭାବିଥିଲେ ଯେ ଜୟା ତାଙ୍କ ଘରକୁ ଆସିଲେ ବହୁତ ରାଗିଯିବେ କିମ୍ବା କିଛି ଭୁଲ କହିବେ, କିନ୍ତୁ ଜୟା ସେପରି କିଛି କରି ନଥିଲେ ।

ଜୟା ବଚ୍ଚନ ରେଖାଙ୍କୁ କ’ଣ କହିଥିଲେ?
ଯେତେବେଳେ ରେଖା ଅମିତାଭଙ୍କ ଘରକୁ ଗଲେ, ଜୟା ତାଙ୍କୁ ବହୁତ ଭଲ ଭାବରେ ସ୍ୱାଗତ କରିଥିଲେ । ସେମାନେ ତାଙ୍କୁ କେବଳ ସ୍ୱାଗତ କଲେ ନାହିଁ ବରଂ ଘର ବୁଲି ଦେଖିଲେ ଏବଂ ତାଙ୍କର ବହୁତ ଭଲ ଯତ୍ନ ମଧ୍ୟ ନେଲେ । ଜୟା ରେଖାଙ୍କୁ ବହୁତ ପ୍ରେମରେ ଭେଟିଥିଲେ ଏବଂ ତାଙ୍କ ସହିତ ବସି ଖାଇଥିଲେ । କିନ୍ତୁ ଯିବା ପୂର୍ବରୁ ଜୟା ରେଖାଙ୍କୁ ଏପରି କିଛି କହିଥିଲେ ଯେ ସେ କେବେ ଅମିତାଭଙ୍କ ଘରକୁ କିମ୍ବା ତାଙ୍କ ଜୀବନକୁ ଫେରି ନଥିଲେ । ଜୟା ରେଖାଙ୍କୁ କହିଲେ, ‘ମୁଁ କେବେ ଅମିତକୁ ଛାଡିବି ନାହିଁ’ ।

ଜୟାଙ୍କ କଥାରୁ ରେଖା ବୁଝିପାରିଲେ ଯେ ରୂପେଲି ପରଦାରେ ତାଙ୍କର ଏବଂ ଅମିତାଭଙ୍କ ନାମ ଏକାଠି ଯୋଡା ଯାଇପାରେ, କିନ୍ତୁ ବାସ୍ତବ ଜୀବନରେ ସେମାନେ କେବେ ଏକାଠି ହେବେ ନାହିଁ ।