ମୃତ୍ୟୁପୂର୍ବରୁ ସତୀଶଙ୍କ ଶେଷ ଶବ୍ଦ: ମୋତେ ବଞ୍ଚାଇ ଦିଅ, ମୁଁ ମରିବାକୁ ଚାହୁଁନି

‘ମୁଁ ମରିବାକୁ ଚାହୁଁନି, ମୋତେ ବଞ୍ଚେଇ ଦିଅ’ । ମୃତ୍ୟୁ ପୂର୍ବରୁ ନିଜ ମ୍ୟାନେଜର ସନ୍ତୋଷଙ୍କୁ ଏମିତି କହିଥିଲେ ସତୀଶ । ହସପିଟାଲ ଯିବା ବାଟରେ ସନ୍ତୋଷଙ୍କ କାନ୍ଧରେ ମୁଣ୍ଡ ଦେଇ ସତୀଶ କୌଶିକ ଶେଷ କଥା କହିଥିଲେ ।

ଅଭିନେତା, କମେଡିଆନ ତଥା ନିର୍ଦ୍ଦେଶକ ସତୀଶ କୌଶିକଙ୍କ ମୃତ୍ୟୁକୁ ସହଜରେ କେହି ଗ୍ରହଣ କରିପାରୁନାହାନ୍ତି । ସତୀଶଙ୍କ ପରିବାର ମଧ୍ୟ ତାଙ୍କ ମୃତ୍ୟୁକୁ ସହଜରେ ଗ୍ରହଣ କରିପାରୁନାହାନ୍ତି । ମୃତ୍ୟୁ ବେଳେ ସତୀଶଙ୍କ ସହିତ ତାଙ୍କ ମ୍ୟାନେଜର ସନ୍ତୋଷ ରାୟ ରହିଥିଲେ । ସତୀଶଙ୍କ ଶେଷ ମୁହୁର୍ତ୍ତ ବେଳେ କ’ଣ ସ୍ଥିତି ଥିଲା, ସେ ବିଷୟରେ ସନ୍ତୋଷ କହିଛନ୍ତି ।

ସନ୍ତୋଷ କହିଛନ୍ତି, ସନ୍ତୋଷ ପାଖାପାଖି ୩୪ ବର୍ଷ ହେଲାଣି ସତୀଶଙ୍କ ସହିତ କାମ କରୁଥିଲେ । ବୁଧବାର ରାତିରେ ଖାଇବା ପରେ ସତୀଶଙ୍କୁ କୌଣସି ପ୍ରକାର ଅସୁବିଧା ହୋଇନଥିଲା। ସେ ରାତି ୮.୩୦ରେ ଡିନର କରିଥିଲେ । ମାର୍ଚ୍ଚ ୯ ତାରିଖ ସକାଳ ୮.୫୦ରେ ସେମାନେ ଫେରିଥାନ୍ତା । ତେଣୁ ସେ ମୋତେ ଜଲଦି ଶୋଇପଡିବା ପାଇଁ କହିଥିଲେ । ସକାଳ ଫ୍ଲାଇଟ ଧରିବା ପାଇଁ ମୋତେ କହିଥିବାରୁ ମୁଁ ପାଖ ରୁମରେ ଶୋଇ ପଡିଥିଲି ।

ରାତି ୧୧ରେ ମୋ ପାଖକୁ ଫୋନ ଆସିଥିଲା। ଆଉ ସତୀଶ ନିଜର ଓ୍ଵାଇଫାଇ ପାସଓ୍ଵାର୍ଡ ଠିକ୍‌ କରିବା ପାଇଁ ସନ୍ତୋଷକୁ ଡାକିଥିଲେ । ଫିଲ୍ମ ‘କାଗଜ୨’ର ନିର୍ଦ୍ଦେଶନା ପାଇଁ କିଛି ଏଡିଟିଂ ଚାଲିଥିଲା । ସେ ରାତି ୧୧.୩୦ରେ ଫିଲ୍ମ ଏଡିଟିଂ କରିବା ଆରମ୍ଭ କରିବା ପରେ ମୁଁ ଆସି ରୁମରେ ଶୋଇପଡିଥିଲି । ହେଲେ ପାଖାପାଖି ୧୨.୦୫ରେ ମୋ ନା ଧରି ଚିତ୍କାର କରିଥିଲେ । ମୁଁ ଦୌଡି ଯାଇ ଦେଖିବା ବେଳକୁ ସେ କହିଥିଲେ, ମୁଁ ଠିକ୍‌ ଭାବେ ନିଶ୍ୱାସ ପ୍ରଶ୍ୱାସ ନେଇପାରୁନାହିଁ। ମୋତେ ଡାକ୍ତର ପାଖକୁ ନେଇଚାଲ । ଆମେ ତୁରନ୍ତ କାରରେ ତାଙ୍କୁ ଡାକ୍ତରଙ୍କ ପାଖରୁ ନେଇ ଯାଇଥିଲୁ ।

ହସପିଟାଲ ଯିବା ବାଟରେ ତାଙ୍କ ଯନ୍ତ୍ରଣା ବଢିଯାଇଥିଲା। ଆଉ ସତୀଶ ଜଲଦି ଯିବାକୁ କହିଥିଲେ । ସନ୍ତୋଷଙ୍କ କାନ୍ଧରେ ମୁଣ୍ଡ ରଖି କହିଥିଲେ, ମୁଁ ମରିବାକୁ ଚାହୁଁନି, ମୋତେ ବଞ୍ଚେଇ ଦିଅ । ମୁଁ ମୋ ଝିଅ ପାଇଁ ବଞ୍ଚିବାକୁ ଚାହୁଁଛି । କିନ୍ତୁ ମୋତେ ଲାଗୁନି କି ମୁଁ ବଞ୍ଚିବି ବୋଲି । ରାଶି ଏବଂ ବଂଶିକାର ଧ୍ୟାନ ନେବ । ମାତ୍ର ୮ ମିନିଟରେ ହସପିଟାଲରେ ପହଞ୍ଚିବା ସତ୍ତ୍ୱେ ମଧ୍ୟ ସତୀଶଙ୍କ ଜୀବନ ଚାଲିଯାଇଥିଲା ।

ସତୀଶ କୌଶିକ ୧୯୫୬ ମସିହା ଏପ୍ରିଲ ୧୩ ତାରିଖରେ ଜନ୍ମଗ୍ରହଣ କରିଥିଲେ। ଛାତ୍ର ଜୀବନରୁ ତାଙ୍କର ଅଭିନୟ ପ୍ରତି ଆଗ୍ରହ ଥିଲା। କଲେଜ ଶିକ୍ଷା ଶେଷ ପରେ ସେ ଦିଲ୍ଲୀର ନ୍ୟାସନାଲ ସ୍କୁଲ ଅଫ୍‌ ଡ୍ରାମା ଓ ପୁନେର ଏଫ୍‌ଟିଆଇଆଇରେ ଅଧ୍ୟୟନ କରିଥିଲେ। ବଲିଉଡ୍‌ ଫିଲ୍ମ ମିଷ୍ଟର ଇଣ୍ଡିଆ, ଦିୱାନା ମସ୍ତାନା, ରାମଲକ୍ଷ୍ମଣ, ସାଜନ୍‌ ଚଲେ ଶଶୁରାଲରେ ଅଭିନୟ କରି ଦର୍ଶକଙ୍କ ମନ ଜିଣିଥିଲେ। ସେ ଦୁଇଥର ଶ୍ରେଷ୍ଠ ହାସ୍ୟ ଅଭିନେତା ଭାବେ ଫିଲ୍ମଫେୟାର ପୁରସ୍କାର ଲାଭ କରିଥିଲେ।

 

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.