ମତେ ଦୀପାବଳିରେ ଜୁଆ ଖେଳିବା ବହୁତ ପସନ୍ଦ : ଆମୀର ଖାନ

ମୁମ୍ବାଇ : ସାରା ଦେଶ ଆଜି କାଳିପୂଜା ଏବଂ ଦୀପାବଳି ପାଳନ କରୁଥିବା ବେଳେ ବଲିଉଡ଼ର ଫରଫେକ୍ଟସନଷ୍ଟ ଆମୀର ଖାନଙ୍କ ପାଇଁ ଆଜି ଡ଼ବଲ ଖୁସିର ଦିନ। କାରଣ ଆଜି ତାଙ୍କ ପତ୍ନୀ କିରଣ ରାଓଙ୍କ ଜନ୍ମଦିନ। ଖାଲି ତାହା ନୁହଁ ଗତ କାଲି ଆମୀରଙ୍କ ବହୁତ ଅପେକ୍ଷାରତ ଫିଲ୍ମ ଠଗ୍ସ ଅଫ୍ ହିନ୍ଦୁସ୍ତାନ ମଧ୍ୟ ବକ୍ସ ଅଫିସରେ ଲଞ୍ଚ କରିବାକୁ ଯାଉଛି। ଏନେଇ ନିଜର ଖୁସି ବ୍ଯକ୍ତ କରିଛନ୍ତି ବଲିଉଡ଼ ଅଭିନେତା। ନିକଟରେ ତାଙ୍କୁ ଦୀପାବଳି ସମୟରେ କଣ କରିବା ପସନ୍ଦ ପଚରାଯିବାରୁ ସେ କହିଛନ୍ତି, ମତେ ଦୀପାବଳି ସମୟରେ ଜୁଆ ଖେଳିବା ବହୁତ ପସନ୍ଦ କହିଛନ୍ତି।
ସୂଚନାଯୋଗ୍ଯ, ଆମୀର ଖାନଙ୍କୁ ଦୀପାବଳିରେ ଏକ ଖାସ ଜିନିଷ କରିବା ଖୁବ୍ ପସନ୍ଦ । ସେ କହିଛନ୍ତି ଏହି ସମୟରେ ତାସ ଖେଳାଯାଇଥାଏ, ଯାହା ତାଙ୍କୁ ଖବ୍ ପସନ୍ଦ। ତେବେ ପରମ୍ପରା ଅନୁଯାୟୀ ଦୀପାବଳି ସମୟରେ ତାସ ବା ଜୁଆ ଖେଳିବା ଦ୍ବାରା ଲକ୍ଷ୍ମୀଛଡ଼ା ହୋଇଥାନ୍ତି। କିନ୍ତୁ କିଛି ଲୋକ ଧନତେରସ ସମୟରେ ଏହା ଖେଳିବା ନିୟମ ବନାଇ ଦେଇଛନ୍ତି।
ତେବେ ଆମୀର ଖାନ ବହୁ ଦିନର ବିରତି ପରେ ଫିଲ୍ମ ଠଗ୍ସ ଅଫ୍ ହିନ୍ଦୁସ୍ତାନରେ ନଜର ଆସିବାକୁ ଯାଉଛନ୍ତି। ଏହି ଫିଲ୍ମକୁ ହଲିଉଡ଼ ଫିଲ୍ମ ପାଇରେଟ୍ସ ଅଫ କାରାବିଆନ୍ ସହ ତୁଳନା କରାଯାଉଥିବା ବେଳେ ଏଥିରେ ଆମୀରଙ୍କ ସହ ନଜର ଆସୁଛନ୍ତି ଅଭିତାଭ ବଚ୍ଚନ ଏବଂ କେଟ୍ରିନା କୈଫ୍।