‘ମୁଝେ ଦୋବାରା ଚିଲ୍‌ କରନେ କା ଅପ୍‌ନା ଲାଇସେନ୍ସ ବାପସ୍‌ ଚାହିୟେ’, ଇଣ୍ଟରନେଟରେ ହଟ୍‌ ଫଟୋ ପୋଷ୍ଟ କରି ଏମିତି କହିଲେ ହିନା

ହିନା ଖାନ ଟିଭି ଦୁନିଆରେ ଛଡା ସୋସିଆଲ ମିଡିଆରେ ବେଶ ସକ୍ରିୟ ରହିଥାନ୍ତି। ନିକଟରେ ହିନା ଲକଡାଉନରେ ବୋରିଂ ହୋଇ କିଛି ପୁରୁଣା ଫଟୋ ଇନଷ୍ଟାଗ୍ରାମରେ ସେୟାର କରିଛନ୍ତି। ଯାହା ଏବେ ସୋସିଆଲ ମିଡିଆରେ ଖୁବ ଭାଇରଲ ହେଉଛି। ଏହି ଫଟୋରେ ହିନା ସମୁଦ୍ର କୂଳରେ ଅରେଞ୍ଜ ରଙ୍ଗର ବିକନୀ ପିନ୍ଧି ନଜର ଆସିଛନ୍ତି। ଏହି ଫଟୋ ପୋଷ୍ଟ କରି ହିନା ଲେଖିଛନ୍ତି, ‘ ମୁଝେ ଦୋବାରା ଚିଲ୍‌ କରନେ କା ଅପ୍‌ନା ଲାଇସେନ୍ସ ବାପସ୍‌ ଚାହିୟେ’।

 

View this post on Instagram

 

I need my licence to chill BACCCCKKKKKKK #BeachLove #ThrowBack

A post shared by HK (@realhinakhan) on

ହିନାଙ୍କ ଏହି ଫଟୋରେ ତିନି ଲକ୍ଷରୁ ଉର୍ଦ୍ଧ୍ୱ ଲାଇକ ମିଳିସାରିଥିବା ବେଳେ ହଜାରରୁ ଉର୍ଦ୍ଧ୍ୱ ଫ୍ୟାନ୍‌ କମେଣ୍ଟ ମଧ୍ୟ କରିସାରିଲେଣି। ଇତିମଧ୍ୟରୁ ହିନାଙ୍କ ବଏଫ୍ରେଣ୍ଡ ରାଜଙ୍କ କମେଣ୍ଟ ସବୁଠାରୁ ମଜାଦାର ଥିଲା। ଏହି ଫଟୋ ତଳେ ରାଜ ଲେଖିଛନ୍ତି ‘ ହାଏ ଗର୍ମି’। ଯାହାକୁ ନେଇ ଫ୍ୟାନ୍‌ ଦୁହିଁଙ୍କୁ ବାହା ହେବାକୁ କମେଣ୍ଟ ମଧ୍ୟ ଦେଇଛନ୍ତି।

Hina-Khan-1

ସୂଚନାଯୋଗ୍ୟ, ହିନା ଖାନ ଟିଭି ଦୁନିଆର ସବୁଠାରୁ ଜଣାଶୁଣା ଅଭିନେତ୍ରୀ। ସିରିଅଲ ‘ୟେ ରିସ୍ତା କ୍ୟା କହଲତା ହୈ’ ଜରିଆରେ ନିଜର ପରିଚୟ ସୃଷ୍ଟି କରିଥିଲେ। ତା’ ପରେ ବିଗ୍‌ବସ୍‌ ଏବଂ କସୌଟୀ ଜିନ୍ଦେଗୀ କେରେ କୋମଲିକା ଚରିତ୍ରକୁ ଖୁବ ଭଲଭାବେ ନିଭାଇଥିଲେ। ଟିଭି ପରେ ବଲିଉଡରେ ଫିଲ୍ମ ‘ହ୍ୟାକଡ୍‌’ ଜରିଆରେ ଏଣ୍ଟ୍ରି କରିଥିଲେ। କିନ୍ତୁ ଫିଲ୍ମଟି ବକ୍ସ ଅଫିସରେ ବେଶ କିଛି କମାଲ କରିପାରିନଥିଲା।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.