କ୍ୟାମେରା ଠାରୁ ଦୂରେଇ ରହୁଥିବା ଇବ୍ରାହିମ ବଲିଉଡରେ ଡେବ୍ୟୁ ପାଇଁ ପ୍ରସ୍ତୁତ, ନିର୍ଦ୍ଦେଶନା ଦେବେ ବୋମନ ଇରାନୀଙ୍କ ପୁଅ

ବଲିଉଡରେ ପୁଣି ଜଣେ ଷ୍ଟାର କିଡ୍‌ ଡେବ୍ୟୁ କରିବାକୁ ଯାଉଛନ୍ତି। ସାରା ଅଲ୍ଲୀ ଖାନଙ୍କ ପରେ ଏବେ ଇବ୍ରାହିମ ଅଲ୍ଲୀ ଖାନ ବଲିଉଡରେ ଏଣ୍ଟ୍ରି କରିବାକୁ ଯାଉଛନ୍ତି। ଆଗରୁ କ୍ୟାମେରା ସାମ୍ନାକୁ ଆସୁନଥିବା ଇବ୍ରାହିମ ଏବେ କ୍ୟାମେରାକୁ ସାମ୍ନାକୁ କରିବାକୁ ପ୍ରସ୍ତୁତ ହେଉଛନ୍ତି। ଇବ୍ରାହିମ ଖୁବଶୀଘ୍ର ଅଭିନେତା ଭାବେ ଡେବ୍ୟୁ କରିବାକୁ ପ୍ରସ୍ତୁତ ରହିଛନ୍ତି। କରନ ଜୋହରଙ୍କ ଫିଲ୍ମରେ ଇବ୍ରାହିମ ଡେବ୍ୟୁ କରିପାରନ୍ତି ବୋଲି ସୂଚନା ମିଳିଛି ।

ରିପୋର୍ଟ ମୁତାବକ, ଇବ୍ରାହିମ ଅଲ୍ଲୀ ଖାନଙ୍କ ଡେବ୍ୟୁ ଫିଲ୍ମର ନିର୍ଦ୍ଦେଶନା ବୋମନ ଇରାନୀଙ୍କ ପୁଅ କାୟୋଜ ଇରାନୀ କରିବେ। ଏହି ଫିଲ୍ମକୁ କରନ ଜୋହର ପ୍ରଯୋଜନା ଦେବେ। ସୂଚନା ମୁତାବକ, ଫିଲ୍ମଟି ୨୦୨୩ରେ ପରଦାକୁ ଆସିପାରେ । ତେବେ ଏହାକୁ ନେଇ କୌଣସି ଅଫିସିଆଲ ଘୋଷଣା ହୋଇନାହିଁ । କିନ୍ତୁ ଏହି ଫିଲ୍ମଟି ବଡ ବଜେଟରେ ହୋଇପାରେ।

ହିରୋ ଭାବେ ଇବ୍ରାହିମ ଡେବ୍ୟୁ କରିବେ। ଏବେ ଇବ୍ରାହିମ କରନ ଜୋହରଙ୍କ ସହିତ ରକି ଔର ରାଣୀକି ପ୍ରେମ କାହାଣୀରେ ନିର୍ଦ୍ଦେଶନାରେ ଆସିଷ୍ଟ କରୁଛନ୍ତି। ଫିଲ୍ମରେ ଆଲିଆ ଭଟ୍ଟ, ରଣବୀର ସିଂ, ଶବାନା ଆଜମୀ, ଧମେନ୍ଦ୍ର ଏବଂ ଜୟା ବଚ୍ଚନ ପ୍ରମୁଖ ଭୂମିକାରେ ନଜର ଆସିବେ।

ସୂଚନାଯୋଗ୍ୟ, ସାରା ଏବଂ ଇବ୍ରାହିମ ସୈଫ ଏବଂ ଅମୃତାଙ୍କ ସନ୍ତାନ। ସାରା ୨୦୧୮ରେ ଫିଲ୍ମ କେଦାରନାଥ ଜରିଆରେ ବଲିଉଡ ଡେବ୍ୟୁ କରିଥିଲେ। ଫିଲ୍ମରେ କେଦାରନାଥ ପରେ ସମ୍ବା, ଲଭ ଆଜ କଲ୍‌, ଅତରଙ୍ଗୀ ରେ କାମ କରିଛନ୍ତି। ଆଉ ଦର୍ଶକଙ୍କ ହୃଦୟ  ଜିତିଛନ୍ତି। ସାରାଙ୍କ ପରେ ଏବେ ଇବ୍ରାହିମ ମଧ୍ୟ ଦର୍ଶକଙ୍କ ହୃଦୟରେ ରାଜ୍‌ କରିବାକୁ ପ୍ରସ୍ତୁତ ରହିଛନ୍ତି ।

କେବଳ ବଲିଉଡରେ ନୁହେଁ ବରଂ କ୍ରିକେଟ ଖେଳିବାକୁ ବହୁତ ପସନ୍ଦ କରି ଇବ୍ରାହିମ। କିନ୍ତୁ ଇବ୍ରାହିମଙ୍କୁ କ୍ରିକେଟ ଏବଂ ଆକ୍ଟିଂ ଫିଲ୍ଡ ଚୟନ କରିବାକୁ କୁହାଯାଇଥିବାରୁ ସେ ଆକ୍ଟିଂରେ କରିଅର କରିବେ ବୋଲି କହିଥିଲେ।

 

View this post on Instagram

 

A post shared by Viral Bhayani (@viralbhayani)

ଇବ୍ରାହିମ୍‌ ଅଲ୍ଲୀ ଖାନ୍‌ ଏବଂ ଟିଭି ଷ୍ଟାର ଶ୍ୱେତା ତିଓ୍ଵାରୀଙ୍କ ଝିଅ ପଲକ ତିଓ୍ଵାରୀ ଏକାଠି ନଜର ଆସିଥିଲେ । ଭୟଙ୍କର ଏହି ଭିଡିଓ ସୋସିଆଲ ମିଡିଆରେ ଭାଇରାଲ ହେବାରେ ଲାଗିଛି। ଉଭୟେ ଡିନର ସାରି ବାହାରକୁ ବାହାରୁଥିଲେ। କିନ୍ତୁ କ୍ୟାମେରା ଥିବା କଥା ସେମାନେ ଜାଣିପାରିନଥିଲେ। ଫଳରେ ବିନ୍ଦାସ ବାହାରକୁ ଆସିଥିଲେ। କିନ୍ତୁ ସାମ୍ନାରେ ଗଣମାଧ୍ୟମ ପ୍ରତିନିଧିଙ୍କୁ ଦେଖି ହଡ଼ବଡ଼େଇ ଯାଇଥିବା ଦେଖିବାକୁ ମିଳିଥିଲା। କ୍ୟାମେରାକୁ ଦେଖି ଇବ୍ରାହିମ୍‌ ହସୁଥିବା ବେଳେ ପଲକ୍‌ କିନ୍ତୁ ମୁହଁ ଲୁଗାଇ ଦେଇଥିଲେ। ସେ କାର ଭିତରେ ହାତରେ ନିଜ ଚେହେରାକୁ ଢାଙ୍କୁ ଥିବା ନଜର ଆସିଥିଲା। ତେବେ ଉଭୟଙ୍କ ବ୍ୟବହାର ଦେଖି ସନ୍ଦେହ ହୋଇଛି ଯେ ବୋଧେ ଉଭୟେ ପରସ୍ପରକୁ ଡେଟ୍‌ କରୁଛନ୍ତି।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.