ମନୋରଂଜନ

ଭର୍ଜିନିଟିକୁ ନେଇ ସୋସିଆଲ ମିଡିଆରେ ଏମିତି ପ୍ରଶ୍ନ କଲେ ୟୁଜର୍ସ, ଯାହାର ଉତ୍ତରରେ କଡା ଜବାବ୍‌ ଦେଲେ ଇଲିଆନା

ବଲିଉଡ୍‌ ଅଭିନେତ୍ରୀ ଇଲିଆନା ଡିକ୍ରୁଜ୍‌ ନିଜ ଫ୍ୟାନ୍ସଙ୍କ ପାଇଁ Ask Me Anything ସେସନ୍‌ କରୁଛନ୍ତି। ଏଥିରେ ଫ୍ୟାନ୍ସ ତାଙ୍କୁ ବିଭିନ୍ନ ପ୍ରକାର ପ୍ରଶ୍ନ ପଚାରୁଛନ୍ତି, ଯାହାର ଉତ୍ତର ଇଲିଆନା ବହୁତ ଭଲଭାବେ ଦେଉଛନ୍ତି। କିନ୍ତୁ ଜଣେ ୟୁଜର୍‌ ଇଲିଆନାଙ୍କୁ ଏହି ଜରିଆରେ ଏକ ମୂଲ୍ୟହୀନ ପ୍ରଶ୍ନ ପଚାରିଥିଲେ, ଯାହାର ମୁହଁତୋଡ୍‌ ଜବାବ୍‌ ଦେଇଛନ୍ତି ଇଲିଆନା। ସୂଚନା ମୁତାବକ ୟୁଜର୍‌ ଜଣକ ତାଙ୍କୁ ପଚାରିଥିଲେ, ‘‘ଆପଣ ଭର୍ଜିନିଟି କେବେ ହରାଇଛନ୍ତି? ଏହାର ଉତ୍ତରରେ ଅଭିନେତ୍ରୀ ଇଲିଆନା ଉତ୍ତର ଦେଇଥିଲେ, ‘‘ଆପଣ ଅନ୍ୟ କଥାରେ ବହୁତ ମୁଣ୍ଡ ଖେଳାଉଛନ୍ତି! ଆପଣଙ୍କ ମା’ କଣ କହିବେ!’’

ଇଲିଆନା ଡିକ୍ରୁଜ୍‌ ନିଜର ଅଷ୍ଟ୍ରେଲିଆନ୍‌ ଫଟୋଗ୍ରାଫର ବୟଫ୍ରେଣ୍ଡ ଏଂଡ୍ରୟୁ ନୀବୋନଙ୍କ ସହ ବ୍ରେକଅପ୍‌ କାରଣରୁ ଚର୍ଚ୍ଚାରେ ରହିଛନ୍ତି। କିନ୍ତୁ ଏନେଇ କୌଣସି ଅଫିସିଆଲ ଷ୍ଟେଟମେଣ୍ଟ ଆସିନାହିଁ। କିନ୍ତୁ ଦୁଇଜଣ ପରସ୍ପରଙ୍କୁ ଇନଷ୍ଟାଗ୍ରାମରେ ଫଲୋ କରୁନାହାନ୍ତି। ଏଥିସହ ଇଲିଆନା ଏଂଡ୍ରୟୁ ସହ ସବୁ ଫଟୋ ଡିଲିଟ୍‌ କରିଦେଇଛନ୍ତି।

ସୂଚନାଯୋଗ୍ୟ ଇଲିଆନା ଏବଂ ଏଂଡ୍ରୟୁଙ୍କ ମଧ୍ୟରେ ଖୁବ୍‌ ଝଗଡା ହୋଇଥିଲା। ଦୁଇ ଜଣଙ୍କ ମଧ୍ୟରେ କେହି ବି ବୁଝିବା ପାଇଁ ପ୍ରସ୍ତୁତ ନଥିଲେ। ଇଲିଆନା କେବେ ବି ନିଜ ସମ୍ପର୍କକୁ ନେଇ ଅଫିସିଆଲ ଘୋଷଣା କରିନାହାନ୍ତି କିନ୍ତୁ ସେ ଇନଷ୍ଟାଗ୍ରାମରେ ଏକ ଫଟୋ ସେୟାର କରି ଏଂଡ୍ରୟୁଙ୍କୁ ‘Hubby’ ଲେଖିଥିଲେ। ଯାହା ପରେ ଦୁଇଜଣ ବିବାହ କରିଥିବା କୁହାଯାଉଥିଲା। ଗତ ବର୍ଷ ଇଲିଆନା ଗର୍ଭବତୀ ଥିବା ଖବର ମଧ୍ୟ ସାମ୍ନାକୁ ଆସିଥିଲା। ପରେ ଏହା ଗୁଜବ ଖବର ବୋଲି କୁହାଯାଇଥିଲା।

ଇଲିଆନାଙ୍କ ଓ୍ଵାର୍କଫ୍ରଣ୍ଟ କଥା କହିବାକୁ ଗଲେ ସେ ଶେଷ ଥର ଅନିସ ବଜମୀଙ୍କ ଫିଲ୍ମ ‘ପାଗଲପନ୍ଥୀ’ ରେ ନଜର ଆସିଥିଲେ। ଏହି ଫିଲ୍ମରେ ତାଙ୍କ ସହ ଜନ୍‌ ଆବ୍ରାହମ୍‌, ଅନିଲ କପୁର, ଅରଶଦ ଓ୍ଵାରସି ଏବଂ କୃତି ଖରବଂଦା ମୁଖ୍ୟ ଭୂମିକାରେ ଅଭିନୟ କରିଥିଲେ।

KNews Bureau

Recent Posts

ଆଜିର ରାଶିଫଳ: ଦିନଟି ଆପଣଙ୍କର କିପରି ବିତିବ ଜାଣନ୍ତୁ

ମେଷ: ଆଜି ଆପଣଙ୍କ ପାଇଁ ଦିନଟି ଶକ୍ତିଶାଳୀ ହେବାକୁ ଯାଉଛି । ଆପଣ ଠିକ୍ ସମୟରେ କାର୍ଯ୍ୟ ସମାପ୍ତ କରିବାକୁ…

4 hours ago

ଯାତ୍ରୀବାହୀ ବସ୍ ଓଲଟି ୩ ମୃତ, ୫ ଗୁରୁତର

କନ୍ଧମାଳ :  କନ୍ଧମାଳରେ ଓଲଟିଲା ଯାତ୍ରୀବାହୀ ବସ୍ । ୩ ଯାତ୍ରୀ ମୃତ, ୫୦ରୁ ଅଧିକ ଯାତ୍ରୀ ଆହତ ।…

6 hours ago

ପୁତୁରାର ଟାଙ୍ଗିଆ ଚୋଟରେ ଖୁଡି ମୃତ, ଥାନାରେ ପୁତୁରା ଅଟକ

ପାଟଣାଗଡ଼ : ପୁତୁରାର ଟାଙ୍ଗିଆ ଚୋଟରେ ଖୁଡି ମୃତ । ଘଟଣା ଘଟିଛି ପାଟଣାଗଡ଼ ଥାନା କୁତୁମୁଣ୍ଡା ଗ୍ରାମରେ ।…

6 hours ago

ସୋସିଆଲ ମିଡିଆରୁ ହଟିଲା ୪୨୦ ଆପତ୍ତିଜନକ ପୋଷ୍ଟ

ଭୁବନେଶ୍ୱର : ସୋସିଆଲ ମିଡିଆରୁ ହଟିଲା ୪୨୦ ଆପତ୍ତିଜନକ ପୋଷ୍ଟ । ଆଦର୍ଶ ଆଚରଣ ବିଧି ଓ ଆଇନ ଉଲ୍ଲଙ୍ଘନକାରୀ…

8 hours ago

ବସ୍ ସହ ପିକଅପ୍ ଭ୍ୟାନ ଧକ୍କା, ୧୯ ହୋମଗାର୍ଡ ଆହତ

ଭୁବନେଶ୍ୱର : ନିର୍ବାଚନ ଡ୍ୟୁଟିରେ ଯାଉଥିବା ବେଳେ ବସ୍ ଦୁର୍ଘଟଣା । ନିର୍ବାଚନ ଡ୍ୟୁଟିରେ ବଲାଙ୍ଗିରରୁ କେନ୍ଦ୍ରାପଡ଼ାକୁ ବସଟି ଯାଉଥିଲା।…

9 hours ago

ରାଜ୍ୟରେ ବଢୁଛି ତାପମାତ୍ରା, ହିଟୱେଭ ନେଇ ୫ ଜିଲ୍ଲାକୁ ୟେଲୋ ୱାର୍ଣ୍ଣିଂ ଜାରି

ଭୁବନେଶ୍ୱର : ରାଜ୍ୟରେ ବଢୁଛି ତାପମାତ୍ରା । ହିଟୱେଭ ନେଇ ୫ ଜିଲ୍ଲାକୁ ୟେଲୋ ୱାର୍ଣ୍ଣିଂ ଜାରି କରାଯାଇଛି ।…

10 hours ago