ଏବେ ଇମ୍ରାନ ଖାନ ଓ ଅବନ୍ତିକା ମଲିକଙ୍କ ପାଳି! ଦୀର୍ଘ ଦିନରୁ ରହୁଛନ୍ତି ଅଲଗା, ଜଲ୍‌ଦି ହୋଇପାରେ ଛାଡ଼ପତ୍ର

ଆମିର ଖାନଙ୍କ ଭଣଜା ତଥା ବଲିଉଡ୍‌ ଅଭିନେତା ଇମ୍ରାନ ଖାନ ଓ ତାଙ୍କ ପତ୍ନୀ ଅବନ୍ତିକା ମଲିକ ଲମ୍ବା ସମୟରୁ ପରସ୍ପରଠାରୁ ଅଲଗା ଅଛନ୍ତି। ଯଦିଓ ଉଭୟେ ଆଇନଃ ଏ ପର୍ଯ୍ୟନ୍ତ ଛାଡ଼ପତ୍ର ନେଇ ଥାଆନ୍ତି, କିନ୍ତୁ ବର୍ତ୍ତମାନର ରିପୋର୍ଟ କହୁଛି ଯେ ଇମ୍ରାନ ଓ ଅବନ୍ତିକା ନିଜ ସମ୍ପର୍କକୁ ଦ୍ୱିତୀୟ ଥର କୌଣସି ମଉକା ଦେବାକୁ ଚାହୁଁ ନାହାନ୍ତି। ଏହି ଦୁଇଜଣଙ୍କ ସମ୍ପର୍କକୁ ନେଇ ଦାବି କରାଯାଉଛି ଯେ ନିଜ ମାମା ଆମିର ଖାନଙ୍କ ଭଳି ଇମ୍ରାନ ଓ ଅବନ୍ତିକା କେତେବେଳେ ବି ପରସ୍ପରଠାରୁ ଅଲଗା ହେବା ନେଇ ଘୋଷଣା କରି ପାରନ୍ତି।

କହି ରଖୁଛୁ, ଇମ୍ରାନ ଖାନ ଓ ଅବନ୍ତିକା ମଲିକଙ୍କ ବିବାହ ୨୦୧୧ରେ ହୋଇଥିଲା। ଏହି ଦୁଇଜଣଙ୍କର ଏକ ଝିଅ ମଧ୍ୟ ଅଛି, ଯାହାର ନାଁ ଇମାରା ମଲିକ ଖାନ। ଇମାରାଙ୍କ ଜନ୍ମ ୨୦୧୪ ଜୁନ୍‌ରେ ହୋଇଥିଲା। ତେବେ ଖବର ମୁତାବକ, ବିବାହର ପାଖାପାଖି ୮ ବର୍ଷ ପରେ ୨୦୧୯ ପରଠାରୁ କପଲ୍‌ଙ୍କ ଭିତରେ ମଝିରେ ମଝିରେ ଝଗଡ଼ା ଏବଂ ଲଢ଼େଇ କଥା ସାମ୍ନାକୁ ଆସୁଥିଲା। ୨୦୧୯ ଜୁନ୍‌ରେ ଜଣାପଡ଼ିଥିଲା କି, ଅବନ୍ତିକା ନିଜ ସ୍ୱାମୀ ଇମ୍ରାନଙ୍କ ଘର ଛାଡ଼ି ନିଜ ମା’ଙ୍କ ଘରକୁ ଚାଲିଯାଇଛନ୍ତି। ସେବେଠାରୁ ଦୁହେଁ ପରସ୍ପରଠାରୁ ଅଲଗା ରହୁଛନ୍ତି।

ରିପୋର୍ଟ ମୁତାବକ, ଇମ୍ରାନ ଖାନ ପତ୍ନୀଙ୍କ ସହିତ ନିଜର ସମ୍ବନ୍ଧକୁ ସୁଧାରିବାକୁ ଚାହୁଁ ନାହାନ୍ତି। କିନ୍ତୁ ସେପଟେ ଅବନ୍ତିକା ଏହି ସମ୍ପର୍କକୁ ଆଉ ଏକ ମଉକା ଦେବାକୁ ଚାହୁଁଥିଲେ। ସ୍ୱାମୀଙ୍କ ସହିତ ମନାନ୍ତରକୁ ପୁଣିଥରେ ସଜାଡ଼ିବା ପାଇଁ ସେ ଗତ ୨ ବର୍ଷ ହେବ ଚେଷ୍ଟା ଜାରି ରଖିଥିଲେ। କିନ୍ତୁ ତାଙ୍କର ସମସ୍ତ ଚେଷ୍ଟା ବିଫଳ ହୋଇ ଯାଇଛି। ଏବେ ସେ ବୁଝି ସାରିଛନ୍ତି ଯେ କିଛି ବି କର, ଇମ୍ରାନଙ୍କ ସହିତ ରହିବା ପାଇଁ ତାଙ୍କୁ ଦ୍ୱିତୀୟ ମଉକା ମିଳିପାରିବ ନାହିଁ।

ରିପୋର୍ଟ ଅନୁସାରେ, ଅବନ୍ତିକାଙ୍କ ସହିତ ଇମ୍ରାନଙ୍କ ଚାପ୍ଟର ଗୋଟିଏ ପ୍ରକାରେ ବନ୍ଦ ହୋଇ ସାରିଛି। ବର୍ତ୍ତମାନ କେବଳ ଉଭୟେ ଅଫିସିଆଲି ଭାବେ ଅଲଗା ହେବାକୁ ଯାଉଛନ୍ତି। ଯଦିଓ ଏ ପର୍ଯ୍ୟନ୍ତ କେହି କୋର୍ଟରେ ଛାଡ଼ପତ୍ର ପାଇଁ ଆବେଦନ କରି ନାହାନ୍ତି। କହି ରଖୁଛୁ, ଇମ୍ରାନ ଖାନ ୨୦୦୮ରେ ‘ଜାନେ ତୁ ୟା ଜାନେ ନା’ରୁ ଧମାକାଦାର ଡେବ୍ୟୁ କରିଥିଲେ। ଏହି ଫିଲ୍ମ ପରେ ସେ ‘ମେରେ ବ୍ରଦର କି ଦୁହ୍ଲନ’, ‘କଟ୍ଟି-ବଟ୍ଟି’, ‘ଆଇ ହେଟ୍‌ ଲଭ୍‌ ଷ୍ଟୋରିଜ୍‌’, ‘କିଡ୍‌ନାପ୍‌’, ‘ଓ୍ଵାନ୍ସ ଅପନ୍‌ ଏ ଟାଇମ୍‌ ଇନ୍‌ ମୁମ୍ବାଇ’ ଭଳି ଫିଲ୍ମଗୁଡ଼ିକରେ ଦେଖାଯାଇଥିଲେ।

Leave A Reply

Your email address will not be published.