ଦର୍ଶକଙ୍କ ପାଇଁ ଖୁସି ଖବର: ପୁଣି ଏକାଠି ନଜର ଆସିବେ କରନ ଅର୍ଜୁନ, ଆକ୍ସନ୍ ଫିଲ୍ମରେ ଉଭୟଙ୍କୁ ଦେଖିବାକୁ ମିଳିବ

ବହୁ ଦିନର ଅପେକ୍ଷା ଅନ୍ତ ହେବାକୁ ଯାଉଛି। ଅନେକ ଦିନରୁ ବଲିଉଡର ଦବଙ୍ଗ ଖାନ୍ ସଲମାନ ଖାନ୍ ଏବଂ ରୋମାନ୍ସ କିଙ୍ଗ୍ ଶାହାରୁଖଙ୍କୁ ଦର୍ଶକେ ଏକାଠି ବଡ ପରଦାରେ ଦେଖିବାକୁ ଚାହୁଁଛନ୍ତି । ଶୀଘ୍ର ତାଙ୍କର ଇଚ୍ଛା ପୂରଣ ହୋଇପାରେ। ରିପୋର୍ଟ ଅନୁଯାୟୀ ଉଭୟ ତାରକାଙ୍କ ଯୋଡି ଖୁବ୍ ଶୀଘ୍ର ଏକାଠି ନଜର ଆସିବେ। ‘କରନ-ଅର୍ଜୁନ’ ଫିଲ୍ମରେ ଲୋକଙ୍କ ହୃଦୟ ଜିତିଥିବା ଏହି ଯୋଡିଙ୍କୁ ଆଦିତ୍ୟ ଚୋପ୍ରାଙ୍କ ଏକ ଆକ୍ସନ୍ ଫିଲ୍ମରେ ଏକାଠି ଦେଖିବାକୁ ମିଳିବ।

ଶେଷଥର ପାଇଁ ଉଭୟ ‘ଜିରୋ’ର ଏକ ଗୀତରେ ଏଠାକି ନଜର ଆସିଥିଲେ । ଏହା ପରେ ଏହି ଦୁଇ କଳାକାର ପଠାନ୍ ଓ ଟାଇଗର-୩ରେ ଅତିଥି କଳାକାର ଭାବେ ଦେଖାଯିବେ । କିନ୍ତୁ ଏବେ ଏହି ଦୁଇଜଣ ସୁପରଷ୍ଟାର ଏକାଠି ଏକ ଆକ୍ସନ୍ ଫିଲ୍ମରେ ଲିଡ୍ ରୋଲରେ ଆସିବେ ବୋଲି ଚର୍ଚ୍ଚା ହେଉଛି ।

ରିପୋର୍ଟ ଅନୁଯାୟୀ ଆଦିତ୍ୟ ଚୋପ୍ରାଙ୍କ ଦ୍ୱାରା ନିର୍ମିତ ଏହି ଆକ୍ସନ୍ ଫିଲ୍ମ ଭାରତୀୟ ସିନେମାର ସବୁଠୁ ବଡ ଫିଲ୍ମ ହେବ । ଏହି ଫିଲ୍ମଟି ଚଳିତ ବର୍ଷ ଶେଷ ସୁଦ୍ଧା ମୁକ୍ତିଲାଭ କରିପାରିବ ନଚେତ୍ ଫିଲ୍ମ ଆସନ୍ତା ବର୍ଷ ପ୍ରେକ୍ଷାଳୟରେ ଲଞ୍ଚ ହେବ। ସବୁଠୁ ବଡ କଥା ହେଉଛି, ଉଭୟ ସଲମାନ୍ ଓ ଶାହାରୁଖ୍ ଏଥିରେ କାମ କରିବାକୁ ରାଜି ମଧ୍ୟ ହୋଇଯାଇଛନ୍ତି । ଏଯାବତ୍ ଏହାର ନିର୍ଦ୍ଦେଶନା କିଏ ଦେବେ ତାହା ସ୍ଥିର କରାଯାଇ ନାହିଁ ।

ତେବେ ଶାହାରୁଖ ଖାନଙ୍କ ୩ଟି ବଡ ଫିଲ୍ମ ଆସନ୍ତା ବର୍ଷ ମୁକ୍ତିଲାଭ କରିବ । ଆଜିକାଲି ସେ ତାଙ୍କର ଆଗାମୀ ଫିଲ୍ମ ଗୁଡ଼ିକର ସୁଟିଂରେ ବ୍ୟସ୍ତ ଅଛନ୍ତି । ଶାହାରୁଖ ଖାନଙ୍କ ୩ ଟି ଚଳଚ୍ଚିତ୍ର ହେଉଛି ପଠାନ, ଜୱାନ ଏବଂ ଡଙ୍କି, ଏହି ତିନୋଟି ଚଳଚ୍ଚିତ୍ର ୨୦୨୩ ରେ ମୁକ୍ତିଲାଭ କରିବ। ଫିଲ୍ମ ‘ପଠାନ’ର ଟ୍ରେଲର କିଛି ଦିନ ପୂର୍ବରୁ ଆସିଥିଲା ​​ଏବଂ ଦର୍ଶକ ଏହାକୁ ବହୁତ ପସନ୍ଦ କରିଥିଲେ । ଅନ୍ୟପକ୍ଷରେ ସଲମାନ ଖାନଙ୍କ କାର୍ଯ୍ୟକ୍ଷେତ୍ର ବିଷୟରେ କହିବାକୁ ଗଲେ ଚଳିତ ବର୍ଷ ତାଙ୍କର ଫିଲ୍ମ ‘କଭି ଇଦ୍ କଭି ଦିୱାଲୀ’ ମୁକ୍ତିଲାଭ କରିବାକୁ ଯାଉଛି। ଖୁବ୍ ଶୀଘ୍ର ସଲମାନ ମଧ୍ୟ ନିଜର ରିଆଲିଟି ସୋ ବିଗ୍ ବସ୍ ୧୬ ଆୟୋଜନ କରୁଥିବା ଦେଖିବାକୁ ମିଳିବ ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.