ମିସ୍‌ ଇଣ୍ଡିଆର ମୁକୁଟ ପିନ୍ଧିଲେ ଅନୁକ୍ରିତୀ ଭାସ୍‌ !

ମୁମ୍ବାଇ : ଚଳିତ ବର୍ଷ ମିସ୍‌ ଇଣ୍ଡିଆ ହୋଇଛନ୍ତି ତାମିଲନାଡୁର ୧୯ ବର୍ଷୀୟ ଅନୁକ୍ରିତୀ ଭାସ୍‌। ମୁମ୍ବାଇରେ ଅନୁଷ୍ଠିତ ପ୍ରତିଯୋଗିତାରେ, ଦେଶର ୩୦ ପ୍ରତିଯୋଗୀଙ୍କୁ ପଛରେ ପକାଇ ସେ ବାଜି ମାରିଛନ୍ତି। ମିସ୍‌ ୱାର୍ଲଡ ମାନୁସି ଛିଲର ତାଙ୍କୁ ମୁକୁଟ ପିନ୍ଧାଇଥିଲେ। ହରିୟାଣାର ମୀନାକ୍ଷୀ ଚୌଧୁରୀ ଦ୍ୱିତୀୟ ଓ ଆନ୍ଧ୍ରାପ୍ରଦେଶର ଶ୍ରେୟା ରାଓ ପ୍ରତିଯୋଗିତାରେ ତୃତୀୟ ସ୍ଥାନରେ ରହିଛନ୍ତି।

ପ୍ରତିଯୋଗିତାର ବିଚାରକମଣ୍ଡଳୀରେ ଥିଲେ କ୍ରିକେଟର ଇରଫାନ ପଠାନ ଓ କେ.ଏଲ୍‌. ରାହୁଲ ଓ ବଲିଉଡରୁ ମଲାଇକା ଅରୋରା, ବବି ଦେଓଲ ଓ କୁନାଲ କପୁର। ଏହି ପ୍ରତିଯୋଗିତାରେ ଓଡ଼ିଶାରୁ ଶ୍ରୁତିକ୍ଷା ନାୟକ ଅଂଶ ଗ୍ରହଣ କରିଥିଲେ। ଶ୍ରେଷ୍ଠ ୧୨ ପ୍ରତିଯୋଗିଙ୍କ ମଧ୍ୟରେ ସେ ସ୍ଥାନ ପାଇଥିଲେ ମଧ୍ୟ, ଆଗକୁ ବଢି ପାରି ନଥିଲେ।

Leave A Reply

Your email address will not be published.