ମନୋରଂଜନ

ଆଜି ସୁର ସାମ୍ରାଜ୍ଞୀଙ୍କ ପ୍ରଥମ ଶ୍ରାଦ୍ଧ ଦିବସ, ଏବେବି ଡିପ୍ରେସନ୍‌ରେ ଲତା ଦିଦିଙ୍କ ଭାଇ ହୃଦୟନାଥ

ସ୍ୱର ସାମ୍ରାଜ୍ଞୀ, କୋକିଳକଣ୍ଠୀ । ଏମିତି ଅନେକ ନାଁ ତାଙ୍କର । ହେଲେ ପ୍ରକୃତ ନାଁଟି ହେଉଛି ଲତା ମଙ୍ଗେସ୍କର । ଆତି ତାଙ୍କର ପ୍ରଥମ ଶ୍ରାଦ୍ଧ ବାର୍ଷିକୀ । ଠିକ୍‌ ବର୍ଷେ ତଳେ ଆମ ସମସ୍ତଙ୍କୁ ଛାଡ଼ି ଚାଲି ଯାଇଥିଲେ ସେ । ନିଜର କଣ୍ଠସ୍ୱରରେ ସମସ୍ତଙ୍କୁ ମତୁଆଲା କରିଥିବା ଲତାଙ୍କ ଫ୍ୟାନ୍‌ ଷାଠିଏ ଦଶକରୁ ଏଯାଏ ବଢ଼ିିଛନ୍ତି ସିନା କମି ନାହାନ୍ତି । ସେ ୭୦ ବର୍ଷର ବୃଦ୍ଧ ହେଉ କି ସାତ ବର୍ଷର ପିଲା, ଯିଏ ଥରେ ତାଙ୍କ ଗୀତ ଶୁଣିଛି ତାଙ୍କରି ଦ୍ୱିଓ୍ଵାନା ହୋଇ ଯାଇଛି । ବିଭିନ୍ନ ଭାଷାରେ ସର୍ବାଧିକ ଗୀତ ଗାଇବାର ରେକର୍ଡ଼ ଅଛି ଲତା ଦିଦିଙ୍କ ନାଁରେ ।

ଆଜି ସାରା ଦେଶରେ ତାଙ୍କର ଶ୍ରାଦ୍ଧ ଦିବସ ପାଳିତ ହେଉଛି । ତାଙ୍କୁ ଗୀତ ଜରିଆରେ ଶ୍ରଦ୍ଧା ସୁମନ ଅର୍ପଣ କରୁଛନ୍ତି । ଏପଟେ ମୁମ୍ବାଇ ଏକ ରାସ୍ତାକୁ ତାଙ୍କ ନାମରେ ନାମିତ କରିବାକୁ ପରିବାର ଲୋକେ ସରକାରଙ୍କୁ ଅନୁରୋଧ କରିଛନ୍ତି ।
ଲତାଙ୍କ ସାନ ଭଉଣୀ ଉଷା ମଙ୍ଗେସ୍କର କହିଛନ୍ତି, ବର୍ଷେ ହେଲା ମୁଁ ଗାଜର ହାଲୁଆ ଖାଇ ନାହିଁ । କାରଣ ଦିଦିଙ୍କୁ ଗାଜର ହାଲୁଆ ଭଲ ଲାଗୁଥିଲା ଓ ଆମେ ସାଙ୍ଗ ହୋଇ ଖାଉଥିଲୁ । ତେଣୁ ସେ ଗଲା ପରେ ମୁଁ ଗାଜର ହାଲୁଆ ଖାଇବା ଛାଡ଼ି ଦେଇଛି । ଉଷା ଆହୁରି କହିଛନ୍ତି ଯେ ଭାଇ ହୃଦୟନାଥ ମଙ୍ଗେସ୍କରଙ୍କୁ ଖୁବ୍‌ ଭଲ ପାଉଥିଲେ ଦିଦି । ତେଣୁ ତାଙ୍କର ମୃତ୍ୟୁ ପରେ ଭାଇ ଡିପ୍ରେସନ୍‌ରେ ଅଛି । ବର୍ଷେ ପରେ ବି ସେ ପୂରା ସ୍ୱାଭାବିକ ହୋଇ ନାହିଁ । ଉଭୟ ଉଷା ଏବଂ ଭାଇ ହୃଦୟନାଥ ଲତାଙ୍କ ସହ ଗୋଟିଏ ଘରେ ରହୁଥିଲେ । ତେବେ ଲତା ଦିଦିଙ୍କ ପରଲୋକ ପରେ ତାଙ୍କୁ ଆଦୌ ଡର ଲାଗୁନି ଏବଂ ତାଙ୍କୁ ଲାଗୁଛି କି ଦିଦି ସବୁ ବେଳେ ପୂର୍ବ ପରି ତାଙ୍କ ସହ ଅଛନ୍ତି ।

ଲତା ମଙ୍ଗେସ୍କର ନିଜେ ରାନ୍ଧିବାକୁ ପସନ୍ଦ କରୁଥିଲେ । ସେ ଗାଜର ହାଲୁଆ ସମେତ ଅନେକ ଆମିଷ ଖାଦ୍ୟ ବି ଭଲ ରାନ୍ଧୁଥିଲେ । ଏମିତିକି ଅତ୍ୟନ୍ତ କ୍ରିକେଟ୍‌ ପ୍ରିୟ ଲତା ଟିମ୍‌ ଇଣ୍ଡିଆ ଖେଳାଳିଙ୍କୁ ମଧ୍ୟ ନିଜ ହାତରନ୍ଧା ଖୁଆଇଛନ୍ତି । ଏମିତିକି ଜଣେ ଖେଳାଳି କୁଆଡ଼େ କଡ଼େଇକୁ ଉଠାଇ ନେଇ ବାକିଥିବା ସବୁ ହାଲୁଆ ଖାଇ ଦେଇଥିଲେ ବୋଲି ଉଷା କହିଛନ୍ତି । ଅବଶ୍ୟ ସେ ଖେଳାଳି ଜଣକର ନାଁ କହିବାକୁ ମନା କଲେ ।

ଲତାଙ୍କ ଶେଷ ଇଚ୍ଛା ଥିଲା ଏବ ବୃଦ୍ଧାଶ୍ରମ କରିବା ପାଇଁ । ଯେଉଁଥିରେ ଅସହାୟ ବୃଦ୍ଧ ବୃଦ୍ଧା କଳାକାର ରହିବେ । ଯାହା ପୂରଣ ହୋଇ ପାରିନାହିଁ ।

 

KNews Bureau

Recent Posts

ଆଜିର ରାଶିଫଳ: ବିଦ୍ୟାର୍ଥୀଙ୍କ ପାଇଁ ଦିନଟି ଶୁଭ, ଛାତ୍ରଛାତ୍ରୀ ପାଠପଢ଼ାରେ ପରିବର୍ତ୍ତନ ଆଣିବେ

ମେଷ: ଶୁଭ ସମାଚାର ମିଳିପାରେ । ଛାତ୍ରଛାତ୍ରୀମାନେ ପଢାପଢିରେ ପରିବର୍ତ୍ତନ ଆଣିବେ । ଅଫିସ୍ କାର୍ଯ୍ୟରେ ବିଳମ୍ବ ହେବ ।…

6 hours ago

ନାବାଳିକା ବଧୂ ହତ୍ୟା ମାମଲାରେ ପାଞ୍ଚ ଜଣଙ୍କୁ ଗିରଫ କଲା ପୋଲିସ

ବ୍ରହ୍ମପୁର : ଦିଗପହଣ୍ଡି ଥାନା ଭୀଷ୍ମଗିରୀରେ ନାବାଳିକା ବଧୂ ହତ୍ୟା ମାମଲାରେ ପାଞ୍ଚ ଜଣଙ୍କୁ ଗିରଫ କଲା ପୋଲିସ ।…

8 hours ago

ରୋଗୀଙ୍କୁ ଉତ୍ତମ ବ୍ୟବହାର ସହ ମାନବିକାତ ଦେଖାଅ, ମୁନ୍ନା ଭାଇ ଏମବିବିଏସ ସିନେମାର ଉପାଖ୍ୟାନ ଦେଲେ ସ୍ବାସ୍ଥ୍ୟମନ୍ତ୍ରୀ

ରୋଗୀଙ୍କୁ ଉତ୍ତମ ବ୍ୟବହାର ସହ ମାନବିକାତ ଦେଖାଅ। ମୁନ୍ନା ଭାଇ ଏମବିବିଏସ ସିନେମାର ଉପାଖ୍ୟାନ କହି, ଡାକ୍ତରମାନଙ୍କୁ ଏହି ଉପଦେଶ…

8 hours ago

ଓଡ଼ିଶା ଫେରିବେ କେନ୍ଦ୍ର କୃଷି ସଚିବ ମନୋଜ ଆହୁଜା, ହେବେ କି ରାଜ୍ୟରେ ନୂଆ ମୁଖ୍ୟ ସଚିବ !

ଭୁବନେଶ୍ୱର: ରାଜ୍ୟରେ ନୂଆ ମୁଖ୍ୟ ସଚିବ ହେବେ କି ମନୋଜ ଆହୁଜା? ଏହାକୁ ନେଇ ଜୋର ଧରିଛି ଚର୍ଚ୍ଚା ।…

8 hours ago

‘ଡ. ସାମନ୍ତଙ୍କ ଭଳି ସମର୍ପିତ ହୋଇ କାର୍ଯ୍ୟ କଲେ ଆର୍ଟ ଅଫ ଗିଭିଂର ଯଥାର୍ଥତା ପ୍ରତିପାଦିତ ହୋଇ ପାରିବ’

ଭଦ୍ରକ (କେନ୍ୟୁଜ୍‌) : ଭଦ୍ରକରେ ଜିଲ୍ଲା ସ୍ତରୀୟ ଆର୍ଟ ଅଫ ଗିଭିଂ ଦିବସ ସମାରୋହରେ ପାଳିତ ହୋଇଯାଇଛି । ଜିଲ୍ଲା…

9 hours ago

ସରୋଗେସି ମାଧ୍ୟମରେ ମା’ ହେଲେ ବି ମିଳିବ ୬ ମାସ ଛୁଟି

ମାତୃତ୍ୱ ଛୁଟି ଉପରେ ସରକାରଙ୍କର ବଡ଼ ନିଷ୍ପତ୍ତି । ସରୋଗେସି ମାଧ୍ୟମରେ ମାଆ ହେବାକୁ ଥିବା ମହିଳାମାନଙ୍କ ପାଇଁ ଖୁସି…

9 hours ago