ଡ୍ରାଇଭର ଥିଲେ ଇଣ୍ଡିଆନ୍‌ ଆଇଡଲ ୧୨ର ବିଜେତା ପବନଦୀପ! ଘାଟୀ ରାସ୍ତାରେ ବେଶ୍‌ ଆରାମରେ ଚଲାଉଛନ୍ତି ବସ୍‌; ଦେଖନ୍ତୁ ଭିଡିଓ

ଟିଭିର ସବୁଠୁ ଲୋକପ୍ରିୟ ଶୋ’ ଇଣ୍ଡିଆନ୍‌ ଆଇଡଲ ୧୨ ଜିତି ପବନଦୀପ ରାଜନ ବର୍ତ୍ତମାନ ଚର୍ଚ୍ଚାରେ। ଶୋ’ରେ ପବନଦୀପଙ୍କ ଗାଇବା ଶୈଳୀ ସମସ୍ତଙ୍କ ହୃଦୟକୁ ଛୁଇଁଛି। ଉତ୍ତରାଖଣ୍ଡର ବାସିନ୍ଦା ପବନଦୀପ ଇଣ୍ଡିଆନ୍‌ ଆଇଡଲ ଜିତିବା ପରେ ସଫଳତାର ନୂଆ ଶିଖରକୁ ଛୁଇଁଛନ୍ତି। ତେବେ ଆପଣ ଜାଣନ୍ତି କି ଗୀତ ଗାଇବାରେ ମାହିର ପବନଦୀପ ଖୁବ୍‌ ବଢ଼ିଆ ଡ୍ରାଇଭିଂ ବି କରନ୍ତି।

 

View this post on Instagram

 

A post shared by Pawandeep Rajan (@pawandeeprajan)

ଏବେ ସୋସିଆଲ ମିଡିଆରେ ତାଙ୍କର ଏକ ଭିଡିଓ ଖୁବ୍‌ ଭାଇରାଲ ହେଉଛି। ଏହି ଭିଡିଓରେ ପବନଦୀପ ପାହାଡ଼ ରାସ୍ତାରେ ବସ୍‌ ଡ୍ରାଇଭିଂ କରୁଥିବା ଦେଖାଯାଇଛି। ଏହି ଭିଡିଓକୁ ପବନଦୀପ ନିଜ ୟୁଟ୍ୟୁବ୍‌ ଚ୍ୟାନେଲ୍‌ରେ ସେୟାର କରିଛନ୍ତି। ପାହାଡ଼ିଆ ଘାଟୀ ରାସ୍ତାରେ ପବନଦୀପଙ୍କ ଡ୍ରାଇଭିଂ ଦେଖି ଦର୍ଶକେ ବି ଖୁବ୍‌ ପ୍ରଶଂସା କରୁଛନ୍ତି।

ଦେଖନ୍ତୁ ଭିଡିଓ:

Video Credit: Pawandeep Rajan

ଭିଡିଓର ବ୍ୟାକ୍‌ଗ୍ରାଉଣ୍ଡରେ ଗଦର ଫିଲ୍ମର ଗୀତ ‘ମେ ନିକଲା ଗଡି ଲେକେ’ ବାଜୁଛି। ତେବେ ପବନଦୀପ ଜଣେ ପ୍ରଫେସନାଲ ଡ୍ରାଇଭର କି ନାହିଁ, ଏବେ ଯାଏଁ ତାହା ଜଣାପଡ଼ିନାହିଁ। କିନ୍ତୁ ତାଙ୍କ ଡ୍ରାଇଭିଂ ସ୍କିଲ୍‌ ଦେଖି ଲାଗୁଛି ଯେ ସେ ଜଣେ ଦକ୍ଷ ଡ୍ରାଇଭର।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.