ଇଣ୍ଡିଆନ ଆଇଡଲ-୧୨ ଫେମ ଅଞ୍ଜଳି ଗାଇକୱାଡଙ୍କ ନାଁରେ ଠକେଇ ଅଭିଯୋଗ, ସୋସିଆଲ ମିଡ଼ିଆ ହ୍ୟାକ କରି ଠକୁଛନ୍ତି ହଜାର ହଜାର ଟଙ୍କା

ଇଣ୍ଡିଆନ ଆଇଡ଼ଲ ୧୨ର ପ୍ରତିଯୋଗୀ ଅଞ୍ଜଳି ଗାଇକୱାର୍ଡଙ୍କ ନାଁରେ ସଂଗୀନ ଅଭିଯୋଗ ଆସିଛି । ଜଣେ ଲୋକପ୍ରିୟ ଇନଫ୍ଲୁଏନସର ତାଙ୍କ ନାଁରେ ଅଭିଯୋଗ ଆଣିଛନ୍ତିଯେ ଅଞ୍ଜଳି ତାଙ୍କ ଇନ୍ଷ୍ଟଗ୍ରାମ ଆକାଉଣ୍ଟକୁ ହ୍ୟାକ କରିବାକୁ ବାରମ୍ବାର ଚେଷ୍ଟା କରୁଛନ୍ତି । ଆଉ ଏହି ଉପାୟରେ ତାଙ୍କ ଠାରୁ ଟଙ୍କା ହଡପ କରିବାକୁ ଚେଷ୍ଟା କରିଛନ୍ତି । ଯେବେକି ଅଞ୍ଜଳି ପାଲଟା ଅଭିଯୋଗ ଆଣିଛନ୍ତିଯେ ଗତ ଏପ୍ରିଲ ୨  ତାରିଖ ଠାରୁ ତାଙ୍କ ଇନ୍ଷ୍ଟଗ୍ରାମ ଆକାଉଣ୍ଟକୁ ହ୍ୟାକ କରାଯାଇଛି ।

ଏକ ଜାତୀୟ ଖବରକାଗଜ ସଂସ୍ଥାକୁ ବୟାନ ଦେବାକୁ ଯାଇ ଅଞ୍ଜଳି କହିଛନ୍ତିଯେ ଗତ ୨୦ ରୁ ୨୧ ଦିନ ହେବ ତାଙ୍କ ଆକାଉଣ୍ଟ ହ୍ୟାକ ହେବା ସହ ଦୁବୃତ୍ତ ମାନେ ତାଙ୍କ ଠାରୁ ୭୦ ହଜାର ଟଙ୍କା ଦାବି କରିଛନ୍ତି । ଏହି କେଶଟି ଏବେ ଏକ ସାଇବରକ୍ରାଇମ ଅଧୀନରେ ଆସୁଥିବା ବେଳେ ଏହାକୁ ନେଇ ଏଯାବତ କୌଣସି ଅପଡେଟ ଆସିନାହିଁ । ଅନ୍ୟପକ୍ଷରେ, “ହାରାମି ପରିନ୍ଦେ” ଅଞ୍ଜଳିଙ୍କ ପିଆର ଟିମରୁ ତରଫରୁ ପଠା ଯାଇଥିବା ଇମେଲ ଆଇଡିର ସ୍କ୍ରିନ ସଟକୁ ନିଜ ଇନ୍ଷ୍ଟଗ୍ରାମ ଆକାଉଣ୍ଟରେ ରେଜିଷ୍ଟ୍ରେସନ ପାଇଁ ପଠାଇଛନ୍ତି । ଅନ୍ୟପକ୍ଷରେ ସମାନ ଜିନିଷର ଏକ ସ୍କ୍ରିନ ସଟ ସେୟାର କରାଯାଇଛି । ଆଉ ଏହାର କ୍ୟାପ୍ସନରେ ଲେଖାଯାଇଛିକି, ” ଇଣ୍ଡିଆନ ଆଇଡ଼ଲ ପ୍ରତିଯୋଗୀ ଏକ ଆକାଉଣ୍ଟରୁ ଲୋକଙ୍କୁ ଠକିବାକୁ ଚେଷ୍ଟା କରୁଛନ୍ତି” ।

ଆଉ ଏକ ଟ୍ୱିଟର ଆକାଉଣ୍ଟରେ ଲେଖାଯାଇଛିକି, ” ଇନ୍ଷ୍ଟଗ୍ରାମରେ ଭିନ୍ନ ଧରଣର ଚକ୍ର ଚାଲିଛି” । କୁହାଯାଉଛିକି ଆଡ ପୋଷ୍ଟ କରିବା ପାଇଁ ଟଙ୍କା ଦେବାକୁ ପଡିବ । ପୁଣି କହୁଛନ୍ତିକି ନିଜ ଆକାଉଣ୍ଟରେ ଇମେଲ ଅଡ୍ରେସ ଦେଇ ରେଜିଷ୍ଟ୍ରେସନ କରାଇ ନିଅନ୍ତୁ । ଏହି ଠକାମୀରେ ନ ପଡ଼ିବାକୁ ବାରମ୍ବାର ସତର୍କ କରାଯାଉଛି । ଆଉ ଏହା ମଧ୍ୟ କୁହାଯାଉଛିକି ସାବଧାନ ରୁହନ୍ତୁ, ସତର୍କ ରୁହନ୍ତୁ । ସେହି ଇନଫ୍ଲୁଏଞ୍ଜର ଜଣଙ୍କ ଏହା ଏକ ହ୍ୟାକ ଆକାଉଣ୍ଟ ବୋଲି ମାନିବାକୁ ରାଜି ନୁହନ୍ତି । ଏହି ବାର୍ତ୍ତାଳାପ ଦୀର୍ଘ ସମୟ ଧରି ଚାଲିଥିଲା । ଅଞ୍ଜଳି ଏହା ମଧ୍ୟ କହିଛନ୍ତିକି ସେହି ହ୍ୟାକର ଜଣଙ୍କ ଲୋକଙ୍କ ଠାରୁ ବାରମ୍ବାର ଏମିତି କରି ଟଙ୍କା ଦାବି କରି ଆସୁଛନ୍ତି । ଅଞ୍ଜଳି ଏହା ମଧ୍ୟ କହିଛନ୍ତିକି ଏହି ହ୍ୟାକର ଜଣଙ୍କ ଏମିତି ଠକାମୀ କରି ବାରମ୍ବାର ଅର୍ଥ ଦାବି କରିଥାନ୍ତି ।

 

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.