ସୁନୀଧି କି ଶ୍ରେୟା ନୁହେଁ… ଜାଣନ୍ତୁ ଭାରତର ସବୁଠୁ ଧନୀ ମହିଳା ଗାୟକ କିଏ?
ସୁନୀଧି ଚୌହାନ, ନେହା କକ୍କର ଏବଂ ଶ୍ରେୟା ଘୋଷାଲ ହେଉଛନ୍ତି ଦେଶର ସବୁଠାରୁ ଲୋକପ୍ରିୟ ମହିଳା ଗାୟକ । ସେମାନଙ୍କର ଯାଦୁକରୀ ସ୍ୱରରେ କେବଳ ଦେଶରେ ନୁହେଁ, ବିଦେଶରେ ମଧ୍ୟ ଲକ୍ଷ ଲକ୍ଷ ପ୍ରଶଂସକ ଅଛନ୍ତି । ଭାରତୀୟ ଲୋକପ୍ରିୟ କଣ୍ଠଶିଳ୍ପୀ ତାଲିକାରେ ନେହା କକ୍କର, ଶ୍ରେୟା ଘୋଷାଲ ଏବଂ ସୁନୀଧି ଚୌହାନଙ୍କ ବ୍ୟତୀତ ଅନେକ କଣ୍ଠଶିଳ୍ପୀଙ୍କ ନାଁ ଅନ୍ତଭୁର୍କ୍ତ । ତେବେ ଏହି ତିନି କଣ୍ଠଶିଳ୍ପୀଙ୍କ କ୍ରେଜ଼ ଅନୁସାରେ ଏମାନଙ୍କର ନେଟ୍ ମୂଲ୍ୟ ମଧ୍ୟ ସର୍ବାଧିକ ଥିବା ନେଇ ଆକଳନ କରାଯାଏ । ହେଲେ ଏମାନଙ୍କ ବ୍ୟତୀତ ଆଉ ଜଣେ କଣ୍ଠଶିଳ୍ପୀ ମଧ୍ୟ ଅଛନ୍ତି, ଯିଏକି ଭାରତର ସବୁଠାରୁ ଧନୀ ଗାୟିକା ଭାବେ ଜଣାଶୁଣା ।
ଭାରତର ସବୁଠାରୁ ଧନୀ ଗାୟିକା ମ୍ୟୁଜିକ କମ୍ପାନୀ ଟି-ସିରିଜ୍ ସହିତ ଜଡ଼ିତ । ଚଳଚ୍ଚିତ୍ର ନିର୍ମାଣ ବ୍ୟତୀତ ଏହି ପ୍ରଡକ୍ସନ୍ ହାଉସ୍ ଗୀତ ମଧ୍ୟ ପ୍ରସ୍ତୁତ କରେ । ଟି-ସିରିଜ୍ର ମାଲିକ କୁମାର ପରିବାରର ଝିଅ ତୁଲସୀ କୁମାର ଭାରତର ସବୁଠାରୁ ଧନୀ ଗାୟିକା ଭାବେ ଉଭା ହୋଇଛନ୍ତି ।
ରିପୋର୍ଟ ଅନୁଯାୟୀ, ତୁଲସୀ କୁମାରଙ୍କ ସମ୍ପତ୍ତିର ଆନୁମାନିକ ମୂଲ୍ୟ ୨୧୦ କୋଟି ଟଙ୍କା । ବିଶେଷ କଥା ହେଉଛି ତାଙ୍କର ନେଟ୍ ମୂଲ୍ୟ ହେତୁ ସେ ଅନ୍ୟ ମହିଳା ଗାୟିକାଙ୍କ ସହିତ ଅନ୍ୟ ବଲିଉଡ୍ ସେଲିବ୍ରିଟିଙ୍କୁ ଲୋକପ୍ରିୟତାରେ ପଛରେ ପକାଇଛନ୍ତି । ତୁଲସୀଙ୍କ ଆୟର ଉତ୍ସ ହେଉଛି, ଫ୍ୟାମିଲି ବିଜନେସ୍ ଓ ନିଜ ସିଙ୍ଗିଙ୍ଗ୍ କ୍ୟାରିୟର । ଏହି ଦୁଇଟି କାରଣ ଯୋଗୁ ସେ ଭାରତର ସବୁଠାରୁ ଧନୀ ଗାୟିକା ଲିଷ୍ଟରେ ଆଗରେ ଅଛନ୍ତି ।
ପ୍ରକାଶ ଯେ ତୁଳସୀ କୁମାର ମଧ୍ୟ ଟି-ସିରିଜ୍ ଚ୍ୟାନେଲ୍ କିଡ୍ସ ହିଟ୍ର ମାଲିକାଣୀ । ଏହି ଚ୍ୟାନେଲର କଣ୍ଟେନ୍ଟରେ ପିଲାମାନଙ୍କ ପାଇଁ କବିତା ଏବଂ କାହାଣୀ ପରି ବିଷୟବସ୍ତୁ ରହିଥାଏ ।
ଅନ୍ୟପଟେ ତୁଲସୀଙ୍କର ସିଙ୍ଗିଙ୍ଗ୍ କ୍ୟାରିୟର ବିଷୟରେ କହିଲେ, ଦୁଇ ଦଶନ୍ଧି ମଧ୍ୟରେ ତୁଲସୀଙ୍କ କ୍ୟାରିୟର ତାଙ୍କୁ ବେଶ୍ ସଫଳତା ଦେଇଛି । ତୁଲସୀ ଦବଙ୍ଗ, ଭୁଲ୍ ଭୁଲେୟା, ରେଡ୍ଡୀ, କବୀର ସିଂ, ସତ୍ୟପ୍ରେମ କି କଥା ଭଳି ଅନେକ ଚଳଚ୍ଚିତ୍ରର ଗୀତରେ କଣ୍ଠଦାନ କରିଛନ୍ତି ।