ମନୋରଂଜନ

ଓସ୍କାର ପାଇଁ ମନୋନୀତ ହେଲା ଭାରତୀୟ ଫିଚର୍ ଫିଲ୍ମ ‘Writing With Fire’

ଭାରତୀୟ ଡକ୍ୟୁମେଣ୍ଟାରୀ ଫିଲ୍ମ ‘Writing With Fire’ ଶ୍ରେଷ୍ଠ ଫିଚର୍ ଫିଲ୍ମ ଭାବେ ଓସ୍କାର ପାଇଁ ମନୋନୀତ କରାଯାଇଛି। ଦଳିତ ମହିଳାମାନଙ୍କ ଦ୍ୱାରା ପରିଚାଳିତ ଭାରତର ଏକମାତ୍ର ଖବରକାଗଜ ଲହରିୟା ନିଉଜ୍ ପେପର ଉପରେ ଏହି ଡକ୍ୟୁମେଣ୍ଟାରୀ ଫିଲ୍ମ କରାଯାଇଛି। ଏକାଡେମୀ ପୁରସ୍କାରର ୯୪ ତମ ଏଡିସନ ପାଇଁ ଏହି ଭାରତୀୟ ଡକ୍ୟୁମେଣ୍ଟାରୀକୁ ଶ୍ରେଷ୍ଠ ଡକ୍ୟୁମେଣ୍ଟାରୀ ଫିଚର ବର୍ଗରେ ମନୋନୀତ କରାଯାଇଛି।

 

ଗତ ମଙ୍ଗଳବାର ସନ୍ଧ୍ୟାରେ ଏକାଡେମୀ ଅଫ୍ ମୋସନ୍ ପିକ୍ଚର୍ ଆର୍ଟ ଆଣ୍ଡ ସାଇନ୍ସର ଟ୍ୱିଟର ପେଜ୍ ମାଧ୍ୟମରେ ଟ୍ରାସି ଏଲିସ୍ ରସ୍ ଏବଂ ଲେସଲି ଜୋର୍ଡାନଙ୍କ ଦ୍ୱାରା ଓସ୍କାର ପାଇଁ ଫିଲ୍ମ ନାମ ଗୁଡ଼ିକ ଘୋଷଣା କରାଯାଇଥିଲା। ରିଣ୍ଟୁ ଥୋମାସ୍ ଏବଂ ସୁସ୍ମିତ ଘୋଷଙ୍କ ଦ୍ୱାରା ନିର୍ଦ୍ଦେଶିତ ହୋଇଛି “Writing With Fire” ଫିଲ୍ମ । ତେବେ ଏହା ସେମାନଙ୍କ ପ୍ରଥମ ଫିଲ୍ମ। ଦଳିତ ମହିଳାଙ୍କ ଦ୍ୱାରା ପରିଚାଳିତ ଭାରତର ଏକମାତ୍ର ଖବରକାଗଜ ଲାହରିଆ ଓ ଦଳିତ ମହିଳାଙ୍କ ସଂଘର୍ଷ ବିଷୟରେ ହୋଇଛି ଫିଲ୍ମର କାହାଣୀ।

ତେବେ ଏହି ଡକ୍ୟୁମେଣ୍ଟାରି ଫିଲ୍ମ ଓସ୍କାର ପାଇଁ ସିଲେକ୍ଟ ହେବା ପରେ ନିର୍ଦ୍ଦେଶିକା ରିଣ୍ଟୁ ଥୋମାସ ଆମେ ବହୁତ ଖୁସି ହୋଇଯାଇଥିଲେ ଓ କହିଥିଲେ ଏହା ଆମ ଭାରତୀୟ ସିନେମା ପାଇଁ ଏକ ବିରାଟ ମୁହୂର୍ତ୍ତ । ଏହି ଚଳଚ୍ଚିତ୍ରରେ ନିର୍ଭୟରେ କାମ କରୁଥିବା ଦଳିତ ମହିଳା ସାମ୍ବାଦିକଙ୍କ ଉପରେ କରାଯାଇଛି।ଯାହାକି ଆଧୁନିକ ଭାରତୀୟ ମହିଳାଙ୍କ କାହାଣୀକୁ ଶକ୍ତିଶାଳୀ ଭାବରେ ଦର୍ଶାଉଛି। ତେବେ ନିଜ ଟ୍ୱିଟରରେ ମଧ୍ୟ ସେ ଫିଲ୍ମର ଫଟୋ ପୋଷ୍ଟ କରି ନିଜର ଖୁସି ବ୍ୟକ୍ତ କରିଛନ୍ତି। କାରଣ ଏହି ଫିଲ୍ମ ୨୦୨୨ ର ଓସ୍କାରରେ ଯାଇଥିବା ଶ୍ରେଷ୍ଠ ଚଳଚ୍ଚିତ୍ର । ରିଣ୍ଟୁ ଥୋମାସ ତାଙ୍କର ଓ ତାଙ୍କ ସହ ନିର୍ଦ୍ଦେଶକଙ୍କ ଏକ ଭିଡ଼ିଓ ମଧ୍ୟ ସେୟାର କରିଛନ୍ତି। ତେବେ ମାର୍ଚ୍ଚ ୨୭ ରେ ପୁରସ୍କାର ବିତରଣ ଉତ୍ସବ ଅନୁଷ୍ଠିତ ହେବାର କାର୍ଯ୍ୟକ୍ରମ ରହିଛି।

KNews Bureau

Recent Posts

ସେଲଫି ନେବା ସମୟରେ ଫ୍ୟାନ୍ସଙ୍କୁ ଧକ୍କା ମାରିଲେ ଧନୁଷଙ୍କ ବଡିଗାର୍ଡ, ଭାଇରାଲ ହେଉଛି ଭିଡିଓ

ଫ୍ୟାନ୍ସ ପ୍ରାୟତଃ ବଲିଉଡ ଷ୍ଟାରମାନଙ୍କ ସହିତ ଫଟୋ ଉଠାଇବାକୁ ଏବଂ ଦେଖା କରିବାକୁ ଚାହଁଥାନ୍ତି । ତେବେ ଅନେକ ଥର…

31 mins ago

ବଦଳିଲା ପାଣିପାଗର ମିଜାଜ: ରାଜଧାନୀରେ ପ୍ରବଳ ବର୍ଷା, ବୁଡିଲା କାର୍‌ ଓ ବସ୍‌

ଭୁବନେଶ୍ୱର: ବଦଳିଲା ପାଣିପାଗର ମିଜାଜ। ରାଜଧାନୀର ବିଭିନ୍ନ ସ୍ଥାନରେ ପ୍ରବଳ ବର୍ଷା । ଭୁବନେଶ୍ୱରର ବିଭିନ୍ନ ସ୍ଥାନରେ ପ୍ରବଳ ବର୍ଷା…

46 mins ago

ସାମାଜିକ ସୁରକ୍ଷା ଓ ଭିନ୍ନକ୍ଷମ ସଶକ୍ତୀକରଣ ମନ୍ତ୍ରୀଙ୍କ ବଡ଼ ବୟାନ, ନିଶା ଦ୍ୱାରା ସମାଜ କଳୁଷିତ ହେଉଛି

ଭୁବନେଶ୍ୱର: ଓଡ଼ିଶାକୁ ମଦ ମୁକ୍ତ କରିବା ପାଇଁ ଯୋଜନା । ସାମାଜିକ ସୁରକ୍ଷା ଓ ଭିନ୍ନକ୍ଷମ ସଶକ୍ତୀକରଣ ମନ୍ତ୍ରୀଙ୍କ ବଡ଼…

1 hour ago

ମଦ ପାଇଁ ପ୍ରତି ବର୍ଷ ଯାଉଛି ୩୦ ଲକ୍ଷ ଲୋକଙ୍କ ଜୀବନ, ବିଶ୍ୱ ସ୍ୱାସ୍ଥ୍ୟ ସଂଗଠନ୍‌ ଦେଲା ଚେତାବନୀ

ପ୍ରତି ବର୍ଷ ୩୦ ଲକ୍ଷ ଲୋକଙ୍କର ମଦ ପାଇଁ ଯାଉଛି ଜୀବନ । ବିଶ୍ୱ ସ୍ୱାସ୍ଥ୍ୟ ସଂଗଠନ ମଙ୍ଗଳବାର ଏହା…

1 hour ago

ଆଫଗାନିସ୍ତାନର ଐତିହାସିକ ବିଜୟ ପରେ ରାଶିଦ ଖାନଙ୍କୁ ଆସିଲା ସରପ୍ରାଇଜ କଲ୍‌, ଭିଡିଓ ଭାଇରଲ

ଆଇସିସି ଟି୨୦ ବିଶ୍ୱ ସେମିଫାଇନାଲରେ ପ୍ରବେଶ କରି ଇତିହାସ ରିଚିଛି ଆଫଗାନିସ୍ତାନ ଟିମ୍‌ । ଅଷ୍ଟ୍ରେଲିଆକୁ ହରାଇ ଟି୨୦ ବିଶ୍ୱକପରୁ…

1 hour ago

ଓଡ଼ିଶା ଆସି ପୁରୀ ରଥଯାତ୍ରା ଦେଖିବେ ରାଷ୍ଟ୍ରପତି

ପୁରୀ: ରଥଯାତ୍ରା ଦେଖିବେ ରାଷ୍ଟ୍ରପତି । ୭ ଓ ୮ ତାରିଖ ଦୁଇ ଦିନ ପୁରୀରେ ରହି ଶ୍ରୀଜିଉଙ୍କୁ ଦର୍ଶନ…

2 hours ago