ସ୍ୱାମୀ କରଣ ମେହରାଙ୍କଠୁ ନିର୍ଯାତିତ ହେବା ପରେ ମିଡିଆ ସାମ୍ନାକୁ ଆସିଲେ ଅଭିନେତ୍ରୀ ନିଶା

ଟିଭି ଦୁନିଆର ପପୁଲାର ସିରିଏଲ ”ୟେ ରିସ୍ତା କ୍ୟା କେହଲାତା ହେ”ର ଫେମ କରଣ ମେହରା ଏବେ ରହିଛନ୍ତି ଚର୍ଚ୍ଚାରେ । ପର୍ସନାଲ ଲାଇଫକୁ ନେଇ ଉଠିଥିବା ଝଡ଼ ପାଇଁ ସେ ଏବେ ପୁରା ଚର୍ଚ୍ଚାରେ ଅଛନ୍ତି । ପତ୍ନୀ ନିଶା ରାୱଲଙ୍କ ସହ ହୋଇଥିବା ଝଗଡ଼ାକୁ ନେଇ ଏବେ ସେ ମିଡିଆ ଫ୍ରେମର ଫୋକସରେ ରହିଛନ୍ତି । ପତ୍ନୀ ନିଶା ରାୱଲ ସ୍ୱାମୀ କରଣଙ୍କ ବିରୁଦ୍ଧରେ ମାନସିକ ଓ ଶାରୀରିକ ନିର୍ଯାତନାର ଅଭିଯୋଗ ଆଣିଛନ୍ତି ।

୩୧ ମଇରେ ରାତି ସାରା ନିଶା ପୋଲିସ ଷ୍ଟେସନରେ ରହି ସ୍ୱାମୀଙ୍କ ବିରୁଦ୍ଧରେ ଅଭିଯୋଗ ଲେଖିଥିଲେ । ଯେଉଁଥିରେ କରଣ ତାଙ୍କୁ ମାନସିକ ରୂପେ ଓ ଶାରୀରିକ ରୂପେ ନିର୍ଯାତନା ଦେଉଥିବାର ଖବର ସାମ୍ନାକୁ ଆସିଛି । ୩୧ ମଇରେ କରଣକୁ ଗିରଫ ମଧ୍ୟ କରାଯାଇଥିଲା । କିନ୍ତୁ ୧ ଜୁନରେ ତାଙ୍କୁ ଜାମିନ ମିଳିଯାଇଥିଲା । ଏବେ ୨ ଜଣଙ୍କ ବିବାହ କଣ୍ଟ୍ରୋଭର୍ସିକୁ ନେଇ ସେ ଚର୍ଚ୍ଚାର ବିଷୟ ପାଲଟିଛନ୍ତି ।

ଗତ କାଲି ନିଶା ମିଡିଆ ଆଗକୁ ଆସିଥିଲେ । ଯାହାପରେ ତାଙ୍କ ଫଟୋ ଏବେ ସୋସିଆଲ ମିଡିଆରେ ଘୂରି ବୁଲୁଛି । ଏଥିରେ ନିଶାଙ୍କ ମୁଣ୍ଡରେ ଜୋରରେ ଆଘାତ ହୋଇଥିବାର ଦେଖିବାକୁ ମିଳିଛି । ମିଡିଆ ଆଗରେ ନିଶା ସ୍ୱାମୀଙ୍କ ବିରୁଦ୍ଧରେ ଅନେକ ଅଭିଯୋଗ ରଖିଥିଲେ । ଏହାସହ ମାରପିଟ ହେବା ଦ୍ୱାରା ଆଘାତ ହୋଇଥିବା ନିଶା ଫଟୋ ମାଧ୍ୟମରେ ସମସ୍ତଙ୍କୁ ପ୍ରମାଣ ଦେଖାଇଥିଲେ । ଶେଷରେ ନ୍ୟାୟ ପାଇବା ସହ କରଣଙ୍କୁ ଉପଯୁକ୍ତ ଦଣ୍ଡ ଦେବା ପାଇଁ ସେ ଅନୁରୋଧ କରିଛନ୍ତି ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.