ଏହି ବ୍ୟକ୍ତିଙ୍କୁ ଡେଟ୍‌ କରୁଛନ୍ତି ଅମୀର ଖାନ୍‌ଙ୍କ ଝିଅ ଇରା, ସୋସିଆଲ ମିଡିଆରେ ଏମିତି ଦର୍ଶାଇଲେ ଭଲ ପାଇବା

ବଲିଉଡ୍‌ ଅଭିନେତ୍ରୀ ଅମୀର ଖାନ୍‌ଙ୍କ ଝିଅ ଇରା ଖାନ୍‌ ସୋସିଆଲ ମିଡିଆରେ ଖୁବ୍‌ ଆକ୍ଟିଭ୍‌ ରହିଥାନ୍ତି। ଏବେ ଇରା ନିଜ ଫିଟ୍‌ନେସ୍‌ ଟ୍ରେନର ନୁପୁର ଶିଖରେଙ୍କୁ ଡେଟ୍‌ କରୁଛନ୍ତି। ଏନେଇ ନିଜେ ଇରା ଇନ୍‌ଷ୍ଟାଗ୍ରାମ୍‌ରେ ଏକ ପୋଷ୍ଟ  ସେୟାର କରି ସୂଚନା ଦେଇଛନ୍ତି। ନିକଟରେ ଇରା ଖାନ୍‌ ଏକ ଫଟୋ ସେୟାର କରିଛନ୍ତି। ଉକ୍ତ ଫଟୋରେ ସେ ନୁପୁରଙ୍କ ସହ ରୋମାଣ୍ଟିକ୍‌ ଅନ୍ଦାଜରେ ଥିବା ଦେଖାଯାଇଛି। ଇରା ଏହି ଫଟୋ ସେୟାର କରିବା ସହ କ୍ୟାପ୍‌ସନ୍‌ରେ ଲେଖିଛନ୍ତି, ‘ଡ୍ରିମ୍‌ ବଏ’। ଇରାଙ୍କର ଏହି ଫଟୋ ସୋସିଆଲ ମିଡିଆରେ ବେଶ୍‌ ଭାଇରାଲ ହେଉଛି।

 

View this post on Instagram

 

A post shared by Ira Khan (@khan.ira)

ସୋସିଆଲ ମିଡିଆରେ ଇରା ଲେଖିଛନ୍ତି, ଆପଣଙ୍କ ସହ ପ୍ରତିଜ୍ଞା କରିବା ବି ଏକ ସମ୍ମାନର କଥା। କ୍ୟାପସନ୍‌ରେ ଇରା ନୁପୁର ଶିଖରେଙ୍କୁ ନିଜ ଭାଲେଣ୍ଟାଇନ୍‌ ଓ ଡ୍ରିମ୍‌ ବୟ ବୋଲି ମଧ୍ୟ କହିଛନ୍ତି। ଇରାଙ୍କର ଏହି ଫଟୋକୁ ଏବେ ଯାଏଁ ସୋସିଆଲ ମିଡିଆରେ ୪୭ ହଜାରରୁ ଊର୍ଦ୍ଧ୍ୱ ଲାଇକ୍‌ ମିଳିସାରିଲାଣି। ଫଟୋରେ ଇରା ଖାନ୍‌ ନୁପୁର ଶିଖରେଙ୍କ ସହ ମ୍ୟାଚିଂ ଡ୍ରେସ୍‌ ପିନ୍ଧିଛନ୍ତି।

 

View this post on Instagram

 

A post shared by Ira Khan (@khan.ira)


ସୂଚନାଯୋଗ୍ୟ ଯେ ଇରା ଖାନ୍‌ ନିଜ କ୍ୟାରିୟର ଫିଲ୍ମରେ ନିର୍ଦ୍ଦେଶକ ଭାବେ କରିଥିଲେ। ୨୦୧୯ ମସିହାରେ ତାଙ୍କ ନିର୍ଦ୍ଦେଶିତ ପ୍ରଥମ ନାଟକ ‘ୟୁରିପିଡ୍‌ସ ମେଡିୟା’ ମଞ୍ଚସ୍ଥ ହୋଇଥିଲା। ଏହି ଫିଲ୍ମରେ ଯୁବରାଜ ସିଂହଙ୍କ ପତ୍ନୀ ହେଜଲ କିଚ୍‌ ମଧ୍ୟ ନଜର ଆସିଥିଲେ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.