କରୋନା ଲଢେଇରେ ସାମିଲ ହେଲେ ଇରଫାନ, କ୍ୟାନସର ସହିତ ଲଢି ମଧ୍ୟ ଦିନ ମଜୁରିଆଙ୍କ ପାଇଁ କଲେ ଏପରି କାମ

କରୋନା ଭାଇରସ ଯୋଗୁଁ ସମଗ୍ର ଦେଶରେ ଲକ୍‌ଡାଉନ ଚାଲିଛି। ଏହି ଲକଡାଉନ ଯୋଗୁଁ ଅନେକ ଲୋକ ଜୀବନ ପ୍ରଭାବିତ ହୋଇଛି। ଆଉ ସବୁଠାରୁ ଅଧିକ ଅଧିକ ପ୍ରଭାବିତ ହୋଇଛନ୍ତି ଶ୍ରମିକ। କିନ୍ତୁ ଏଭଳି ପରିସ୍ଥିତିରେ ଦିନ ମଜୁରିଆ ଭାବେ କାମ କରୁଥିବା ଶ୍ରମିକଙ୍କ ଚିନ୍ତା ବଢାଇଦେଇଛି। ଏମାନେ ପ୍ରତିଦିନ କାମ କରି ନିଜର ପରିବାର ଭୋକ ନିବାରଣ କରନ୍ତି। କିନ୍ତୁ ଏହି ସମୟରେ କାମ ବନ୍ଦ ଯୋଗୁଁ ଏମାନଙ୍କ ଜୀବନ ଉପରେ ବେଶ ପ୍ରଭାବ ପଡିଛି। ଏମାନଙ୍କ ସହାୟତାକରିବା ପାଇଁ ବଲିଉଡର ଅନେକ କଳାକାରସହାୟତାର ହାତ ବଢାଇଛନ୍ତି। ଏହି ତାଲିକାରେ ସାମିଲ ହୋଇଛନ୍ତି ଇରଫାନ ଖାନ।

irfan

ଇରଫାନ ଟ୍ଵିଟ୍‌ କରି ଦିନ ମଜୁରିଆଙ୍କ ପାଇଁ କିଛି କରିବାକୁ ଚାହୁଛନ୍ତି ବୋଲି କହିଥିଲେ। ସେ ଏକ ଫଟୋ ପୋଷ୍ଟ କରି ଲେଖିଛନ୍ତି, ପ୍ରବାସୀ ଶ୍ରମିକଙ୍କ ସହିତ ଯାହା ହେଲା, ସେଥିପାଇଁ ସେ ପଶ୍ଚାତାପ ବ୍ରତ ରଖିଛନ୍ତି। ସେ ଦିନ ୬ଠାରୁ ସନ୍ଧ୍ୟା ୬ଟା ପର୍ଯ୍ୟନ୍ତ ଖାଇନାହାନ୍ତି। ନିଜେ ଇରଫାନ କ୍ୟାନସର ଭଳି ରୋଗ ସହିତ ଲଢୁଥିବା ବେଳେ ଏପରି ବ୍ରତ ପାଳନ କରିବା ସତରେ ବହୁତ କଷ୍ଟ। କ୍ୟାନସରକୁ ଜିତିସାରିଥିବା ଇରଫାନଙ୍କର ଏପର୍ଯ୍ୟନ୍ତ ମଧ୍ୟ ଚିକିତ୍ସା ଚାଲିଛି।

ନିକଟରେ ଇରଫାନଙ୍କ ଫିଲ୍ମ ‘ଅଂଗ୍ରେଜୀ ମିଡିଅମ’ ରିଲିଜ ହୋଇଥିଲା। ଯେଉଁଥିରେ ଇରଫାନଙ୍କ ସହିତ କରୀନା କପୁର ଖାନ, ରାଧିକା ମଦନ ପ୍ରମୁଖ ଭୂମିକାରେ ନଜର ଆସିଥିଲେ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.