ଶାହାରୁଖ ଖାନ୍‌ଙ୍କ ଲିଟିଲ ଫ୍ୟାନ୍, ‘ ଝୁମେ ଜୋ ପଠାନ’ ଗୀତରେ ନାଚୁଥିବାର ଆସିଲେ ନଜର

୪ ବର୍ଷ ପରେ ଆକ୍ସନ ଅବତାର ପଠାନ ଲୁକ୍‌ରେ ନଜର ଆସିଛନ୍ତି ଶାହାରୁଖ। ଶାହାରଙ୍କ ଫ୍ୟାନ ହୋଇଯାଇଛନ୍ତି କ୍ରିକେଟର ଇରଫାନ ପଠାନଙ୍କ କୁନି ପୁଅ । ଇରଫାନ ସୋସିଆଲ ମିଡିଆରେ ଏକ ଭିଡିଓ ସେୟାର କରିଛନ୍ତି ।

ଶାହରୁଖ ଖାନ ଏବଂ ଦୀପିକା ପାଦୁକୋନଙ୍କ ଫିଲ୍ମ ‘ ପଠାନ’ ଅଟକିବାର ନା ନେଉନାହିଁ । ଚାରିଆଡେ ଏହାର କ୍ରେଜ୍ ଏବେବି ରହିଛି । ଦୀର୍ଘ ୪ ବର୍ଷ ପରେ ଆକ୍ସନ ଅବତାର ପଠାନ ଲୁକ୍‌ରେ ନଜର ଆସିଛନ୍ତି ଶାହାରୁଖ। ଶାହାରଙ୍କ ଫ୍ୟାନ ହୋଇଯାଇଛନ୍ତି କ୍ରିକେଟର ଇରଫାନ ପଠାନଙ୍କ କୁନି ପୁଅ । ଇରଫାନ ସୋସିଆଲ ମିଡିଆରେ ଏକ ଭିଡିଓ ସେୟାର କରିଛନ୍ତି । ଭିଡିଓରେ ଇରଫାନଙ୍କ କୁନି ପୁଅ ଶାହାରୁଖଙ୍କ ଗୀତ ‘ ଝୁମେ ଜୋ ପଠାନ’ ଗୀତରେ ନାଚୁଥିବା ଦେଖିବାକୁ ମିଳିଛି ।

ଫୋନରେ ଗୀତ ବାଜୁ ବାଜୁ ନାଚୁଛନ୍ତି ଇରଫାନଙ୍କ କୁନି ପୁଅ । ଭିଡିଓ ସେୟାର କରି ଇରଫାନ ଲେଖିଛନ୍ତି, ଶାହାରୁଖ ତୁମ ଫ୍ୟାନ ତାଲିକାରେ ଆଉ ଜଣେ କ୍ୟୁଟ ଫ୍ୟାନଙ୍କୁ ଆଡ୍‌ କରିଦିଅ । ଶାହାରୁଖ ମଧ୍ୟ ନିଜ ଷ୍ଟାଇଲରେ ଉତ୍ତର ରଖିଛନ୍ତି । ଛୋଟା ପଠାନ ତୁମ ଠାରୁ ଅଧିକ ଟ୍ୟାଲେଣ୍ଟେଡ ବୋଲି କହିଛନ୍ତି ଶାହାରୁଖ।

ତେବେ ସୂଚନା ଥାଉକି,  ଅଭିନେତା ଶାହାରୁଖ ଖାନ୍‌ ଙ୍କ ଫିଲ୍ମ ‘ପଠାନ’ କୁ ନେଇ ପ୍ରଥମରୁ ବହୁ ବିବାଦ ଦେଖାଯାଇଥିଲା। ଫିଲ୍ମର ମୁକ୍ତିଲାଭ କରିବାକୁ ନେଇ ମଧ୍ୟ ବିରୋଧ କରାଯାଉଥିଲା । ହେଲେ ଫିଲ୍ମ ରିଲିଜ ହେବା ପରଠାରୁ ଏହାକୁ ନେଇ ପୁଣି ଚର୍ଚ୍ଚା ଜୋର ଧରିଛି । ଶାହରୁଖ ଖାନ, ଦୀପିକା ପାଦୁକୋନ ଏବଂ ଜନ୍ ଅବ୍ରହାମଙ୍କ ଅଭିନୀତ ‘ପଠାନ୍’ ଜାନୁଆରୀ ୨୫ରେ ମୁକ୍ତିଲାଭ କରିଥିଲା। ଏହି ଚଳଚ୍ଚିତ୍ର ୧୦୦ ରୁ ଅଧିକ ଦେଶରେ ରିଲିଜ୍ ହୋଇଥିଲା ଏବଂ ଏହା ପର ଠାରୁ ବକ୍ସ ଅଫିସ୍ ଫିଲ୍ମଟି ସବୁ ରେକର୍ଡ ଭାଙ୍ଗିଛି।