ମୃତ୍ୟୁ ପୂର୍ବରୁ ଅଭିନେତା ଇରଫାନ ଖାନ୍ ପତ୍ନୀଙ୍କ କଣ୍ଠରୁ ଶୁଣିଥିଲେ ଏହି ସବୁ ଗୀତ, ବେହୋସରେ ବି ଆଖିରୁ ଝରୁଥିଲା ଲୁହ

ମୁମ୍ବାଇ : ୭ ଜାନୁଆରୀ ବା ଆଜି ଇରଫାନ ଖାନ୍ଙ୍କ ଜନ୍ମ ଦିନ । ଏହି ଅବସରରେ ତାଙ୍କର ପ୍ରଶଂସକମାନେ ଏହି ଦିବଗଂତ ଅଭିନେତାଙ୍କୁ ନିଶ୍ଚୟ ମନେପକାଉଥିବେ । ସବୁଠୁ ଅଧିକ ତ ତାଙ୍କ ପତ୍ନୀ ସୁତାପା ଓ ତାଙ୍କ ପରିବାର ମନେ ପକାଉଥିବେ । ଆଜି ତାଙ୍କ ଜନ୍ମ ଦିନରେ ଇରଫାନଙ୍କ ବିଷୟରେ ଏମିତି କିଛି କଥା କହିବୁ ଯାହା ଶୁଣିରେ ଆପଣଙ୍କ ଆଖି ବି ଭିଜି ଯିବ ଲୁହରେ ।
ମୃତ୍ୟୁର ଠିକ୍ ପୂର୍ବରୁ ଇରଫାନ ତାଙ୍କ ପତ୍ନୀଙ୍କ ଠାରୁ ଶୁଣିଥିଲେ ଏମିତି କିଛି ଗୀତ ଆଉ ବେହୋସରେ ଥାଇ ମଧ୍ୟ ତାଙ୍କ ଆଖିରୁ ଝରିପଡିଥିଲା ଲୁହ । ଏମିତି କିଛି କଥା ଆଜି ତାଙ୍କର ଜନ୍ମ ଦିନରେ ମନେ ପକାଇ କହିଛନ୍ତି ଇରଫାନଙ୍କ ପତ୍ନୀ ସୁତାପା ।
ଶେଷ ସମୟରେ ଇରଫାନ ଶୁଣିଥିଲେ ଏହି ଗୀତ-
ଇରଫାନ ଖାନ ଓ ତାଙ୍କ ପତ୍ନୀ ସୁତାପାଙ୍କ ପ୍ରେମ କାହାଣୀ କୌଣସି ଫିଲ୍ମ ଠାରୁ କମ୍ ନୁହେଁ । ଏହି ଦମ୍ପତିଙ୍କ ପ୍ରେମ ମଧ୍ୟ ବହୁତ ଅସାଧାରଣ । ସେଇଥିପାଇଁ ବୋଧେ ଇରଫାନ ମୃତ୍ୟୁ ପୂର୍ବରୁ ନିଜ ପ୍ରେମୀ ବା ପତ୍ନୀଙ୍କ ସହ ଥିଲେ ଓ ତାଙ୍କ ଠାରୁ ପ୍ରେମପୂର୍ଣ୍ଣ ଗୀତ ଶୁଣୁଥିଲେ ।
ଏହି କଥା ଆପଣଙ୍କୁ ଫିଲ୍ମ କାହାଣୀ ପରି ଲାଗିପାରେ । ହେଲେ ଏହାସତ୍ୟ । ସୁତାପା ଏହି କଥା ତାଙ୍କ ଫେସବୁକରେ ପୋଷ୍ଟ କରିଛନ୍ତି । ଇରଫାନଙ୍କ ଶେଷ ସମୟର ଏମିତି କିଛି କାହାଣୀ ସେ ତାଙ୍କ ଫେସବୁକରେ ସେୟାର କରିଛନ୍ତି ।
ସୁତାପା କହିଥିଲେ ଇରଫାନ ମୃତ୍ୟୁର ଏକ ଦିନ ପୂର୍ବରୁ ତାଙ୍କ ଠାରୁ ଉମରାଓ ଜାନ ଫିଲ୍ମର ଗୀତ‘ ଝୁଲା କିନ୍ନେ ଡାଲାରେ, ଓ କୌନ ଥା ଫିଲ୍ମର ଗୀତ‘ଲଗ ଜା ଗଲେ’ ଏବଂ ଫରିଦା ଖାନମଙ୍କ ଲୋକପ୍ରିୟ ଗୀତ‘ ଆଜ ଜାନେ କା ଜିଦ ନା କରୋ’ ଶୁଣିଥିଲେ ।
ଏଥି ସହ କିଛି ରବୀନ୍ଦ୍ର ସଂଗୀତ ମଧ୍ୟ ଶୁଣିଥିଲେ। ଆଉ ବେହୋସ ଥାଇ ମଧ୍ୟ ତାଙ୍କ ଆଖିରୁ ଲୁହ ଝରି ପଡ଼ୁଥିଲା ବୋଲି ତାଙ୍କ ପତ୍ନୀ କୁହନ୍ତି । ଇରଫାନ ଖାନ ଆଜି ଆମ ଗହଣରେ ନାହାନ୍ତି । ହେଲେ ତାଙ୍କର ଏମିତି କିଛି କଥା ତାଙ୍କ ପ୍ରଶଂସକଙ୍କ ମନରେ ସର୍ବଦା ରହିଥିବ ଏଥିରେ ସନ୍ଦେହ ନାହିଁ ।