ଲକଡାଉନ ଯୋଗୁ କଡ଼ା ସୁରକ୍ଷା ମଧ୍ୟରେ ହେବ ଇରଫାନଙ୍କ ଶେଷକୃତ୍ୟ, ମୁତୟନ ହେଲେ ଶତାଧିକ ପୋଲିସ

କ୍ୟାନସର ରୋଗରେ ପୀଡିତ ହୋଇ ଶେଷରେ ଆଖିବୁଜିଛନ୍ତି ବଲିଉଡ କଳାକାର ଇରଫାନ ଖାନ। ମଙ୍ଗଳବାର କୋକିଲାବେନ ହସ୍ପିଟାଲରେ ସେ ଶେଷ ନିଃଶ୍ୱାସ ତ୍ୟାଗ କରିଛନ୍ତି। ମୃତ୍ୟୁ ବେଳକୁ ତାଙ୍କୁ ୫୩ ବର୍ଷ ବୟସ ହୋଇଥିଲା। ମେଡିକାଲ କର୍ତ୍ତୃପକ୍ଷଙ୍କ ସୂଚନାନୁସାରେ ଗତକାଲି ଅପରାହ୍ନ ୩ଟାରେ ଇରଫାନଙ୍କ ନିଧନ ହୋଇଛି।

irfan

 

ଇରଫାନଙ୍କ ଦେହାନ୍ତ ଖବର ପ୍ରଚାରିତ ହେବା ପରେ ବିଶାଳ ଭରଦ୍ୱାଜ ପହଞ୍ଚି ଶ୍ରଦ୍ଧାଞ୍ଜଳି ଜଣାଇଛନ୍ତି। ଇରଫାନଙ୍କ ମୃତ୍ୟୁ ପରେ ତାଙ୍କ ପରିବାର ଲୋକ କହିଛନ୍ତି ଯେ ଶେଷ ପର୍ଯ୍ୟନ୍ତ ମଧ୍ୟ ଇରଫାନ ଲଢ଼େଇ କରିଥିଲେ। ୨୦୧୮ ରେ କ୍ୟାନସରରେ ପୀଡିତ ହେବା ପରଠୁ ତାଙ୍କ ସ୍ୱାସ୍ଥ୍ୟ ଅବସ୍ଥା ଖରାପ ହୋଇ ଚାଲିଥିଲା। କିନ୍ତୁ ସେ ଧୈର୍ଯ୍ୟହରା ହୋଇନଥିଲେ ବୋଲି ତାଙ୍କ ପରିବାର ତରଫରୁ କୁହାଯାଇଛି।

police

ତେବେ ଇରଫାନ ଖାନଙ୍କ ଶେଷ ଦର୍ଶନ ପାଇଁ ବଲିଉଡ ଷ୍ଟାର ଏକତ୍ରିତ ହେବା ସମ୍ଭାବନା ଥିବାରୁ ପୋଲିସ ପକ୍ଷରୁ ସବୁପ୍ରକାର ଆୟୋଜନ କରାଯାଇଛି। କରୋନା ସ୍ଥିତିକୁ ଦୃଷ୍ଟିରେ ରଖି ଇରଫାନଙ୍କ ଶେଷକୃତ୍ୟ ପାଇଁ ବହୁ ସଂଖ୍ୟାରେ ପୋଲିସ ମୁତୟନ କରାଯାଇଛି। କଡ଼ା ସୁରକ୍ଷା ମଧ୍ୟରେ ତାଙ୍କ ଅନ୍ତିମ ଯାତ୍ରା ହେବ ବୋଲି ସୂଚନା ମିଳିଛି।