ପୁଣି ୬ମାସ ଚିକିତ୍ସା ପାଇଁ ଲଣ୍ଡନ ଯିବେ ଇରଫାନ୍, ସେଠାରେ ଫିଲ୍ମ ସୁଟିଙ୍ଗ୍ ସହିତ ଜାରି ରଖିବେ ଚିକିତ୍ସା

ଫିଲ୍ମ ଅଂଗ୍ରେଜୀ ମିଡିୟମକୁ ନେଇ ଏବେ ଖୁବ୍ ବ୍ୟସ୍ତ ଅଛନ୍ତି ଅଭିନେତା ଇରଫାନ ଖାନ୍‌ । ନିକଟରେ ଲଣ୍ଡନରୁ ନିଜର ଚିକିତ୍ସା ସାରି ଫେରିବା ପରେ ଏବେ ପୁଣି ଥରେ ୬ମାସ ପାଇଁ ଚିକିତ୍ସା କରିବାକୁ ଲଣ୍ଡନ ଯିବେ ଇରଫାନ୍ । ତେବେ ସେ ଫିଲ୍ମକୁ ଅଧାରେ ନ ରୋକି ଫିଲ୍ମ ସହ ଚିକିତ୍ସା ଜାରି ରଖିବେ ବୋଲି ଜଣାପଡିଛି ।

Irrfan-Khanଯେଉଁଥିପାଇଁ ଲଣ୍ଡନରେ ହିଁ ସୁଟ୍‌ ହେବାକୁ ଥିବା କିଛି ସିନ୍ ର ସମୟ ଧାର୍ଯ୍ୟ କରାଯାଇ ସାରିଛି । ସେଠାରେ ହିଁ ପାଖାପାଖି ୨୦ଦିନ ଫିଲ୍ମ ସୁଟ୍‌ କରିବା ସହିତ ଇର୍‌ଫାନ ନିଜର ଚିକିତ୍ସା ଜାରି ରଖିବେ ଏବଂ ଆଗାମୀ ୬ମାସ ମଧ୍ୟରେ ଯେଉଁ ଫିଲ୍ମର ସୁଟିଂ ଲଣ୍ଡନରେ ହୋଇ ପାରୁଥିବ ଇର୍‌ଫାନ ସେହି ଫିଲ୍ମରେ କାମ କରିବେ ବୋଲି ସୂଚନା ମିଳିଛି।