ବିବାହ କରିବାକୁ ଯାଉଛନ୍ତି ରଶ୍ମିକା ମନ୍ଦାନା ଏବଂ ବିଜୟ ଦେବରକୋଣ୍ଡା ! ଜୋର ଧରିଲା ଆଫେୟାର୍ ଚର୍ଚ୍ଚା

ଆଜିକାଲି ସୋସିଆଲ ମିଡିଆରେ ଦକ୍ଷିଣ ଅଭିନେତ୍ରୀ ରଶ୍ମିକା ମନ୍ଦାନା ଖୁବ ଚର୍ଚ୍ଚାରେ ଅଛନ୍ତି । ପୁଷ୍ପା ଫିଲ୍ମରେ ସେ ବମ୍ପର ସଫଳତା ହାସଲ କରିଥିଲେ । ରଶ୍ମିକା ମନ୍ଦାନା ଙ୍କୁ ଜାତୀୟ କ୍ରସ୍ ମଧ୍ୟ କୁହାଯାଏ। ଏବେ ଶୁଣିବାକୁ ମିଳୁଛି ଯେ ରଶ୍ମିକା ମନ୍ଦାନା ମଧ୍ୟ ଶୀଘ୍ର ବିବାହ କରିବାକୁ ଯାଉଛନ୍ତି। ତେବେ ବିଜୟ ଏବଂ ରଶ୍ମିକାଙ୍କ ଜୋଡ଼ିକୁ ଦର୍ଶକେ ବେଶ ପସନ୍ଦ କରନ୍ତି। ନିକଟରେ ଦୁହିଁଙ୍କୁ ମୁମ୍ବାଇରେ ଏକା ସାଙ୍ଗରେ ଦେଖିବାକୁ ମିଳିଥିଲା। ଏହା ପରେ ଗୁଜବ ଆରମ୍ଭ ହୋଇଥିଲା ଯେ ଉଭୟ ରିଲେସନସିପ୍‌ରେ ଅଛନ୍ତି ଏବଂ ଚଳିତ ବର୍ଷ ଉଭୟେ ବିବାହ କରିପାରନ୍ତି। ତେବେ ରଶ୍ମିକା କିମ୍ବା ବିଜୟ ଏପର୍ଯ୍ୟନ୍ତ ଏ ବିଷୟରେ ପ୍ରକାଶ କରିନାହାଁନ୍ତି।

ଉଭୟଙ୍କୁ କିଛି ଫିଲ୍ମରେ ଏକାଠି ଦେଖିବାକୁ ମିଳିଥିଲା। ସୁପରହିଟ୍ ଫିଲ୍ମ ତାଙ୍କୁ ଗୀତା ଗୋବିନ୍ଦମ ଏବଂ ଡିୟର କମ୍ରେଡରେ ଏକାଠି କାମ କରିଥିଲେ। ଏହା ପରେ ଉଭୟଙ୍କୁ ବିଭିନ୍ନ କାର୍ଯ୍ୟକ୍ରମରେ ଏକାଠି ଦେଖାଦେଇଥିଲେ। ତେବେ ବର୍ତ୍ତମାନ ବିଜୟ ଲିଗର୍ ଫିଲ୍ମର ଶୁଟିଂରେ ବ୍ୟସ୍ତ ଅଛନ୍ତି। ଏଥିରେ ତାଙ୍କ ସହିତ ବଲିଉଡ୍ ସୁନ୍ଦରୀ ଅନନ୍ୟା ପାଣ୍ଡେ ଏବଂ ବିଶ୍ୱର ପ୍ରସିଦ୍ଧ ବକ୍ସର ମାଇକେଲ ଟାଇସନ୍ ନଜର ଆସିବେ। ଏହି ଖବର ଚର୍ଚ୍ଚା ଜୋର ଧରିଥିଲା ଯୋତେବେଳେ ଗୋଆରେ ରଶ୍ମିକା ବିଜୟ ଏବଂ ତାଙ୍କ ଭାଇ ଆନନ୍ଦଙ୍କ ସହ ନୂଆ ବର୍ଷ ପାଳନ କରିଥିଲେ। ରଶ୍ମିକାଙ୍କର ବିଜୟଙ୍କ ମା ସହିତ ମଧ୍ୟ ଭଲ ସମ୍ପର୍କ ରହିଛି। ନିକଟରେ ରଶ୍ମିକା ମାନ୍ଧାନା ମୁମ୍ବାଇରେ ଆପାର୍ଟମେଣ୍ଟ କିଣିଛନ୍ତି। ଅନ୍ୟପକ୍ଷରେ, ରଶ୍ମିକା ଏବଂ ଦେବରାକୋଣ୍ଡା ମୁମ୍ବାଇରେ ଅନେକ ଥର ଏକାଠି ଡେଟରେ ଯାଉଥିବାର ନଜର ଆସିଛନ୍ତି।

୨୦୧୭ରେ, ମନ୍ଦାନା ରକ୍ଷତି ଶେଟ୍ଟୀଙ୍କ ସହିତ ତାଙ୍କର ନିରବନ୍ଧ ହୋଇଥିଲା। ଅବଶ୍ୟ, ଏହି ସମ୍ପର୍କ ଅଧିକ ସମୟ ପର୍ଯ୍ୟନ୍ତ ରହିନଥିଲା । ବିବାହ ପୂର୍ବରୁ, ଏହି ଦୁଇଜଣଙ୍କ ମଧ୍ୟରେ ଅନେକ ସମସ୍ୟା ଆସିବାକୁ ଲାଗିଲା। ବାହାଘର ଭାଙ୍ଗିବା ପରେ ରଶ୍ମିକାଙ୍କୁ ବହୁତ ଟ୍ରୋଲ କରାଯାଇଥିଲା। ଏହି ରଶ୍ମିକା ସ୍ପଷ୍ଟ କରିଛନ୍ତି ଯେ ‘ମୁଁ ଦୀର୍ଘ ଦିନ ଧରି ନିଜ ବିଷୟରେ ଅନେକ କାହାଣୀ ଶୁଣୁଛି, ଏହିସବୁ ଜିନିଷ ମୋତେ ପ୍ରତିଦିନ ହଇରାଣ କରୁଛି। ମୁଁ କାହାକୁ ବୁଝାଇବାକୁ ଏଠାକୁ ଆସିନାହିଁ ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.