ସିଦ୍ଧାର୍ଥ ଶୁକ୍ଳାଙ୍କ ମୃତ୍ୟୁ ପରେ ବିବାହ କରିବାକୁ ଯାଉଛନ୍ତି କି ଶେହନାଜ୍‌ ଗିଲ? ସାମ୍ନାକୁ ଆସିଲା ଭିଡ଼ିଓ

ଅଭିନେତା ସିଦ୍ଧାର୍ଥ ଶୁକ୍ଳାଙ୍କ ମୃତ୍ୟୁ ପରେ ସମ୍ପୂର୍ଣ୍ଣ ଏକୁଟିଆ ହୋଇଯାଇଛନ୍ତି ତାଙ୍କର ଅତି ନିକଟତର ବନ୍ଧୁ ଶେହନାଜ ଗିଲ୍‌। ସିଦ୍ଧାର୍ଥଙ୍କର ଏମିତି ଅଚାନକ ମୃତ୍ୟୁକୁ ବରଦାସ୍ତ କରିପାରିନଥିଲେ ଶେହନାଜ୍‌। ଏଣୁ ସେ ନିଜକୁ ସମସ୍ତଙ୍କ ଠାରୁ ଦୂରେଇ ରଖିଥିଲେ। କିନ୍ତୁ ଏବେ ଧୀରେ ଧୀରେ ସ୍ୱାଭାବିକ୍‌ ହେଉଛନ୍ତି ଶେହନାଜ୍‌। ଫ୍ୟାନ୍‌ଙ୍କ ସହ ଧୀରେ ଧୀରେ ସେ ଯୋଡ଼ି ହେଉଛନ୍ତି। ଇତି ମଧ୍ୟରେ ଅଭିନେତ୍ରୀଙ୍କର ଏକ ଭିଡିଓ ଭାଇରାଲ ହେଉଛି, ଯେଉଁଥିରେ ସେ ବୋହୂ ବେଶରେ ସଜ ହୋଇଥିବା ନଜର ଆସିଛନ୍ତି।

ଶେହନାଜଙ୍କୁ ବୋହୂ ବେଶରେ ଦେଖି ତାଙ୍କ ଫ୍ୟାନ୍‌ମାନେ ଆଶ୍ଚର୍ଯ୍ୟ ହୋଇଯାଇଛନ୍ତି। ସିଦ୍ଧାର୍ଥଙ୍କ ମୃତ୍ୟୁକୁ ଇତି ମଧ୍ୟରେ ବର୍ଷେ ପୂରି ନଥିବା ବେଳେ ଶେହନାଜ ନିଜର ନୂଆ ଜୀବନ ଆରମ୍ଭ କରୁଛନ୍ତି କି ବୋଲି ଲୋକେ ପ୍ରଶ୍ନ କରିବା ଆରମ୍ଭ କରି ଦେଇଛନ୍ତି। ସୋସିଆଲ ମିଡିଆରେ ଭାଇରାଲ ହେଉଥିବା ଫଟୋ ଓ ଭିଡିଓରେ ଶେହନାଜ ଗିଲ ବାହାଘର ପୋଷାକରେ ନଜର ଆସିଛନ୍ତି। ଏହି ଫଟୋରେ ସେ ଖୁବ୍‌ ସୁନ୍ଦର ଲାଗୁଛନ୍ତି। ତେବେ ଏହି ଭିଡିଓ ଶେହନାଜ ଗିଲ୍‌ଙ୍କର ନିଜର ପର୍ସନାଲ ନା କୌଣସି ବିଜ୍ଞାପନର ସୁଟିଂ ତାହାକୁ ନେଇ ଫ୍ୟାନ୍‌ମାନେ ସନ୍ଦେହରେ ଅଛନ୍ତି।

ନଜର ପକାନ୍ତୁ:

ଶେହନାଜ ଗିଲ୍‌ ସୋସିଆଲ ମିଡିଆରେ ବେଶ୍‌ ଆକ୍ଟିଭ୍‌ ରହିଥାନ୍ତି। ସବୁଦିନ ସେ କିଛି ନା କିଛି ପୋଷ୍ଟ ସେୟାର କରିଥାନ୍ତି। ଫ୍ୟାନ୍‌ ମଧ୍ୟ ତାଙ୍କର ପ୍ରତିଟି ପୋଷ୍ଟକୁ ଖୁବ୍‌ ପସନ୍ଦ କରିଥାନ୍ତି। କେବଳ ସେତିକି ନୁହେଁ, ଫ୍ୟାନ୍‌ମାନେ ତାଙ୍କ ଫଟୋରେ ବି ଖୁବ୍‌ କମେଣ୍ଟ କରିଥାନ୍ତି। ସିଦ୍ଧାର୍ଥଙ୍କ ମୃତ୍ୟୁ ପରେ ଶେହନାଜ ନିଜକୁ ସମ୍ଭାଳୁଥିବା ନଜର ଆସିଛି ଓ ତାଙ୍କୁ ପୁଣିଥରେ ଖୁସି ଦେଖି ଫ୍ୟାନ୍‌ ବି ବେଶ୍‌ ଖୁସି ଅଛନ୍ତି।

ସୂଚନାଯୋଗ୍ୟ ଯେ ଶେହନାଜ ଗିଲ ଗତ ବର୍ଷ ଫିଲ୍ମ ହୋସଲା ରଖ୍‌ରେ ନଜର ଆସିଥିଲେ। ଏହି ଫିଲ୍ମରେ ତାଙ୍କ ସହ ସ୍କ୍ରିନ୍‌ ସେୟାର କରିଥିଲେ ଅଭିନେତା ତଥା ଗାୟକ ଦିଲଜିତ ଦୋସାଞ୍ଝ। ତାଙ୍କର ଏହି ଫିଲ୍ମକୁ ଲୋକମାନେ ମଧ୍ୟ ଖୁବ୍‌ ପସନ୍ଦ କରିଥିଲେ। ଏହି ଫିଲ୍ମରେ ଶେହନାଜ ଗିଲ୍‌ ଦିଲଜିତଙ୍କ ପତ୍ନୀ ସ୍ୱିଟି ଭୂମିକାରେ ଅଭିନୟ କରିଥିଲେ।

Leave A Reply

Your email address will not be published.