୪ ମାସ ପରେ ସାନ ପୁଅର ଫଟୋ ଶେୟାର କଲେ କରୀନା କପୁର

ଜନ୍ମର ୪ ମାସ ପରେ କରୀନା କପୁର ଖାନ ତାଙ୍କ ସାନ ପୁଅର ପ୍ରଥମ ଫଟୋ ଶେୟାର କରିଛନ୍ତି। ସୋସାଲ ମିଡିଆରେ ଭାଇରାଲ ହେଉଥିବା ଏହି ଫଟୋରେ କରୀନା ତାଙ୍କ କ୍ୟୁଟ ପୁଅ ଜେହଙ୍କ ମଥାକୁ ଚୁମ୍ବନ ଦେଉଥିବା ନଜର ଆସୁଛି। ଫଟୋ ସାମ୍ବାଦିକ ମାନବ ମଙ୍ଗଲାନୀ ଏହି ଫଟୋ ନିଜ ଭେରିଫାଏଡ ଇନଷ୍ଟାଗ୍ରାମ ଆକାଉଣ୍ଟରେ ଶେୟାର କରିଛନ୍ତି। ଫଟୋ ଶେୟାର କରି ମାନବ ଲେଖିଛନ୍ତି ଯେ ମା’ କରୀନାଙ୍କ ସହ କ୍ୟୁଟ ଜେହ।

ସୂଚନାଯୋଗ୍ୟ ଯେ କରୀନା ସାନ ପୁଅ ଜନ୍ମ ଦେଲା ପରେ ତାଙ୍କୁ ଓ ତାଙ୍କ ନାମ ଗୋପନ ରଖିଥିଲେ। ଏବେ ପ୍ରଥମ ଥର ପାଇଁ ସାନ ପୁଅ ଜେହର ଫଟୋ ସାମ୍ନାକୁ ଆସିଛି। ସୋସାଲ ମିଡିଆରେ ପ୍ରଶଂସକମାନେ ତାଙ୍କ ସାନପୁଅ କ୍ୟୁଟନେସର ପ୍ରଶଂସା କରିବାରେ ଥକୁ ନାହାନ୍ତି। କେତେକ ପ୍ରଶଂସକ ବଡ଼ ପୁଅ ତୈମୁରଙ୍କ ଭଳି ସାନ ପୁଅ ଜେହ ବହୁତ କ୍ୟୁଟ ବୋଲି ଲେଖିଛନ୍ତି। ଅନ୍ୟକେତେକ ୟୁଜର ତୈମୁରଙ୍କୁ ଏତେ ହାଇଲାଇଟ କରାଯାଉଥିବାବେଳେ ଜେହଙ୍କ ପାଇଁ ଏମିତି କାହିକି କରାଯାଉ ନାହିଁ ବୋଲି ବି ପ୍ରଶ୍ନ କରିଛନ୍ତି।

ଜ୍ୟୋତିଷ ଶାସ୍ତ୍ର ବିଷୟରେ ଜ୍ଞାନ ଥିବା ଲୋକଙ୍କ କହିବାନୁସାରେ ଜେହର ଅର୍ଥ ହେଉଛି ଆସିବା। ଏହି ନାମର ଅର୍ଥ ଖୁବ ପଜିଟିଭ। ଏହା ଏକ ପାରସୀ ଶବ୍ଦ। ସୂଚନାଯୋଗ୍ୟ ଯେ ବଡ଼ପୁଅ ତୈମୁରଙ୍କ ନାମକରଣ ନେଇ ଖୁବ ବିବାଦ ହୋଇଥିଲା। ତେଣୁ ସାନପୁଅର ନାମକୁ ସେମାନେ ଗୋପନ ରଖିଥିବା ଅନୁମାନ କରାଯାଉଛି ।

Leave A Reply

Your email address will not be published.