ବିବାହ କରୁଛନ୍ତି କି ବିଜୟ ଦେବରକୋଣ୍ଡା ଓ ରଶ୍ମିକା ମନ୍ଦାନା? ନିରବତା ଭାଙ୍ଗିଲେ ଅଭିନେତା…କହିଲେ ସତ କ’ଣ

ସିନେ ଜଗତରେ ଷ୍ଟାରଙ୍କ ଆଫେୟାର ଖବର ନିଆଁ ଭଳି ବ୍ୟାପେ। ସାଉଥ୍‌ ଷ୍ଟାର ବିଜୟ ଦେବାକୋଣ୍ଡା ଓ ରଶ୍ମିକା ମନ୍ଦାନା ଏବେ ଏହି କାରଣରୁ ଚର୍ଚ୍ଚାରେ ଅଛନ୍ତି। ଉଭୟଙ୍କ ମଧ୍ୟରେ କିଛି ଚାଲିଥିବା ନେଇ ସୋସିଆଲ ମିଡିଆରେ ଚର୍ଚ୍ଚା ଜୋର୍‌ ଧରିଛି। ଏଥିସହ ସେମାନେ ଖୁବ୍‌ ଶୀଘ୍ର ବିବାହ ବନ୍ଧନରେ ବାନ୍ଧି ହେବେ ବୋଲି ମଧ୍ୟ ଶୁଣିବାକୁ ମିଳୁଛି। ଏହି ସମ୍ପର୍କ ବିଷୟରେ ଏବେ ଯାଏଁ ବିଜୟ ଦେବରକୋଣ୍ଡା କି ରଶ୍ମିକା ମନ୍ଦାନା, କେହି ବି ମୁହଁ ଖୋଲି ନଥିଲେ। କିନ୍ତୁ ଏବେ ବିଜୟ ଦେବରକୋଣ୍ଡା ଏହି ମାମଲାରେ ମୁହଁ ଖୋଲିଛନ୍ତି। ରଶ୍ମିକାଙ୍କ ସହ ତାଙ୍କ ସମ୍ପର୍କ ବିଷୟରେ କହିଛନ୍ତି।

ବିଜୟ ଦେବରକୋଣ୍ଡା ନିଜ ସୋସିଆଲ ମିଡିଆ ଆକାଉଣ୍ଟରେ ଏନେଇ କହିଛନ୍ତି। ବିଜୟ ଟ୍ଵିଟରରେ ଟ୍ଵିଟ୍‌ କରି ତାଙ୍କର ଓ ରଶ୍ମିକାଙ୍କ ବିବାହ ଗୁଜବ ବିଷୟରେ ସଫେଇ ଦେଇଛନ୍ତି। ସେ ଲେଖିଛନ୍ତି- ସବୁଥର ଭଳି ବେକାର। ଆମକୁ ଏହି ଖବରରେ ବୋଧେ ପ୍ରେମ ହୋଇଯାଇଛି। ବିଜୟଙ୍କର ଏହି ଟ୍ଵିଟ୍‌ରୁ ସ୍ପଷ୍ଟ ହୋଇଛି ଯେ ସେ ଏବେ ବିବାହ କରିବାକୁ କିଛି ପ୍ଲାନିଂ କରିନାହାନ୍ତି।

ସୂଚନାଯୋଗ୍ୟ ଯେ ବିଜୟ ଦେବରକୋଣ୍ଡା ଓ ରଶ୍ମିକା ମନ୍ଦାନା ଫିଲ୍ମ ‘ଗୀତା ଗୋବିନ୍ଦମ୍‌’ ଓ ‘ଡିୟର କମ୍‌ରେଡ୍‌’ରେ ଏକାଠି କାମ କରିଥିଲେ। ବିଜୟ ଓ ରଶ୍ମିକାଙ୍କୁ ସ୍କ୍ରିନ୍‌ରେ ଦେଖି ଫ୍ୟାନ୍‌ମାନେ ବେଶ୍‌ ଖୁସି ଥିଲେ ଓ ଉଭୟଙ୍କ କେମେଷ୍ଟ୍ରିକୁ ବି ଲୋକେ ପସନ୍ଦ କରିଥିଲେ। ଗତ କିଛି ଦିନ ହେଲାଣି ଫ୍ୟାନ୍‌ ଉଭୟଙ୍କୁ ଦେଖିବାକୁ ଅପେକ୍ଷା କରିଛନ୍ତି।

ପ୍ରକାଶ ଯେ ଏବେ ବିଜୟ ଦେବରକୋଣ୍ଡା ‘ଲାଇଗର’ ଫିଲ୍ମ ଜରିଆରେ ବଲିଉଡ୍‌ରେ ପାଦ ରଖିବାକୁ ଯାଉଥିବା ବେଳେ ରଶ୍ମିକା ମନ୍ଦାନା ‘ମିଶନ ମଜନୁ’ ମାଧ୍ୟମରେ ବଲିଉଡ୍‌ରେ ଡେବ୍ୟୁ କରିବେ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.