ଧ୍ୟାନଚାନ୍ଦଙ୍କ ବାୟୋପିକରେ ନଜର ଆସିବେ ଈଶାନ ଖଟ୍ଟର, ଖୁବ ଶୀଘ୍ର ଆରମ୍ଭ ହୋଇଯିବ ଫିଲ୍ମ ସୁଟିଂ

୨୦୨୦ ମସିହା ଡିସେମ୍ବର ମାସରେ ପ୍ରଡ୍ୟୁସର ରୋନି ସ୍କୃଵାଲା ଘୋଷଣା କରିଥିଲେଯେ ଅଭିଷେକ ଚୋବେ ହକି ତାରକା ଧ୍ୟାନଚାନ୍ଦଙ୍କ ଉପରେ ଏକ ବାୟୋପିକ ପ୍ରସ୍ତୁତ କରିବେ । ଏହି ଫିଲ୍ମରେ ଧ୍ୟାନଚାନ୍ଦଙ୍କ ଭୂମିକାରେ ଈଶାନ ଠକ୍କର ନଜର ଆସିବେ । ଫିଲ୍ମର ସୁଟିଙ୍ଗ ଖୁବଶୀଘ୍ର ଆରମ୍ଭ ହେବାକୁ ଯାଉଛି । ଏହାକୁ ନେଇ ଏକ ଅପଡେଟ ସାମ୍ନାକୁ ଆସିଛି । ଯେଉଁଥିରେ ସୂଚନା ଦିଆଯାଇଛି କି ଈଶାନ ଖୁବଶୀଘ୍ର ଫିଲ୍ମର ଇଣ୍ଟେନସ ଟ୍ରେନିଙ୍ଗ ଆରମ୍ଭ କରିବାକୁ ଯାଉଛନ୍ତି | କହି ରଖିବା ଉଚିତ ହେବକି ଧ୍ୟାନଚାନ୍ଦଙ୍କୁ ହକିର ଯାଦୁଗର କୁହାଯାଏ । ଏମିତିରେ ଧ୍ୟାନଚାନ୍ଦଙ୍କର ଅନେକ ପ୍ରସଶଙ୍କ ବି ଅଛନ୍ତି । ତେଣୁ ଏହି ସିନେମା ପ୍ରତି ଲୋକଙ୍କର ଆଗ୍ରହ ରହିବା ସ୍ୱଭାବିକ । ନିଜ କ୍ୟାରିୟରରେ ସେ ତିନିଟି ଗୋଲ୍ଡ ମେଡାଲ ସହିତ 15ରୁ ଅଧିକ ଗୋଲ ସ୍କୋର କରିଛନ୍ତି ଧ୍ୟାନଚାନ୍ଦ । ସେପଟେ ଭାରତର ଗୌରବ ଧ୍ୟାନଚାନ୍ଦଙ୍କ ବାୟୋପିକ ବନେଇବା ପାଇଁ ମେକର୍ଷ ମାନେ ଏକାଠି ମିଶି କାମ କରିବା ଆରମ୍ଭ କରିଦେଲେଣି ।

ଏକ ମିଡ଼ିଆ ଏକସକଳୁଶିଭ ରିପୋର୍ଟ ଅନୁଯାୟୀ ଏହି ଫିଲ୍ମର ସୁଟିଂ ଚଳିତ ବର୍ଷ ନଭେମ୍ବରରେ ଆରମ୍ଭ ହେବ । ଖୁବଶୀଘ୍ର ତାରିଖ ବି ସ୍ଥିର ହୋଇଯିବ । ସମସ୍ତ କମିଟମେଣ୍ଟକୁ ପୁରା କରିବା ପରେ ଅଭିଷେକ ବାନାର୍ଜୀ ପ୍ରି-ପ୍ରଡକ୍ସନ କାମ ଆରମ୍ଭ କରିଦେବେ । ଅବଶ୍ୟ ଏବେ ଅଭିଷେକ ବାନାର୍ଜୀ, କୋଙ୍କଣା ସେନ ଶର୍ମା ଓ ମନୋଜ ବାଜପେୟୀ ଷ୍ଟାରକାଷ୍ଟକୁ ନେଇ ବ୍ୟସ୍ତ ଅଛନ୍ତି । ଆଉ ମାତ୍ର କିଛି ଦିନ ଭିତରେ ହିଁ ଈଶାନ ଖଟ୍ଟରଙ୍କ ଫିଲ୍ମ ପାଇଁ ଇଣ୍ଟେନସ ଟ୍ରେନିଂ ଆରମ୍ଭ ହୋଇଯିବ ।

କହିରଖିବା ଉଚିତ ହେବକି ଈଶାନ ଖଟ୍ଟର ଅଭିଷେକ ଚୋବେଙ୍କୁ “ଉଡତା ପଞ୍ଜାବ”ରେ ଆସିଷ୍ଟ କରିସାରିଛନ୍ତି । ଯେଉଁଥିରେ ଶାହିଦ କପୁର ମୁଖ୍ୟ ଭୂମିକାରେ ନଜର ଆସିଥିଲେ । ଏହା ବ୍ୟତୀତ ରୋନି ସ୍କୃବାଲାଙ୍କ ଫିଲ୍ମ “ପିପ୍ପ”ରେ ବି ନଜର ଆସିଛନ୍ତି ଈଶାନ । ଯେଉଁଥିରେ ତାଙ୍କ ସହିତ ମୃଣାଳ ଠାକୁର ଓ ପ୍ରିୟାଂଶୁ ପେନୟୁଲି ବି ଥିଲେ । ଏହା ସହ ସେ ଗୁରମିତ ସିଂହଙ୍କ “ଫୋନ ଭୂତ”ରେ ବି ନଜର ଆସି ସାରିଛନ୍ତି ।

 

 

 

 

 

 

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.