ଇଶାଙ୍କ ବିବାହରେ ଅତିଥିଙ୍କୁ ଖାଦ୍ୟ ପରଷିଲେ ଅମିତାଭ, ଆମିର ଏବଂ ବଲିଉଡ ବାଦଶାହ

ଦେଶର ସବୁଠାରୁ ଧନୀ ବ୍ୟକ୍ତି ମୁକେଶ ଅମ୍ବାନୀଙ୍କ ଝିଅ ଇଶା ଅମ୍ବାନୀଳ ପୀରାମଲ କମ୍ପାନୀର ଏକଜୁକୁଟିଭ୍ ଡାଇରେକ୍ଟର ଆନନ୍ଦ ପୀରାମଲଙ୍କ ସହିତ ବିବାହ ବନ୍ଧନ ବାନ୍ଧି ହୋଇଛନ୍ତି। ଇଶା ଏବଂ ଆନନ୍ଦ ୧୨ ଡିସେମ୍ବରରେ ଅମ୍ବାନୀ ହାଉସ ଏଣ୍ଟିଲିଆରେ ବିବାହ କରିଥିଲେ। ଏହି ବିବାହରେ ଆମେରିକାର ପୂର୍ବତନ ରାଷ୍ଟ୍ରପତିଙ୍କ ସ୍ତ୍ରୀ ହିଲୋରୀ କ୍ଲିନଟନଙ୍କ ସହିତ ପୂରା ବଲିଉଡ କଳାକାର ମଧ୍ୟ ନଜର ଆସିଥିଲେ। ଏହି ବିବାହର ବହୁତ ଫଟୋ ଏବଂ ଭିଡିଓ ଇଣ୍ଟରନେଟରେ ଭାଇରାଲ ହୋଇସାରିଛି। କିନ୍ତୁ ଏବେ ବଲିଉଡର ମହାନାୟକ ଅମିତାଭ ବଚ୍ଚନଙ୍କ ଏକ ଭିଡିଓ ସାମ୍ନାକୁ ଆସିଛି, ଯେଉଁଥିରେ ସେ ଅତିଥି ମାନଙ୍କୁ ଖାଦ୍ୟ ପରଷୁଥିବାର ଦେଖିବାକୁ ମିଳୁଛି।

amir

ଅମ୍ବାନୀଙ୍କ ଘରେ ଅମିତାଭ ପରଷିଲେ ଖାଦ୍ୟ

ଇଶା ଏବଂ ଆନନ୍ଦଙ୍କ ବିବାହର କିଛି ଫଟୋ ଏବଂ ଭିଡିଓ ସାମ୍ନାକୁ ଆସିଛି। ଯେଉଁଥିରେ ବଡ ବଡ ଷ୍ଟାରମାନେ ଅତଥି ମାନନଙ୍କୁ ଖାଦ୍ୟ ପରଷୁଥିବାର ଦେଖିବାକୁ ମିଳିଛି। ଏକ ଭିଡିଓରେ ଅମିତାଭ ବଚ୍ଚନ ଅତିଥିମାନଙ୍କୁ ନିଜର ହାତରେ ଖାଦ୍ୟ ବାଢ଼ି ଦେଉଥିବାର ଦେଉଥିବାର ଦେଖିବାକୁ ମିଳିଥିଲା। ତାଙ୍କ ପାଖରେ ଥିବା ଜଣେ ମହିଳା ହାତରେ ଥାଳି ଧରି ଛିଡା ହୋଇଥିଲେ ଏବଂ ବିଗ ବି ପରଷୁଥିଲେ।

ଏୈଶ୍ବର‌୍ୟ୍ୟ, ଆମିର ଏବଂ ଶାହରୁଖ୍ ମଧ୍ୟ ବାଣ୍ଟିଥିଲେ ଖାଦ୍ୟ

amitabh amir

ଅମିତାଭ ବଚ୍ଚନ ଇଶାଙ୍କ ବିବାହରେ ସାତ ଫେରେ ପରମ୍ପରାର ମନ୍ତ୍ର ମଧ୍ୟ ପଢ଼ିଥିଲେ। ବିଗ ବିଙ୍କ ବ୍ୟତୀତ ବଲିଉଡର ଅନ୍ୟ କଳାକାରମାନେ ମଧ୍ୟ ଅତିଥିମାନଙ୍କୁ ଖାଦ୍ୟ ପରଷୁଥିବାର ନଜର ଆସିଥିଲେ। ଆମିର ଖାନଙ୍କର ମଧ୍ୟ ଅତିଥିମାନଙ୍କୁ ଖାଦ୍ୟ ପରଷୁଥିବାର ଭିଡିଓ ଭାଇରାଲ ହୋଇଛି। ସେ ନିଜ ହାତରେ କିଛି ଡିସ ନେଇ ଅତିଥିଙ୍କୁ ଥାଳିରେ ଦେଉଥିବାର ଦେଖିବାକୁ ମିଳିଥିଲା। କେବଳ ଆମିର ନୁହଁନ୍ତି ଏୈଶ୍ବର‌୍ୟ୍ୟ ଏବଂ ଶାହରୁଖ ମଧ୍ୟ ଅତିଥି ଚର୍ଚ୍ଚା କରିବାରେ ଅମ୍ବାନୀ ପରିବାରଙ୍କ ହାତ ଧରିଥିଲେ। ଏୈଶ୍ବର‌୍ୟ୍ୟ ଅମ୍ବାନୀ ପରିବାରର ଭାବୀ ବଡ ବୋହୂ ଶ୍ଳୋକା ମେହତାଙ୍କ ସହିତ ଅତିଥିମାନଙ୍କୁ ଖାଦ୍ୟ ଦେଉଥିବାର ଭିଡିଓ ନଜର ଆସିଥିଲା।

ଦୁନିଆର ସବୁଠାରୁ ଦାମୀ ଘରେ ହେଲା ବର୍ଷର ସବୁଠାରୁ ବଡ ବିବାହ

sahrukh khan

ଶ୍ଳୋକା ଏୈଶ୍ବର‌୍ୟ୍ୟାଙ୍କ ପାଇଁ ମିଠା ପ୍ଲେଟ ଧରି ଛିଡା ହୋଇଥିଲେ ଏବଂ ଏୈଶ୍ବର‌୍ୟ୍ୟ ସେଥିରୁ ମିଠା ନେଇ ଅତିଥିଙ୍କ ପରଷୁଥିଲେ। ତାଙ୍କ ସହିତ ଝିଅ ଆରାଧ୍ୟା ମଧ୍ୟ ଥିଲେ। ବଲିଉଡର ବାଦଶାହ ଶାହରୁଖ ଖାନ ମଧ୍ୟ ହାତରେ ଡିସ ନେଇ ଅତିଥି ମାନଙ୍କର ଥାଳି ଭରୁଥିବାର ଦେଖିବାକୁ ମିଳିଥିଲା। ବଡ ବଡ କଳାକାର ମାନଙ୍କୁ ସେଠାରୁ ଖାଦ୍ୟ ପରଷୁଥିବାର ଦେଖି କିଛି ଲୋକ ପ୍ରଂଶସା କରିଥିଲେ ତ ଆଉ କେହି ଏହାକୁ ନେଥ ଅସନ୍ତୋଷ ପ୍ରକାଶ କରିଥିଲେ।