ହିନ୍ଦୁ ବିଶ୍ୱର ସବୁଠାରୁ ସହନଶୀଳ, ଭାରତର ତୁଳନା ଆଫଗାନିସ୍ତାନ ସହିତ କରାଯାଇ ପାରିବ ନାହିଁ: ଜାଭେଦ ଅଖତାର

ରାଷ୍ଟ୍ରୀୟ ସ୍ଵୟମସେବକ ସଂଘ ବା ଆରଏସଏସ ଓ ବିଶ୍ବ ହିନ୍ଦୁ ପରିଷଦର ତୁଳନା ତାଲିବାନ ସହିତ କରି ସମାଲୋଚିତ ହୋଇଥିବା ଗୀତିକାର ଜାଭେଦ ଅଖତାର ଶିବସେନା ମୁଖପାତ୍ରଙ୍କ ନିକଟରେ ସ୍ପଷ୍ଟୀକରଣ ଦେଇଛନ୍ତି । ଆଉ ଏହି ସ୍ପଷ୍ଟିକରଣରେ ସେ ହିନ୍ଦୁ ମାନଙ୍କୁ ଦୁନିଆର ସବୁଠୁ ସହନଶୀଳ ବହୁସଂଖ୍ୟକ ବୋଲି ଦର୍ଶେଇଛନ୍ତି । ଆଉ ଏହି ସ୍ପଷ୍ଟିକରଣରେ ସେ ଏହା ମଧ୍ୟ ଲେଖିଛନ୍ତିକି ତାଲିବାନ ଶାସିତ ଆଫଗାନିସ୍ତାନ ସହିତ ଭାରତର ତୁଳନା କେବେ ବି କରାଯାଇ ପାରିବ ନାହିଁ । ଏହା ସହ ଭାରତୀୟ ମାନଙ୍କୁ ନରମ ହୃଦୟଧାରୀ ଆଉ ସେମାନେ ଚରମପନ୍ଥୀ ନୁହେଁ ବୋଲି କହିଛନ୍ତି ଜାଭେଦ । ସେମାନଙ୍କ ଡିଏନଏ ହିଁ ସ୍ୱାଭାବିକ ଭାବରେ ନରମ । ନିଜର ଏହି ଉକ୍ତି ଗୁଡିକ ଉପରେ ବାରମ୍ବାର ଜୋର ଦେଇଛନ୍ତି ଜାଭେଦ ।

ତାଲିବାନ ଆଉ ଦକ୍ଷିଣପନ୍ଥୀ ହିନ୍ଦୁ ବିଚାରଧାରା ଲୋକଙ୍କ ମଧ୍ୟରେ ଅନେକ ସମାନତା ଅଛି ବୋଲି ମନ୍ତବ୍ୟ ଦେଇ ସମାଲୋଚନାର ଶିକାର ହୋଇଥିଲେ ଜାଭେଦ । ଗୋଟେ ପଟେ ତାଲିବାନ ଧର୍ମ ଆଧାରରେ ଇସ୍ଲାମିକ ସରକାର ଗଠନ କରିବାକୁ ଚାହୁଁଥିବା ବେଳେ ଦକ୍ଷିଣପନ୍ଥୀ ମାନେ ହିନ୍ଦୁ ରାଷ୍ଟ୍ର ଗଠନ କରିବା ଚେଷ୍ଟାରେ ଅଛନ୍ତି । ତାଲିବାନ ମାନେ ମହିଳାଙ୍କ ଅଧିକାରକୁ ଛଡ଼େଇ ନେଉଥିବା ବେଳେ ଦକ୍ଷିଣପନ୍ଥୀ ହିନ୍ଦୁ ମାନେ ମହିଳା ମାନଙ୍କୁ ସ୍ଵାଧିନତା ଦେବାକୁ ଚାହୁଁନାହାନ୍ତି ବୋଲି କହିଥିଲେ ।

ଆଉ ଜାଭେଦଙ୍କ ଏହି ଉକ୍ତି ଗୁଡିକୁ କଡ଼ା ଶବ୍ଦରେ ସମାଲୋଚନା କରିଥିଲା ଶିବସେନା । କହିଥିଲାକି ଜାଭେଦ ଏମିତି କରିବା ଆଦୌ ଉଚିତ ନୁହେଁ । ଆଉ ଏହା ମଧ୍ୟ କହିଛିଯେ ଜଦି ଆରଏସଏସ ତାଲିବାନ ବିଚାରଧାରା ଉପରେ ବିଶ୍ୱାସ କରୁଥାନ୍ତା ତେବେ ତିନ ତଲାଖ ଆଇନକୁ ପାରିତ କରିନଥାନ୍ତା । ଭାରତରେ ଲକ୍ଷ ଲକ୍ଷ ମୁସଲିମ ମହିଳାଙ୍କୁ ସ୍ୱାଧୀନତା ମିଳିନଥାନ୍ତା । ଏହା ସହ ଶିବସେନା ତରଫରୁ ଲେଖାଯାଇଛିକି ବହୁ ସଂଖ୍ୟକ ହିନ୍ଦୁ ମାନଙ୍କ ସ୍ୱରକୁ ଦବେଇବା ଆଦୌ ଉଚିତ ନୁହେଁ ।

 

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.