ଜ୍ୟାକଲିନ୍ ପ୍ରଥମ ଥର ପାଇଁ ନିଜ କମରରେ ବନାଇଲେ ଟାଟୁ, ସାଙ୍ଗମାନଙ୍କ ସହିତ ମସ୍ତି କରୁଥିବାର ଭିଡିଓ ହେଉଛି ଭାଇରାଲ

ବଲିଉଡର ହଟ୍ ଆଣ୍ଡ ସେକ୍ସୀ ଅଭିନେତ୍ରୀ ଜ୍ୟାକଲିନ ଫର୍ଣ୍ଣାଡିଜ୍ ନିଜର ଫିଟନେସ ଏବଂ ଷ୍ଟାଇଲ ପାଇଁ ସବୁବେଳେ ଚର୍ଚ୍ଚାରେ ରହିଥାନ୍ତି। ନିକଟରେ ଜ୍ୟାକଲିନ ନିଜର ଇନଷ୍ଟାଗ୍ରାମ ଆକାଉଣ୍ଟରେ ଏକ ଭିଡିଓ ସେୟାର କରିଛନ୍ତି। ଭିଡିଓରେ ଦେଖାଯାଉଛି ଯେ ଜ୍ୟାକଲିନ ପ୍ରଥମ ଥର ପାଇଁ ଟାଟୁ କରୁଥିବାର ନଜର ଆସୁଛନ୍ତି। ଏହି ଭିଡିଓରେ ତାଙ୍କ ସହିତ ତାଙ୍କ ସାଙ୍ଗମାନେ ମଧ୍ୟ ନଜର ଆସୁଛନ୍ତି। ଜ୍ୟାକଲିନ ବହୁତ ଉତ୍ସାହିତ ଥିବା ଭିଡିଓରେ ଦେଖାଯାଉଛି। ତାଙ୍କର ଏହି ଭିଡିଓ ସୋସିଆଲ ମିଡିଆରେ ଭାଇରାଲ ହେଉଛି ଏବଂ ଲୋକମାନେ ଏହାକୁ ଖୁବ୍ ପସନ୍ଦ ମଧ୍ୟ କରୁଛନ୍ତି।

JACCଏହି ଭିଡିଓକୁ ନିଜର ଇନଷ୍ଟାଗ୍ରାମରେ ସେୟାର କରି ଜ୍ୟାକଲିନ୍ କ୍ୟାପସନରେ ଲେଖିଛନ୍ତି, ‘ପ୍ରଥମ ଟାଟୁ ? ପ୍ରଥମ ଥର ପାଇଁ ନିଜ ପେଟରେ ସେ ଟାଟୁ କରିଛନ୍ତି। ଏହି ଭିଡିଓରେ ଜ୍ୟାକଲିନ ନିଜ ଟାଟୁକୁ ଦେଖାଇଛନ୍ତି। ଜ୍ୟାକଲିନଙ୍କ ଏହି ଭିଡିଓରେ ତାଙ୍କ ଫ୍ୟାନସ୍ ବହୁତ କମେଣ୍ଟ କରୁଛନ୍ତି ଏବଂ ଏହାକୁ ଲାଇକ୍ ମଧ୍ୟ କରୁଛନ୍ତି। ଆପଣଙ୍କୁ ଜଣାଇବାକୁ ଚାହିଁବୁ ଜ୍ୟାକଲିନଙ୍କ ଇନଷ୍ଟାଗ୍ରାମରେ ଏବେ ପର୍ଯ୍ୟନ୍ତ ୩୩ ମିଲିୟନ ଅର୍ଥାତ ୩ କୋଟି ୩୦ ଲକ୍ଷ ଫଲୋଅର୍ସ ଅଛନ୍ତି। ଜ୍ୟାକଲିନ ଏବେ ପର୍ଯ୍ୟନ୍ତ ୨୦୩୦ଟି ପୋଷ୍ଟ କରିଛନ୍ତିି।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.