ପୁଣି ଜଣେ ବଲିଉଡ଼ ଅଭିନେତ୍ରୀ ରଖିଲେ ହଲିଉଡ଼ରେ ପାଦ !

ମୁମ୍ବାଇ : ବଲିଉଡ଼ ଅଭିନେତ୍ରୀ ଜ୍ୟାକଲିନ ଫର୍ଣ୍ଣାଡିଜଙ୍କ ରେସ୍ ୩ ଚଳଚ୍ଚିତ୍ରର ସଫଳତା ହାସଲ କରିଥିବା ବେଳେ ଖୁସିରେ ତାଙ୍କ ପାଦ ତଳେ ଲାଗୁନାହିଁ । ତେବେ ଏଥି ସହ ଅନ୍ୟ ଏକ ଖୁସି ଯୋଡ଼ି ହୋଇଛି। ନିକଟରେ ଜାକଲିନ୍ ପ୍ରଥମ ଥର ପାଇଁ ହଲିଉଡ଼ରେ ପାଦ ରଖିଛନ୍ତି । ହଲିଉଡ଼ ଚଳଚ୍ଚିତ୍ର ନିର୍ଦ୍ଦେଶକ ଜେମସ୍ ସିମ୍ପନଙ୍କ ସାଇକଲୋଜିକାଲ ହରର୍ ଫିଲ୍ମ ‘ଡେଫିନେସନ୍ ଅଫ୍ ପିଅର’ ଭାରତର ସିନେମା ହଲରେ ରିଲିଜ ହେବାକୁ ଯାଉଛି।

ଏଥିରେ ରେସ୩ ଅଭିନେତ୍ରୀ ଜ୍ୟାକଲିନ ଫର୍ଣ୍ଣାଡିଜଙ୍କର ଗୁରୁତ୍ବପୁର୍ଣ୍ଣ ଭୁମିକା ରହିଛି। ଏଥିରେ ସେ ଜଣେ ସାଇକଲୋଜିଷ୍ଟର ଭୁମିକାରେ ନଜର ଆସୁଛନ୍ତି। ଫିଲ୍ମଟି ଅଗଷ୍ଟରେ ରିଲିଜ ହେବାକୁ ଯାଉଥିବା ବେଳେ ଫିଲ୍ମର ପ୍ରଥମ ଟ୍ରେଲ ନିକଟରେ ରିଲିଜ ହୋଇଛି। ସବୁଠାରୁ ଖାସ କଥା ହେଉଛି ଟ୍ରେଲରରେ ଜ୍ୟାକଲିନ ଲେସବିଆନଙ୍କୁ କିସ୍ କରୁଥିବାର ନଜର ଆସିଛି ଯାହା ବର୍ତ୍ତମାନ ମିଡ଼ିଆରେ ଚର୍ଚ୍ଚାର ବିଷୟ ପାଲଟିଛି।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.