ରାସ୍ତାରେ ବୁଲୁଥିବା ପିଲା କଲେ ଜ୍ଯାକଲିନଙ୍କ ପ୍ରଶଂସା, ଅଭିନେତ୍ରୀ ଗାଡି ରୋକି କଲେ ଏମିତି: ଭିଡିଓ ଦେଖନ୍ତୁ

ବଲିଉଡ ଅଭିନେତ୍ରୀ ଜ୍ଯାକଲିନ ଫର୍ଣ୍ଣାଣ୍ଡିଜ ସବୁଠାରୁ ବ୍ୟସ୍ତ ଅଭିନେତ୍ରୀଙ୍କ ମଧ୍ୟରୁ ଜଣେ । ଫିଲ୍ମ ସହ ଅନେକ ମ୍ୟୁଜିକ ଭିଡିଓ କରି ଫ୍ଯାନଙ୍କ ମନରେ ରାଜ୍ କରୁଛନ୍ତି। ସେ ସବୁବେଳେ ତାଙ୍କର ଷ୍ଟାଇଲିଷ୍ଟ ଫଟୋ ସହ ଭିଡ଼ିଓ ସୋସିଆଲ ମିଡିଆରେ ପୋଷ୍ଟ କରିଥାନ୍ତି । କିନ୍ତୁ ଏଥର ଜ୍ୟାକ୍‌ଙ୍କ ପୁଣି ଏକ ଦମଦାର ଭିଡ଼ିଓ ଏବେ ସାମ୍ନାକୁ ଆସିଛି । ଯାହାକୁ ଫ୍ଯାନ୍ ଖୁବ୍ ପ୍ରଶଂସା କରୁଛନ୍ତି।

ଜ୍ୟାକଙ୍କ ଏହି ଭିଡ଼ିଓକୁ ବିରଲ ଭୟାନୀ ନିଜର ଇନଷ୍ଟାଗ୍ରାମ ଏକାଉଣ୍ଟରେ ସେୟାର କରିଛନ୍ତି । ଭିଡ଼ିଓରେ ଦେଖିବାକୁ ମିଳୁଛି କି, ଅଭିନେତ୍ରୀ ଜଣକ ଯେତେବେଳେ ରାସ୍ତାରେ ଯାଉଛନ୍ତି ତାଙ୍କ କାର ପାଖକୁ କିଛି ଛୋଟ ଛୁଆ ଆସିଯାଉଛନ୍ତି । ପରେ ସେମାନେ ଜ୍ୟାକଙ୍କ କିଛି ଫିଲ୍ମକୁ ଖୁବ ଭଲ ଦର୍ଶାଉଥିବା ବେଳେ ତାଙ୍କ ନାଁର ମଧ୍ୟ ଖୁବ ପ୍ରଶଂସା କରୁଛନ୍ତି । ଜ୍ଯାକଲିନ ଏହା ଶୁଣି ବହୁତ ଖୁସି ହେବା ସହ ପିଲାମାନଙ୍କୁ ଚକୋଲେଟ ଦେଉଛନ୍ତି । ତାଙ୍କର ଏହି ନିଆରା ଅନ୍ଦାଜ ଫ୍ୟାନ୍ସମାନଙ୍କୁ ବହୁତ ପସନ୍ଦ ଆସିଛି ।

 

View this post on Instagram

 

A post shared by Bollywood Pap (@bollywoodpap)

ଜ୍ୟାକଲିନ ନିକଟରେ ହରର କମେଡ଼ି ମୁଭି ‘ଭୂତ ପୁଲିସ’ରେ ନଜର ଆସିଛନ୍ତି । ଜ୍ଯାକଲିନଙ୍କ ଛଡା ଏହି ଫିଲ୍ମରେ ୟାମି ଗୌତମ, ସୈଫ ଅଲୀ ଖାନ ଏବଂ ଅର୍ଜୁନ କପୁର ମଧ୍ୟ ଅଛନ୍ତି ।

Leave A Reply

Your email address will not be published.