‘ରାମସେତୁ’ରେ ନଜର ଆସିବେ ଜ୍ଯାକଲିନ, ଅକ୍ଷୟ କୁମାରଙ୍କ ସହିତ ଏହା ୭ ନଂ ଫିଲ୍ମ

ବଲିଉଡ ଅଭିନେତା ଅକ୍ଷୟ କୁମାର ଲକଡାଉନ ଶେଷ ହେବା ପରେ ଅପକମିଂ ଫିଲ୍ମର ସୁଟିଂ ଆରମ୍ଭ କରିଦେଇଛନ୍ତି। ଅକ୍ଷୟ କୁମାର ପ୍ରଥମେ ଫିଲ୍ମ ‘ବେଲ ବଟମ’ର ସୁଟିଂ ଶେଷ କରିଛନ୍ତି। ଏବେ ଫିଲ୍ମ ‘ ବଚ୍ଚନ ପାଣ୍ଡେ‘ର ସୁଟିଂରେ ବ୍ଯସ୍ତ ରହିଛନ୍ତି। ଯାହାର ନିର୍ମାଣ ସାଜିଦ ନାଡିୟାଡୱାଲା କରୁଛନ୍ତି। ଏହା ପରେ ଭଗବାନ ରାମଙ୍କ ଦ୍ବାରା ନିର୍ମିତ ରାମସେତୁ ଉପରେ ଆଧାରିତ ହେବ। ଏହାର ପୋଷ୍ଟର ସେୟାର କରି ଅକ୍ଷୟ କୁମାର ଫ୍ଯାନଙ୍କୁ ସରପ୍ରାଇଜ ଦେଇଛନ୍ତି। ଫିଲ୍ମ ‘ରାମସେତୁ’ ଆସନ୍ତାବର୍ଷ ଦୀପାବଳିରେ ରିଲିଜ ହେବ ବୋଲି ଅକ୍ଷୟ କହିଛନ୍ତି।

ସୂଚନାଯୋଗ୍ଯ, ଏହି ଫିଲ୍ମରେ ଅକ୍ଷୟଙ୍କ ସହିତ ଜ୍ଯାକଲିନ ଫର୍ଣ୍ଣାଣ୍ଡିଜ ନଜର ଆସିବେ। ପୂର୍ବରୁ ଅକ୍ଷୟଙ୍କ ସହିତ ଜ୍ଯାକଲିନ ୬ଟି ଫିଲ୍ମ କରିଥିବା ବେଳେ ଏହା ୭ ନଂ ଫିଲ୍ମ ହେବ। ଖୁବଶୀଘ୍ର ଅକ୍ଷୟ ଅଯୋଧ୍ୟା ଯାଇ ଫିଲ୍ମର ସୁଟିଂ ଆରମ୍ଭ କରିବେ। ଉତ୍ତରପ୍ରଦେଶ ମୁ୍ଖ୍ଯମନ୍ତ୍ରୀ ଯୋଗୀ ଆଦିତ୍ଯନାଥ ନିଜେ ଅକ୍ଷୟ କୁମାରଙ୍କୁ ଅଯୋଧ୍ୟାରେ ରାମସେତୁର ସୁଟିଂ କରିବାକୁ ନିମନ୍ତ୍ରଣ ଦେଇଛନ୍ତି।

ଏବେ ଜ୍ଯାକଲିନ ଜଏସେଲମେରରେ ‘ବଚ୍ଚନ ପାଣ୍ଡେ’ର ସୁଟିଂ କରୁଛନ୍ତି। ଫିଲ୍ମରେ ଅକ୍ଷୟ କୁମାର, ଅର୍ସଦ ୱାରସି, କ୍ରିତି ସାନନ ଭଳି କଳାକାର ରହିଛନ୍ତି।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.