ବାଜି ମାରିଲେ ଜ୍ଯାକଲିନ, ‘ଟାଇମ୍ସ ୪୦ ଅଣ୍ଡର ୪୦’ ଲିଷ୍ଟରେ ସ୍ଥାନ ପାଇଥିବା ଏକମାତ୍ର ଅଭିନେତ୍ରୀ

ନିକଟରେ ଜ୍ଯାକଲିନ ଫର୍ଣ୍ଣାଣ୍ଡିଜ ଏକ ପ୍ରୟାସ ‘ଶେରୋକ୍ସ’ ଲଞ୍ଚ କରିଥିଲେ। ସାଧାରଣ ଲୋକଙ୍କ ପାଇଁ ଏକ ସୁରକ୍ଷିତ ସ୍ଥାନ କରି ନିଜ ଭିତରେ ଥିବା କଳାକୁ ପ୍ରେରିତ କରିବା ଏହାର ଲକ୍ଷ୍ଯ ରହିଥିଲା। ‘ଟାଇମ୍ସ ୪୦ ଅଣ୍ଡର ୪୦’ ଏପରି ବ୍ଯକ୍ତିତ୍ବକୁ ଚିହ୍ନି, ସେମାନଙ୍କୁ ପ୍ରୋତ୍ସାହିତ କରିବା ଏବଂ ସେମାନଙ୍କୁ ସମ୍ମାନିତ କରିବାର ଏକ ମଞ୍ଚ।

‘ଶେରୋକ୍ସ’ ମହିଳାଙ୍କୁ ସଶକ୍ତ କରିବା, ଏକଜୁଟ ହେବା, ହସିବା, ସ୍ବପ୍ନ ଦେଖିବା ଏବଂ ପ୍ରେରିତ କରିବା ପାଇଁ ଆରମ୍ଭ କରାଯାଇଛି। ଜ୍ଯାକଲିନ ଏହି କମ୍ଯୁନିଟିକୁ ସମସ୍ତଙ୍କୁ ସଶକ୍ତ କରି ଗଢି ତୋଳିବା ପାଇଁ ଆରମ୍ଭ କରିଛନ୍ତି। ଏହି ସମୁଦାୟର ଉଦ୍ଦେଶ୍ଯ ଅଦ୍ଭୁତ ରହିଛି।

 

View this post on Instagram

 

A post shared by SheRox (@sheroxworld)

ସବୁଠାରୁ ଆଶ୍ଚର୍ଯ୍ଯକର କଥା ହେଉଛି ଯେ, ଏଥିରେ ଅଂଶ ଗ୍ରହଣ କରିଥିବାଙ୍କ ମଧ୍ୟରେ ଜ୍ଯାକଲିନ ଫର୍ଣ୍ଣାଣ୍ଡିଜ ଏକମାତ୍ର ଅଭିନେତ୍ରୀ, ଯିଏକି ଲୋକଙ୍କ ହିତରେ କାମ କରୁଛନ୍ତି। ଏହି ତାଲିକାରେ ଶୀର୍ଷ ୪୦ ଜଣଙ୍କ ପ୍ରତିଭାଶାଳୀ ୟଙ୍ଗ ଏଣ୍ଟରପ୍ରିନିୟର, ଲିଡର୍ସ ଏବଂ ଇନୋଭେଟର୍ସଙ୍କୁ ପରିଚୟ ପ୍ରଦାନ କରିଥାଏ। ଯେଉଁମାନଙ୍କର ବୟସ ୪୦ ବର୍ଷରୁ କମ୍ ଏବଂ ଯେଉଁମାନେ ସମାଜରେ ପରିବର୍ତ୍ତନ ଆଣିବା ପାଇଁ ଯୋଗଦାନ କରୁଛନ୍ତି।

Leave A Reply

Your email address will not be published.