ଜୟ ଭାନୁଶାଲୀ ଓ ମାହୀ ବିଜ୍‌ଙ୍କ ରୋଷେୟାକୁ ଗିରଫ କଲା ପୋଲିସ, ଝିଅ ତାରାକୁ ହତ୍ୟା କରିବାକୁ ଦେଇଥିଲା ଧମକ

ଟିଭିର ଲୋକପ୍ରିୟ ଯୋଡ଼ି ଜୟ ଭାନୁଶାଲୀ ଓ ମାହୀ ବିଜ୍‌ ନିକଟରେ ନିଜ ରୋଷେୟାଙ୍କ ବିରୋଧରେ ମାମଲା ରୁଜୁ କରିବା ପରେ ଏବେ ତାଙ୍କୁ ଗିରଫ କରାଯାଇଛି। ଏହି ଦମ୍ପତିଙ୍କ କୁକ୍‌ ତାଙ୍କୁ ଜୀବନରୁ ମାରି ଦେବାକୁ ଧମକ ଦେଇଥିଲେ। ଫଳରେ ମାହୀ ଓ ଜୟ ଉଭୟେ ବହୁତ ଚିନ୍ତାରେ ଥିଲେ। ଖାସ୍‌ କରି ତାଙ୍କ କୁନି ଝିଅ ତାରାକୁ ନେଇ ଉଭୟେ ଟେନ୍‌ସନ୍‌ରେ ଥିଲେ। କିନ୍ତୁ ଏବେ ମିଳିଥିବା ସୂଚନା ମୁତାବକ, ଜୟ ଭାନୁଶାଲୀ ଓ ମାହୀ ବିଜ୍‌ଙ୍କ ରୋଷେୟାକୁ ଗିରଫ କରାଯାଇଛି।

ରିପୋର୍ଟ ମୁତାବକ, ଗିରଫ ହୋଇଥିବା ରୋଷେୟା ଜୟ ଓ ମାହୀଙ୍କ ଝିଅ ତାରାକୁ ଛୁରୀ ଭୁସି ମାରିବାକୁ ଧମକ ଦେଇଥିଲା। ଏ ନେଇ ପୋଲିସ କହିଛି, ଅଭିନେତା ଜୟ ଭାନୁଶାଲୀ ଟ୍ଵିଟର ଜରିଆରେ ପୋଲିସ ସହ ଯୋଗାଯୋଗ କରିଥିଲେ ଓ ପରେ ଓଶିବାରା ପୋଲିସ ଷ୍ଟେସନ୍‌ରେ ଏକ ମାମଲା ରୁଜୁ କରିଥିଲେ। ଅଭିଯୁକ୍ତ ବିରୋଧରେ ଧାରା ୫୦୯ ଓ ୫୦୪ରେ ମାମଲା ରୁଜୁ କରାଯାଇଥିଲା। ଜୁନ୍‌ ୨୯ ସନ୍ଧ୍ୟାରେ ଆଇପିସି ଧାରା ୫୦୬ ରେ ତାଙ୍କୁ ଗିରଫ କରାଯାଇଥିଲା ଓ ଜୁନ୍‌ ୩୦ରେ ତାଙ୍କୁ ଅନ୍ଧେରୀ ମେଟ୍ରୋପଲିଟନ୍‌ କୋର୍ଟରେ ହାଜର କରାଯାଇଥିଲା।

 

View this post on Instagram

 

A post shared by Jay Bhanushali (@ijaybhanushali)

ଜୁନ୍‌ ୨୯ରେ ମାହୀ ନିଜ ଟ୍ଵିଟର ହ୍ୟାଣ୍ଡେଲରେ ନିଜ ସହ ହୋଇଥିବା ପୂରା ଘଟଣା ବିଷୟରେ ଲେଖିଥିଲେ। କିନ୍ତୁ ଏବେ ସେ ଏହି ପୋଷ୍ଟକୁ ହଟାଇ ଦେଇଛନ୍ତି। ଅଭିନେତ୍ରୀ କହିଥିଲେ- ରୋଷେୟା ଦରମା ବଢ଼ାଇବାକୁ ଦାବି କରି ତାଙ୍କ ପରିବାରକୁ ଗାଳି ଦେଇଥିଲେ। ଏଥିସହ ଜୀବନରୁ ମାରି ଦେବାକୁ ଧମକ ମଧ୍ୟ ଦେଇଥିଲେ।

ଏକ ଇଣ୍ଟରଭ୍ୟୁରେ ମାହୀ କହିଥିଲେ, ତାଙ୍କ କୁକ୍‌ ଘରୁ ଚୋରି କରୁଥିବା ନେଇ ସେ ଜାଣିଦେଇଥିଲେ। କିନ୍ତୁ ଏ ନେଇ ସେ ଜୟଙ୍କୁ ଜଣାଇନଥିଲେ। କିଛି ଦିନ ଅପେକ୍ଷା କରିବାକୁ ସେ ଉଚିତ୍‌ ଭାବିଥିଲେ। କିନ୍ତୁ ଜୟ ଘରେ ପହଞ୍ଚିବା ପରେ କୁକ୍‌କୁ ଟଙ୍କା ଦେଇ ଚାଲିଯିବାକୁ କହିଥିଲେ। କିନ୍ତୁ ରୋଷେୟା ପୂରା ମାସର ଟଙ୍କା ମାଗିଥିଲେ। ଏହା ପରେ କୁକ୍‌ ତାଙ୍କୁ ଗାଳି କରିବା ଆରମ୍ଭ କରିଥିଲେ। ପରେ ଅଭିଯୋଗ କରିବା ପରେ ତାଙ୍କୁ ଗିରଫ କରାଯାଇଥିଲା। ମାତ୍ର ପରେ ଜାମିନ୍‌ ପାଇ ସେ ମୁକ୍ତ ହୋଇଥିଲେ। ଏହାପରେ ମାହୀ ପୁଣିଥରେ ସୋସିଆଲ ମିଡିଆରେ ନିଜ ରାଗ ବ୍ୟକ୍ତ କରିଥିଲେ। ତା’ ପରେ ପୁଣିଥରେ ରୋଷେୟାକୁ ଗିରଫ କରାଯାଇଥିବା ଜଣାଯାଇଛି।

Also Read: ବିହାର: ଚଳନ୍ତା ଟ୍ରେନ୍‌ରେ ଲାଗିଲା ନିଆଁ, ଗାର୍ଡଙ୍କ ଉପସ୍ଥିତ ବୁଦ୍ଧି ଯୋଗୁ ବଞ୍ଚିଗଲା ହଜାର ହଜାର ଯାତ୍ରୀଙ୍କ ଜୀବନ; ଦେଖନ୍ତୁ ଭିଡିଓ

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.