ଆଉ ନାହାନ୍ତି ଫିଲ୍ମ ‘ଜୟ ଜୟ ସନ୍ତୋଷୀ ମା’ ଫେମ୍‌ ମେଘନା ରାୟ, ହୃଦ୍‌ଘାତରେ ଚାଲିଗଲା ଜୀବନ

ହିନ୍ଦୀ ଫିଲ୍ମ ‘ଜୟ ଜୟ ସନ୍ତୋଷୀ ମା’ରେ ଦମ୍‌ଦାର ଅଭିନୟ କରି ଦର୍ଶକଙ୍କ ହୃଦୟ ଜିତିଥିବା ଅଭିନେତ୍ରୀ ମେଘନା ରାୟ ଆଉ ନାହାନ୍ତି। ବୁଧବାର ସକାଳେ ହୃଦ୍‌ଘାତରେ ମେଘନାଙ୍କ ମୃତ୍ୟୁ ଘଟିଛି। ଚଳିତମାସ ଡିସେମ୍ବର ୮ ତାରିଖରେ ଅଭିନେତ୍ରୀ ଜଣକ ପରିବାର ସହ ନିଜ ଜନ୍ମ ଦିନ ପାଳନ କରିଥିଲେ। ତାଙ୍କ ମୃତ୍ୟୁ ଖବର ଶୁଣି ଫ୍ୟାନ୍‌ମାନେ ଗଭୀର ମର୍ମାହତ ହୋଇଛନ୍ତି ଓ ସୋସିଆଲ ମିଡିଆ ମାଧ୍ୟମରେ ଶୋକବ୍ୟକ୍ତ କରିଛନ୍ତି।

ରିପୋର୍ଟ ମୁତାବକ, ମେଘନା ଦୀର୍ଘଦିନ ଧରି ରୋଗାଗ୍ରସ୍ତ ଥିଲେ। ପ୍ରାୟ ବର୍ଷେ ହେବ ସେ ଶଯ୍ୟାଶାୟୀ ହୋଇପଡ଼ିଥିଲେ। ଗତ ବୁଧବାର ସକାଳେ ତାଙ୍କର ହୃଦ୍‌ଘାତ ହୋଇଥିଲା। ଡାକ୍ତରଙ୍କ ପାଖକୁ ନେବା ପୂର୍ବରୁ ହିଁ ତାଙ୍କ ମୃତ୍ୟୁ ହୋଇସାରିଥିଲା। ମୃତ୍ୟୁ ବେଳକୁ ତାଙ୍କୁ ୬୬ ବର୍ଷ ହୋଇଥିଲା।

ମେଘନା କେବଳ ବଲିଉଡ୍‌ ନୁହେଁ ବରଂ କେତେକ ଗୁଜରାଟୀ ଫିଲ୍ମରେ ମଧ୍ୟ ଅଭିନୟ କରିଛନ୍ତି। ଫିଲ୍ମ ବ୍ୟତୀତ ସେ ଏକ ମହଲ ହୋ ସପନୋ କା, ତିନ୍‌ ବୋହୂରାନିଆ ଭଳି ଧାରାବାହିକରେ ମଧ୍ୟ ନଜର ଆସିଛନ୍ତି।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.