ହନୁମାନଙ୍କ ଭକ୍ତିରେ ଲୀନ ହେଲେ ଜାନଭୀ କପୁର, ହାଇଦ୍ରାବାଦରେ କଲେ ଖାସ୍ ପୂଜା

ବଲିଉଡ ଅଭିନେତ୍ରୀ ଜାନଭୀ କପୁର ପ୍ରାୟତଃ ଦର୍ଶନ ପାଇଁ ତିରୁପତି ମନ୍ଦିର ଯାଇଥାନ୍ତି । ତାଙ୍କୁ ଅନେକ ଥର ଉଜ୍ଜୟିନୀ ମହାକାଳ ଏବଂ କେଦାରନାଥ ଦର୍ଶନ ପାଇଁ ଯାଉଥିବାର ମଧ୍ୟ ନଜର ଆସନ୍ତି, କିନ୍ତୁ ଏଥର ସେ ହନୁମାନ ମନ୍ଦିରରେ ପୂଜା କରିଛନ୍ତି । ବଲିଉଡ ଅଭିନେତ୍ରୀ ଜାନଭୀ କପୁର ହାଇଦ୍ରାବାଦର ମଧୁରାନଗରର ହନୁମାନ ମନ୍ଦିରରେ ସ୍ୱତନ୍ତ୍ର ପୂଜା କରିଛନ୍ତି । ଜାନଭୀ କପୁର ଏକ ଫିଲ୍ମ ସୁଟିଂ ପାଇଁ ହାଇଦ୍ରାବାଦରେ ଥିଲେ ଏବଂ ଏହି ସମୟରେ ସେ ହନୁମାନ ମନ୍ଦିରରେ ପୂଜା କରିବାର ସୁଯୋଗ ହାତଛଡ଼ା କରିନଥିଲେ ।

ମନ୍ଦିରର ପୁରୋହିତ ବିଶେଷ ପୂଜା କରିଥିଲେ ଏବଂ ଆଶୀର୍ବାଦ ଦେଇଥିଲେ । ଯାହାର ଫଟୋ ଏବେ ସୋସିଆଲ ମିଡିଆରେ ଖୁବ ଭାଇରଲ ହେବାରେ ଲାଗିଛି । ଫ୍ୟାନ୍ସମାନେ ଜାନଭୀଙ୍କର ଖୁବ ପ୍ରଶଂସା ମଧ୍ୟ କରୁଛନ୍ତି । ଏହା ଦର୍ଶାଇଥାଏ ଯେ ଭଗବାନଙ୍କ ଉପରେ ଜାନଭୀ କପୁରଙ୍କର ଗଭୀର ବିଶ୍ୱାସ ରହିଛି । ସେ ବାରମ୍ବାର ମନ୍ଦିର ଦର୍ଶନ ପାଇଁ ଯାଆନ୍ତି ଏବଂ ତିରୁମାଳାର ଶ୍ରୀବାରୀଙ୍କୁ ନିୟମିତ ପରିଦର୍ଶନ କରନ୍ତି । ତାଙ୍କର ଏହି ଭକ୍ତି ପାଇଁ ସେ ସବୁବେଳେ ସୋସିଆଲ ମିଡିଆରେ ମଧ୍ୟ ବେଶ ଚର୍ଚ୍ଚାରେ ମଧ୍ୟ ରହିଥାନ୍ତି ।

ଜାନଭୀ କପୁର ତେଲୁଗୁ ଫିଲ୍ମ ‘ଦେବରା’ ରେ ଅଭିନୟ କରିଥିଲେ ଏବଂ ଏହି କାରଣରୁ ସେ ତେଲୁଗୁ ଦର୍ଶକଙ୍କ ମଧ୍ୟରେ ଲୋକପ୍ରିୟ ହୋଇପାରିଥିଲେ । ତାଙ୍କର ଆଗାମୀ ଚଳଚ୍ଚିତ୍ର ‘ଦେବରା ୨’ରେ ମଧ୍ୟ ତାଙ୍କର ଏକ ବିଶେଷ ଭୂମିକାରେ ନଜର ଆସିବେ ବୋଲି ଆଶା କରାଯାଉଛି । ବର୍ତ୍ତମାନ ସେ ରାମ ଚରଣଙ୍କ ଫିଲ୍ମ ‘RC 16’ ରେ କାମ କରୁଛନ୍ତି । ଏହି ଫିଲ୍ମର ସୁଟିଂ ହାଇଦ୍ରାବାଦରେ କରାଯାଉଛି ଏବଂ ଏହି ଫିଲ୍ମର ସୁଟିଂ ପାକଁ ଜାନଭି ହାଇଦ୍ରାବାଦରେ ପହଞ୍ଚିଥିଲେ, ଯେଉଁଠାରେ ସେ କେବଳ ମନ୍ଦିରରେ ଦର୍ଶନ କରିନାହାଁନ୍ତି ବରଂ ସ୍ୱତନ୍ତ୍ର ପୂଜା ମଧ୍ୟ କରିଥିଲେ ।

ଏହା ପୁଣି ଥରେ ଦର୍ଶାଇଛି ଯେ ଜାନଭୀ କପୁର ପୂଜା ଭକ୍ତିରେ ବହୁତ ବିଶ୍ୱାସ କରନ୍ତି । ଜାନଭୀ କପୁରଙ୍କ ମା, ପ୍ରସିଦ୍ଧ ଅଭିନେତ୍ରୀ ଶ୍ରୀଦେବୀଙ୍କ ମାତୃଭାଷା ତେଲୁଗୁ ଏବଂ ଏହି କାରଣରୁ ଜାନଭୀ କପୁର ମଧ୍ୟ ତେଲୁଗୁ ବେଶ ଭଲ ଭାବରେ ଜାଣିଛନ୍ତି । ଜାନଭୀ ତେଲୁଗୁ ଭାଷାରେ ଭଲଭାବେ କଥାବାର୍ତ୍ତା ମଧ୍ୟ କରନ୍ତି ଏବଂ ସେ ନିଜେ ‘ଦେବରା’ ରିଲିଜ୍ ସମୟରେ ଏହା ଦେଖାଇଥିଲେ । ସୂଚନାଯୋଗ୍ୟ ଯେ ଶ୍ରୀଦେବୀ ତାଙ୍କ କ୍ୟାରିୟରରେ ଅନେକ ତେଲୁଗୁ ଚଳଚ୍ଚିତ୍ର ମଧ୍ୟ କରିଥିଲେ ।

ଜାନଭୀ ମଧ୍ୟ ତାଙ୍କ ମା’ଙ୍କ ଦ୍ୱାରା ଦେଖାଯାଇଥିବା ପଥ ଅନୁସରଣ କରୁଛନ୍ତି । ବଲିଉଡରୁ ଆରମ୍ଭ କରିବା ପରେ ସେ ଟଲିଉଡ ଆଡକୁ ମଧ୍ୟ ଯାଇଛନ୍ତି । ଆଶା କରାଯାଏ ଯେ ଜାନଭୀ ମଧ୍ୟ ତାଙ୍କ ମା ପରି ଏକ ଦମଦାର ତେଲୁଗୁ ଫ୍ୟାନ୍ ବେସ୍ ସୃଷ୍ଟି କରିବେ । ଉଲ୍ଲେଖଥାଉ କି, ଜାନଭୀଙ୍କ ସୌନ୍ଦର୍ଯ୍ୟକୁ ତାଙ୍କ ମା’ଙ୍କ ସହିତ ତୁଳନା କରାଯାଏ ।

You might also like