ଇନଷ୍ଟାଗ୍ରାମରେ ୪୦ ମିଲିୟନ ଫଲୋଅର୍ସ ହେବା ପରେ ଫୋର୍ବସ ଲିଷ୍ଟରେ ସ୍ଥାନ ପାଇଲେ ଜନ୍ନତ ଜୁବୈର

ଆପଣ ଜନ୍ନତ ଜୁବେରଙ୍କ ନିଶ୍ଚିତ ଜାଣିଥିବେ। ଟିକ୍‌ଟକ୍‌ ଷ୍ଟାର ରିଲ୍ସ କରି ଅନେକ ଲୋକପ୍ରିୟ। ଖାଲି ସେତିକି ନୁହେଁ ଅଭିନେତ୍ରୀ ଜନ୍ନତ୍ ଜୁବେର୍ ସୋସିଆଲ୍ ମିଡିଆରେ ବେଶ୍‌ ଲୋକପ୍ରିୟ । ସେ ସବୁବେଳେ ଇନଷ୍ଟାଗ୍ରାମରେ ସେ ବେଶ୍ ଆକ୍ଟିଭ୍ ରହିଥାନ୍ତି । ଆଉ ଫଟୋ ଓ ଭିଡିଓ ସେୟାର କରନ୍ତି। ଖାସ୍‌ ଏଥିପାଇଁ ଅଳ୍ପ ବୟସରୁ ହିଁ ତାଙ୍କ ଫ୍ୟାନ୍ସ ଫଲୋଇଂ ଖୁବ୍ ଅଧିକ । ଏହି ମାମଲାରେ ସେ ବଡ଼ ବଡ଼ କଳାକାରଙ୍କୁ ପଛରେ ପକାଇଛନ୍ତି । ଏହି କ୍ରମରେ ଜନ୍ନତ୍ ନିଜ ସୋସିଆଲ୍ ମିଡିଆରେ ଫ୍ୟାନ୍ସଙ୍କ ପାଇଁ ଏକ ଖୁସି ଖବର ସେୟାର୍ କରିଛି ।

ଜନ୍ନତ୍ ସୋସିଆଲ୍ ମିଡିଆରେ ଏକ ପୋଷ୍ଟ୍ ସେୟାର୍ କରି କହିଛନ୍ତି ଯେ, ଇନଷ୍ଟାଗ୍ରାମରେ ୪୦ ମିଲିୟନ୍ ଫଲୋଅର୍ସ ହେବା ପରେ ଏଥିପାଇଁ ଫୋର୍ବସ୍ ଅଣ୍ଡର୍ ୩୦ ତାଲିକାରେ ତାଙ୍କ ନାମ ସ୍ଥାନ ପାଇଛି । ଏତେ ବଡ ଉପଲବ୍ଧି ପାଇବା ପରେ ନିଜର ଖୁସି ଜାହିର କରିବା ପାଇଁ ସୋସିଆଲ ମିଡିଆରେ ପୋଷ୍ଟ କରିଛନ୍ତି।


ଇଣ୍ଟରନେଟରେ ୪୦ ମିଲିୟନ୍ ଫ୍ୟାନ୍ ଫଲୋଇଂ ସହିତ ଜନ୍ନତ୍ ଅଣ୍ଡର୍ ୩୦ ଫେମସ୍ ଫେସ୍ ତାଲିକାରେ ନିଜ ସ୍ଥାନ ବନେଇଛନ୍ତି । ଏକ ଫଟୋ ଜରିଆରେ ସେ ନିଜ ଖୁସି ଜାହିର୍ କରିଛନ୍ତି । ୱର୍କ ଫ୍ରଣ୍ଟ୍ କଥା ଯଦି କହିବା ତେବେ ସେ କୁନି କଳାକାର ଭାବରେ ଅଭିନୟ ଆରମ୍ଭ କରିଥିଲେ । ୨୦୧୦ରେ ସିରିଅଲ ‘ ଦିଲ ମିଲ ଗେୟ’ ଜରିଆରେ ଟେଲିଭିଜନ କ୍ୟାରିଅର ଆମ୍ଭ କରିଥିଲେ। ଅନେକ ଧାରାବାହିକରେ ତାଙ୍କୁ ଦେଖିବାକୁ ମିଳିଛି । ୨୦ ବର୍ଷୀୟା ଜନ୍ନତ୍ ଜୁବୈର୍ କଲର୍ସ ଟିଭିରେ ପ୍ରସାରିତ ହୋଇଥିବା ସିରଳ୍ଲ୍ ଫୁଲୱାରୁ ନିଜର ଅଭିନୟ କ୍ୟାରିୟର୍ ଆରମ୍ଭ କରିଥିଲେ ।

Leave A Reply

Your email address will not be published.