ଟିଭି ଅଭିନେତ୍ରୀ ଜସ୍ମିନ୍ ଭାସିନ୍ ଆଖି ଇନଫେକ୍ସ ଯୋଗୁ ପାଉଛନ୍ତି କଷ୍ଟ, ସେୟାର କଲେ ଫଟୋ

ଆଜିକାଲି ଜସ୍ମିନ୍ ଭାସିନ୍ ବହୁତ କଷ୍ଟରେ ଅଛନ୍ତି । ନିକଟରେ ଅଭିନେତ୍ରୀ ସେୟାର କରିଥିଲେ ଯେ ଏକ ଇଭେଣ୍ଟରେ ଲେନ୍ସ ପିନ୍ଧିବା ତାଙ୍କ ପାଇଁ ବହୁତ କଷ୍ଟସାଧ୍ୟ ଥିଲା । ଆଖିରେ ଲେନ୍ସ ପିନ୍ଧିବା ହେତୁ ତାଙ୍କ କର୍ଣ୍ଣିଆ ନଷ୍ଟ ହୋଇଯାଇଛି । ଏହା ପରେ ଅଭିନେତ୍ରୀଙ୍କୁ ହଠାତ୍ ସଠିକ୍‌ ଭାବେ ଦେଖାଗଲା ନାହିଁ । ସୂଚନା ଅନୁସାରେ, ଜସ୍ମିନ୍ କହିଛନ୍ତି ଯେ ଏହି ସମସ୍ୟା ଜୁଲାଇ ୧୭ ରୁ ଆରମ୍ଭ ହୋଇଛି, ଯେତେବେଳେ ସେ ଏକ କାର୍ଯ୍ୟକ୍ରମରେ ଅଂଶଗ୍ରହଣ କରିଥିଲେ । ତେବେ ଜସ୍ମିନ୍‌ ଏହି ଇଭେଣ୍ଟରେ ଲେନ୍ସ ପିନ୍ଧିଥିଲେ, ଯେଉଁ କାରଣରୁ ସେ ଏହି ଯନ୍ତ୍ରଣା ପାଉଛନ୍ତି ।

ଏନେଇ ଅଭିନେତ୍ରୀ କହିଛନ୍ତି, ‘ମୁଁ ଜୁଲାଇ ୧୭ରେ ଦିଲ୍ଲୀରେ ଥିଲି, ଯେଉଁ କାର୍ଯ୍ୟକ୍ରମ ପାଇଁ ମୁଁ ପ୍ରସ୍ତୁତ ହେଉଥିଲି । କିନ୍ତୁ ମୋତେ ଜଣ ନଥିଲା ଯେ ମୋ ଲେନ୍ସରେ କିଛି ଖରାପ ଅଛି ବୋଲି । ସେଗୁଡିକ ପିନ୍ଧିବା ପରେ ମୋ ଆଖି ଯନ୍ତ୍ରଣା ହେବାକୁ ଲାଗିଲା ଏବଂ ଯନ୍ତ୍ରଣା ଧୀରେ ଧୀରେ ବଢିବାକୁ ଲାଗିଲା । ମୁଁ ତୁରନ୍ତ ଡାକ୍ତରଙ୍କ ପାଖକୁ ଯିବାକୁ ଚାହୁଁଥିଲି, କିନ୍ତୁ ମୁଁ ଏକ ଇଭେଣ୍ଟରେ ଥିଲି ତେଣୁ ମୁଁ ଯାଇପାରିଲି ନାହିଁ । ଜସ୍ମିନ୍ ଆହୁରି ମଧ୍ୟ କହିଛନ୍ତି, ‘ଘଟଣା ପରେ ମୁଁ ଡାକ୍ତରଙ୍କ ନିକଟକୁ ଯାଇଥିଲି । ଇଭେଣ୍ଟରେ ମୁଁ ଚଷମା ପିନ୍ଧିଥିଲି ଏବଂ ମୋ ଟିମ୍‌ ମୋତେ ବହୁତ ସାହାଯ୍ୟ କରିଥିଲେ । କିଛି ସମୟ ପରେ ମୋତେ ହଠାତ୍ ଦେଖି ଯିବା ବନ୍ଦ ହୋଇଯାଇଥିଲା ।

ଅଭିନେତ୍ରୀ ଆହୁରି କହିଛନ୍ତି ଯେ ଯେତେବେଳେ ସେ ଡାକ୍ତରଙ୍କ ସହିତ ପରାମର୍ଶ କଲେ । ସେତେବେଳେ ସେ ଜାଣିବାକୁ ପାଇଲେ ଯେ ତାଙ୍କ କର୍ଣ୍ଣିଆ କ୍ଷତିଗ୍ରସ୍ତ ହୋଇଛି । ଏହା ପରେ ଜସ୍ମିନ୍‌ ‘ପରଦିନ ମୁଁ ଦିଲ୍ଲୀରୁ ମୁମ୍ବାଇ ଫେରି ଏଠାରେ ମୋର ଚିକିତ୍ସା ଜାରି ରଖିଥିଲି । ମୁଁ ବହୁତ ଯନ୍ତ୍ରଣା ଅନୁଭବ କରୁଛି ଡାକ୍ତରମାନେ ମୋତେ କହିଛନ୍ତି ଯେ ଆସନ୍ତା ୪ ରୁ ୫ ଦିନରେ ମୁଁ ଭଲ ହୋଇଯିବ । କିନ୍ତୁ ସେପର୍ଯ୍ୟନ୍ତ ମୋର ଆଖିର ଯତ୍ନ ନେବା ବହୁତ ଆବଶ୍ୟକ । ଏହା ସହଜ ନୁହେଁ କାରଣ ମୁଁ ଦେଖିପାରୁ ନାହିଁ ଏବଂ ଯନ୍ତ୍ରଣା ହେତୁ ମୋତେ ଶୋଇବାରେ ଅସୁବିଧା ହେଉଛି । ତେବେ ଜସ୍ମିନ୍‌ ଏପରି ଅନେକ କଥା କହିଛନ୍ତି ।

ଏହା ବ୍ୟତୀତ ଜସ୍ମିନ ଭାସିନଙ୍କ ଚିକିତ୍ସା ଜାରି ରହିଛି ଏବଂ ଅଭିନେତ୍ରୀ ଧୀରେ ଧୀରେ ଭଲ ହେବାକୁ ଲାଗିଛନ୍ତି । ସେ ସୋସିଆଲ ମିଡିଆରେ କଳା ଚଷମା ପିନ୍ଧିଥିବା ଏକ ଫଟୋ ସେୟାର କରି କହିଛନ୍ତି ଯେ ବର୍ତ୍ତମାନ ସେ ପୂର୍ବ ଅପେକ୍ଷା ଭଲ ଅଛନ୍ତି । ତେବେ ଏହି ଖବର ଆସିବା ପାରେ ଜସ୍ମିନ୍‌ଙ୍କ ଫ୍ୟାନ୍ସ ବହୁତ ଦୁଃଖ ପ୍ରକାଶ କରିବା ସହ ଶୀଘ୍ର ଭଲ ହେବା ପାଇଁ ପ୍ରାର୍ଥନା କରୁଛନ୍ତି ।