ବଲିଉଡର ବିବାଦୀୟ କୁଇନ୍ ଭାବରେ କଙ୍ଗନା ରଣାୟତ୍ତ ବେଶ ଜଣାଶୁଣା । ସବୁବେଳେ ସେ ଖୁବ ଚର୍ଚ୍ଚାରେ ରହିଥାନ୍ତି । ବଲିଉଡରେ ନିଜର ଏକ ସ୍ୱତନ୍ତ୍ର ପରିଚୟ ସେ ସୃଷ୍ଟି କରିଛନ୍ତି । ୨୦୨୦ରୁ ମଣ୍ଡି ସାଂସଦ କଙ୍ଗନା ରାଣାଓ୍ବତଙ୍କର ଗୀତିକାର ଜାଭେଦ୍ ଅଖତରଙ୍କ ସହ ବିବାଦ ଚାଲିଥିଲା । କଙ୍ଗନାଙ୍କ ବିରୁଦ୍ଧରେ ମାନହାନି ମାମଲା ରୁଜୁ କରିଥିଲେ ଜାଭେଦ୍ ଅଖତର ।
ଏବେ ଦୁହେଁ ପରସ୍ପର ସହ ଫଟୋରେ ନଜର ଆସିଛନ୍ତି କଙ୍ଗନା ଏବଂ ଜାଭେଦ୍ । ଯାହା ଲାଗୁଛି ସବୁକିଛ ସମାଧାନ ହୋଇଯାଇଛି ସେମାନଙ୍କ ଭିତରେ । କଙ୍ଗନାଙ୍କ ଏହାକୁ ନେଇ ଏକ ନୂଆ ପୋଷ୍ଟ କରିଛନ୍ତି । ଯେଉଁଥିରେ ସେମାନଙ୍କର ଚାଲିଥିବା ମାନହାନି ମାମଲାକୁ ପାରସ୍ପରିକ ଭାବରେ ସମାଧାନ କରିଛନ୍ତି ବୋଲି ଲେଖିଛନ୍ତି କଙ୍ଗନା । ଜାଭେଦ ଅଖତରଙ୍କ ସହିତ ନିଜର ଏକ ହସ ଫଟୋ ସେୟାର କରିଛନ୍ତି କଙ୍ଗନା ।
ଏହା ସହ ସେ ଲେଖିଛନ୍ତି ଜାଭେଦ ଜୀ ଏବଂ ମୁଁ ଆମ ଭିତରେ ରହିଥିବା ଆଇନଗତ ମାମଲାର ସମାଧାନ କରିଦେଇଛୁ ବୋଲି କଙ୍ଗନା କହିଛନ୍ତି । ପରବର୍ତ୍ତୀ ନିର୍ଦ୍ଦେଶନା ପାଇଁ ଜାଭେଦ ଜୀ ଗୀତ ମଧ୍ୟ ଲେଖିବାକୁ ରାଜି ହୋଇଛନ୍ତି ବୋଲି କହିଛନ୍ତି କଙ୍ଗନା । ମୁଁ ଭବିଷ୍ୟତରେ ଏପରି କୌଣସି ବୟାନ ଦେବି ନାହିଁ । ମୁଁ ମୋର ସମସ୍ତ ବକ୍ତବ୍ୟ ଫେରାଇ ନେଉଛି ବୋଲି କହିଛନ୍ତି କଙ୍ଗନା ।
୨୦୨୪ରେ ଦୁହେଁ ସେମାନଙ୍କର ଆଇନଗତ ଲଢ଼େଇର ସମାଧାନ କରିବାକୁ ନିଷ୍ପତ୍ତି ନେଇଥିଲେ । ଜାଭେଦ ଅଖତାର ମାଜିଷ୍ଟ୍ରେଟ୍ କୋର୍ଟରେ ହାଜର ହୋଇଥିଲେ ବି କଙ୍ଗନା ସଂସଦୀୟ କାର୍ଯ୍ୟରେ ବ୍ୟସ୍ତ ଥିବାରୁ କୋର୍ଟରେ ପହଞ୍ଚିପାରିନଥିଲେ । ଆଜି ଉଭୟ କୋର୍ଟରେ ହାଜର ହୋଇ ମାମଲାର ସମାଧାନ କରିଛନ୍ତି । କଙ୍ଗନା ଚୁକ୍ତିନାମାର ଲିଖିତ ସର୍ତ୍ତାବଳୀରେ କହିଛନ୍ତି, ତାଙ୍କର ଜାଭେଦଙ୍କ ପ୍ରତି ବହୁତ ସମ୍ମାନ ଅଛି । ନିଜ ମନ୍ତବ୍ୟ ଯୋଗୁ ଜାଭେଦଙ୍କୁ ହୋଇଥିବା ଅସୁବିଧା ପାଇଁ ମୁଁ କ୍ଷମା ପ୍ରାର୍ଥନା କରୁଛି ।
Also read : ରିଲିଜ୍ ହେଲା ‘କନ୍ନପ୍ପା’ର ଜବରଦସ୍ତ ଟିଜର୍, ଶିବ ହୋଇ ବକ୍ସ ଅଫିସରେ ଧମାକା କରିବେ ଅକ୍ଷୟ କୁମାର