ଅମିତାଭ ଓ ରେଖାଙ୍କ ରୋମାଣ୍ଟିକ ସିନ୍‌ ଦେଖି କାନ୍ଦି ପକାଇଥିଲେ ଜୟା ବଚ୍ଚନ, ଫଳରେ ବିଗ ବି କରିଥିଲେ ଏମିତି ଶପଥ

ଅମିତାଭ ବଚ୍ଚନ ଓ ରେଖାଙ୍କ ପ୍ରେମ ସମ୍ପର୍କକୁ ନେଇ ବଲିଉଡ ସେତେବେଳେ ପଡୁଥିଲା ଓ ଉଠୁଥିଲା । ଉଭୟଙ୍କ ପ୍ରେମ କାହାଣୀ ଏବେ ବି ଚର୍ଚ୍ଚାରେ । ହେଲେ ଉଭୟେ ତାଙ୍କ ପ୍ରେମ ସମ୍ପର୍କକୁ ନେଇ କେବେ କେଉଁଠି କିଛି କହି ନାହାଁନ୍ତି । ଆଜି ଆମେ ଆପଣଙ୍କୁ ଅମିତାଭ ଓ ରେଖାଙ୍କୁ ନେଇ ଏପରି ଏକ କାହାଣୀ କହିବୁ । ଯାହାକୁ ଜାଣିଲେ ଆପଣ ବି ଆଶ୍ଚର୍ଯ୍ୟ ହୋଇଯିବେ ।

ସେ ସମୟରେ ଅମିତାଭ ଓ ରେଖାଙ୍କ ଯୋଡି ପ୍ରାୟ ଅଧିକାଂଶ ଫିଲ୍ମରେ ନଜର ଆସୁଥିଲେ । ଉଭୟଙ୍କ ଫିଲ୍ମ ମଧ୍ୟ ବେଶ ହିଟ ହେଉଥିଲା । ହେଲେ ସେ ସମୟରେ ପତ୍ନୀ ଜୟା ବଚ୍ଚନ ଅମିତାଭଙ୍କୁ ଏପରି ଶପଥ କରାଇଥିଲେ ଯେ ଅମିତାଭ ଆଉ ଜୟାଙ୍କ ସହ ଫିଲ୍ମ ନ କରିବାକୁ ଶପଥ ନେଇଥିଲେ । କଥା ଥିଲା ଫିଲ୍ମ ‘ମୁକଦର କା ସିକନ୍ଦର’ କିଛି ସିନ୍‌ କୁ ନେଇ ।

rekha
photo credit: abplive.com

ଏହି ଫିଲ୍ମର ସ୍କ୍ରିନିଂରେ ଅମିତାଭ ପତ୍ନି ଜୟାଙ୍କ ସହ ଯାଇଥିଲେ । ସେଠାରେ ରେଖା ମଧ୍ୟ ଉପସ୍ଥିତ ଥିଲେ । ଯେତେବେଳେ ଅମିତାଭଙ୍କ ସହ ରେଖାଙ୍କ ରୋମାଣ୍ଟିକ ସିନ୍‌ ଦେଖାଗଲା,ଏହା ଦେଖି ଜୟାଙ୍କ ଆଖିରେ ଲୁହ ଆସିଯାଇଥିଲା । ଏଭଳି ସିନ ଦେଖି ଜୟା ନିଜକୁ ସମ୍ଭାଳି ପାରିନଥିଲେ । ସେ କାନ୍ଦି ପକାଇଥିଲେ । ଏହି ସିନ ଦେଖି ଜୟା ବଚ୍ଚନ ଏତେ ମାତ୍ରାରେ ଆଘାତ ପାଇଥିଲେ ଯେ ରେଖାଙ୍କ ସହ ଅମିତାଭ ଆଉ କେବେ ଫିଲ୍ମ କରିବେ ନାହିଁ ବୋଲି ଅମିତାଭଙ୍କୁ ଶପଥ କରାଇଥିଲେ । ଏହାପରେ ଅମିତାଭ ସବୁ ପ୍ରଡ୍ୟୁସରଙ୍କୁ କହିଥିଲେ ଯେ ଆଜି ଠୁ ସେ ଆଉ ରେଖାଙ୍କ ସହ କୌଣସି ଫିଲ୍ମରେ କାମ କରିବେ ନାହିଁ ।

amitabh-jaya
photo credit: abplive.com

ହେଲେ ଅମିତାଭ ଏହି କଥା ରେଖାକୁ କେବେ ବି ଜାଣିବାକୁ ଦେଇ ନଥିଲେ । ହେଲେ ପରେ ରେଖା ଅନ୍ୟ ମାଧ୍ୟମରୁ ଏକଥା ଜାଣିବାକୁ ପାଇଥିଲେ । ରେଖା ଯେତେବେଳେ ଅମିତାଭଙ୍କୁ ଏପରି ନିର୍ଣ୍ଣୟ ସମ୍ପର୍କରେ ପଚାରିଲେ ‘ମୋତେ ଏ ସମ୍ପର୍କରେ କିଛି ପଚାର ନାହିଁ ’ ବୋଲି ଅମିତାଭ କହିଥିଲେ । କୁହାଯାଏ ଏହି ଘଟଣା ପରେ ରେଖା ଓ ଅମିତାଭଙ୍କୁ ଅନ୍ୟ କୌଣସି ଫିଲ୍ମରେ କାମ କରିବାର କି କଥା ହେବାର ଦେଖାଯାଇ ନାହିଁ ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.