ଫିଲ୍ମ ‘ଜି ଲେ ଜରା’ ରେ ପ୍ରଥମ ଥର ପାଇଁ ଏକାଠି ନଜର ଆସିବେ ଭିକ୍କି କୌଶଲ ଓ କ୍ୟାଟ୍ରିନା କୈଫ୍

ଫିଲ୍ମରେ ଏକାଠି ନଜର ଆସିବେ ଭିକ୍କି ଓ କ୍ୟାଟ୍। ନିକଟରେ ବିବାହ କରିଥିବା ଏହି କ୍ୟୁଟ କପଲ ଖୁବଶୀଘ୍ର ପରଦା ନଜର ଆସିବେ। ଖବର ଆସୁଛି ଯେ ଫରହାନ ଅଖତରଙ୍କ ନିର୍ଦ୍ଦେଶିତ ଆଗାମୀ ଫିଲ୍ମ ‘ଜି ଲେ ଜରା’ ପାଇଁ ନିର୍ମାତା ଭିକ୍କି କୌଶଲ୍ ଓ କ୍ୟାଟ୍ରିନା କୈଫଙ୍କ ସହ କଥା ହେଉଛନ୍ତି। ଯଦି ସବୁ କିଛି ଠିକ ରହେ ତେବେ ଦର୍ଶକ ପରଦାରେ ଏହି ନବ ବିବାହିତ ଯୋଡ଼ିଙ୍କୁ ଖୁବଶୀଘ୍ର ଦେଖିପାରିବେ। ଏହି ଫିଲ୍ମରେ ଆଲିଆ ଭଟ୍ଟ ଓ ପ୍ରିୟଙ୍କା ଚୋପ୍ରା ମଧ୍ୟ ନଜର ଆସିବେ।

ମିଳିଥିବା ସୂଚନା ମୁତାବକ, ଏହି ଫିଲ୍ମରେ ନିର୍ଦ୍ଦେଶନା ଦେଉଥିବା ଫରହାନ ଅଖତର ମଧ୍ୟ ଲିଡ଼ ରୋଲରେ ନଜର ଆସିବେ। ତେବେ ଫିଲ୍ମରେ ଭିକ୍କିଙ୍କ ଅପୋଜିଟରେ କ୍ୟାଟ୍ରିନାଙ୍କୁ ହିରୋଇନ ନେବାକୁ ମେକର୍ସ କଥା ବାର୍ତ୍ତା ହେଉଛନ୍ତି। ଯଦି ସମସ୍ତେ ରାଜି ହୁଅନ୍ତି ତେବେ ଏହା ଭିକ୍କି ଓ କ୍ୟାଟ୍ରିନାଙ୍କ ଏକାଠି ଅଭିନୀତ ପ୍ରଥମ ଫିଲ୍ମ ହେବ। ଫିଲ୍ମରେ ଅଭିନୟ ପାଇଁ ଭିକ୍କି ରାଜି ହେଲେ ଆଉ କେବଳ ଜଣେ ଲିଡ୍ ହିରୋଙ୍କୁ ହିଁ ଖୋଜିବା ବାକି ରହିବ। ତା ପରେ ଫିଲ୍ମର କାଷ୍ଟିଂ ଶେଷ ହେବ।

ପ୍ରକାଶ ଯେ ଯଦି ଏହି ଫିଲ୍ମ ତିଆରି ହୁଏ ତେବେ ଆଲିଆ ଭଟ୍ଟ, କ୍ୟାଟ୍ରିନା କୈଫ ଓ ପ୍ରିୟଙ୍କା ଚୋପ୍ରା ପ୍ରଥମ ଥର ପାଇଁ ଏକାଠି ବଡ଼ ପରଦାରେ ନଜର ଆସିବେ। ଫିଲ୍ମର କାହାଣୀ ବିଷୟରେ ମିଳିଥିବା ସୂଚନା ଅନୁସାରେ ଏହା ଏକ ରୋଡ଼ ଟ୍ରିପର ଫିଲ୍ମ। ଏଥିରେ ଲିଡ଼ରେ ମହିଳା କଳାକାର ରହିବେ।

Leave A Reply

Your email address will not be published.